ଭୁବନେଶ୍ଵର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କି ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ହକି ଇଣ୍ଡିଆ ଲିଗର ମ୍ୟାଚ ଦେଖିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଶିକ୍ଷାକ୍ଷେତ୍ରରେ କ୍ରୀଡ଼ା ଏବଂ ଉତ୍ତମ ସ୍ୱାସ୍ଥ୍ୟର ଭୂମିକା ନେଇ ଦୁଇଜଣଙ୍କ ମଧ୍ୟରେ ମତବିନିମୟ ହୋଇଛି। ସେହିପରି ହକି ଖେଳର ଅଭିବୃଦ୍ଧି ନେଇ ଆଲୋଚନା ହୋଇଛି।


