Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍
ଆଜିର ଖବର

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

January 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ଦେ ଭାରତ ସ୍ଲିପର ଟ୍ରେନ୍
ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍

ନୂଆଦିଲ୍ଲୀ: ନୂଆବର୍ଷରେ ଦେଶବାସୀଙ୍କ ପାଇଁ ନୂଆ ଉପହାର ନେଇ ଆସିଛି ଭାରତୀୟ ରେଳବାଇ। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଖୁବଶୀଘ୍ର ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର ହାଓଡା ମଧ୍ୟରେ ଚଳାଚଳ ଆରମ୍ଭ କରିବ। ଆଜି ନୂଆଦିଲ୍ଲୀର ରେଳ ଭବନରେ ଅନୁଷ୍ଠିତ ଏକ ବୈଠକରେ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ବନ୍ଦେ ଭାରତ ସ୍ଲିପର ଟ୍ରେନର ସମସ୍ତ ପରୀକ୍ଷଣ, ଯାଞ୍ଚ ଏବଂ ପ୍ରମାଣୀକରଣ ସଫଳତାର ସହ ସମାପ୍ତ ହୋଇଛି।  ଜାନୁଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରୁଟରେ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ସଫଳତା ଦେଶ, ଭାରତୀୟ ରେଳ ଏବଂ ଏହାର ରେଳ ଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ ଏହା ମଧ୍ୟ କହିଛନ୍ତି ଯେ 2026 ମସିହାରେ ଭାରତୀୟ ରେଳ ପାଇଁ ପ୍ରମୁଖ ସଂସ୍କାରର ଏକ ବର୍ଷ ଭାବରେ ଅନେକ ଯାତ୍ରୀ-କୈନ୍ଦ୍ରିକ ପଦକ୍ଷେପ ଆରମ୍ଭ କରାଯିବ।

‘ବନ୍ଦେ ଭାରତ ସ୍ଲିପର ଟ୍ରେନ୍’ ଦ୍ୱାରା ଆସାମର କାମରୂପ ନଗର ନିଗମ ଓ ବୋଙ୍ଗାଇ ଗ୍ରାମ ସମେତ ପଶ୍ଚିମବଙ୍ଗର କୁଚ୍ ବିହାର, ଜଳପାଇଗୁଡ଼ି, ମାଲଦା, ମୁର୍ଶିଦାବାଦ, ପୂର୍ବ ବର୍ଦ୍ଧମାନ, ହୁଗଲି ଏବଂ ହାଓଡ଼ା ଜିଲ୍ଲା ଉପକୃତ ହେବ। ଟ୍ରେନ୍‌ରେ 16ଟି କୋଚ୍ ରହିବ, ଯେଉଁଥିରେ 11ଟି ତ୍ରିସ୍ତରୀୟ ଏସି କୋଚ୍, 4ଟି ଦୁଇ ସ୍ତରୀୟ ଏସି କୋଚ୍ ଏବଂ ଗୋଟିଏ ପ୍ରଥମ ଶ୍ରେଣୀ ଏସି କୋଚ୍ ସାମିଲ ରହିଛି । ଟ୍ରେନରେ ମୋଟ୍‌ ୮୨୩ ଜଣ ଯାତ୍ରୀ ଯାତାୟାତ କରିପାରିବେ।

ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ, ସମ୍ପୂର୍ଣ୍ଣ ନୂତନ ସସପେନସନ ସହିତ ଏକ ନୂତନ ବଗି ବିକଶିତ ହୋଇଛି। ଡିଜାଇନ୍ ମାନକକୁ ଏକ ନୂତନ ସ୍ତରରେ ବିକଶିତ କରାଯାଇଛି। ଭିତର ପାର୍ଶ୍ୱ ଏବଂ ଶିଢ଼ିଗୁଡ଼ିକ ଏର୍ଗୋନୋମିକ୍ ଡିଜାଇନ୍ ଉପରେ ଆଧାରିତ ଏବଂ ଏଥିରେ ସ୍ୱତନ୍ତ୍ର ସୁରକ୍ଷା ମାନକ କାର୍ଯ୍ୟକାରୀ କରାଯାଇଛି।

ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଏକ ଆରାମଦାୟକ, ସୁରକ୍ଷିତ ଏବଂ ଉଚ୍ଚମାନର ରାତ୍ରୀକାଳୀନ ଯାତ୍ରା ଅନୁଭୂତି ପ୍ରଦାନ କରିବ। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ସନ୍ଧ୍ୟାରେ ଏହାର ପ୍ରସ୍ଥାନ ସ୍ଥାନରୁ ଛାଡ଼ି ପରଦିନ ସକାଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।

ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀମାନେ ସ୍ଥାନୀୟ ଖାଦ୍ୟ ଉପଭୋଗ କରିବେ। ଗୌହାଟୀରୁ ଛାଡ଼ୁଥିବା ଟ୍ରେନ୍ ଅସଲି ଆସାମୀ ଖାଦ୍ୟ ପରିବେଷଣ କରିବ। ଅନ୍ୟପଟେ କୋଲକାତାରୁ ଛାଡ଼ୁଥିବା ଟ୍ରେନ୍ ପାରମ୍ପରିକ ବଙ୍ଗଳା ଖାଦ୍ୟ ପରିବେଷଣ କରିବ। ଏହା ଟ୍ରେନରେ ଏକ ଆନନ୍ଦଦାୟକ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ଭୋଜନ ଅଭିଜ୍ଞତା ସୁନିଶ୍ଚିତ କରିବ।

ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ବିଭିନ୍ନ ବୈଶିଷ୍ଟ୍ୟ:

180 କିଲୋମିଟର ଘଣ୍ଟା ପ୍ରତି ବେଗ ଆଧାରିତ ସେମି-ହାଇ-ସ୍ପିଡ୍ ଟ୍ରେନ୍‌

ଉନ୍ନତ କୁଶନିଂ ସହିତ ଏର୍ଗୋନୋମିକ୍ ଭାବରେ ଡିଜାଇନ୍ ହୋଇଥିବା ବର୍ଥ

ସୁଗମ ଗତି ପାଇଁ ପ୍ରବେଶ ଦ୍ୱାର ସମେତ ସ୍ୱୟଂଚାଳିତ ଦ୍ୱାର

ଉନ୍ନତ ସସପେନସନ୍ ଏବଂ ଶବ୍ଦ ହ୍ରାସ କ୍ଷମତା ସହିତ ଏକ ଉନ୍ନତ ଯାତ୍ରାର ଅନୁଭୂତି

କବଚ ସୁରକ୍ଷାରେ ସଜ୍ଜିତ

ଉଚ୍ଚ ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ଜୀବାଣୁନାଶକ ଜ୍ଞାନକୌଶଳ

ଉନ୍ନତ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ସହିତ ସଜ୍ଜିତ ଡ୍ରାଇଭର କ୍ୟାବିନ୍‌

ଏରୋଡାଇନାମିକ୍ ବାହ୍ୟ ଡିଜାଇନ୍ ଏବଂ ସ୍ୱୟଂଚାଳିତ ବାହ୍ୟ ଯାତ୍ରୀ ଦ୍ୱାର

ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀ ଏବଂ ଟ୍ରେନ୍ ପରିଚାଳକ/ଲୋକୋ ପାଇଲଟଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଜରୁରୀକାଳୀନ ଟକ୍-ବ୍ୟାକ୍ ୟୁନିଟ୍‌

ସମସ୍ତ କୋଚ୍‌ରେ ସିସିଟିଭି କ୍ୟାମେରା

ବୈଦ୍ୟୁତିକ କ୍ୟାବିନେଟ୍‌ ଏବଂ ଶୌଚାଳୟରେ ଏରୋସୋଲ୍‌-ଆଧାରିତ ଅଗ୍ନି ଚିହ୍ନଟ ଏବଂ ଶମନ ବ୍ୟବସ୍ଥା ସହିତ ଅଗ୍ନି ନିରାପତ୍ତାକୁ ଉନ୍ନତ କରାଯାଇଛି।

ଏର୍ଗୋନୋମିକ୍‌ ଶିଢ଼ି

ଆରାମଦାୟକ ଗଦି ବିଶିଷ୍ଟ ବର୍ଥ

ଦିବ୍ୟାଙ୍ଗଜନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଯାତ୍ରୀ ସୂଚନା ପ୍ରଣାଳୀ

ଆଧୁନିକ ଶୌଚାଳୟ

ଯାତ୍ରୀଙ୍କ ପାଇଁ ଜରୁରିକାଳୀନ ଟକ୍‌-ବ୍ୟାକ୍‌ ପ୍ରଣାଳୀ

ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ ଭାରତୀୟ ରେଳ ପାଇଁ ଏକ ନୂଆ ଯୁଗ ଆରମ୍ଭ କରିବାକୁ ଯାଉଛି। ଏହା ରାତିରେ ଯାତ୍ରା ପାଇଁ ଗତି, ଆରାମ ଏବଂ ଆଧୁନିକ ସୁବିଧା ଏକସଙ୍ଗେ ଯୋଗାଇ ଦେବ। ଏହା ଭାରତୀୟ ରେଳବାଇର ଯାତ୍ରୀ କେନ୍ଦ୍ରିତ ସେବା, ଜ୍ଞାନକୌଶଳ ନବୋନ୍ମେଷ ଏବଂ ଆଞ୍ଚଳିକ ଯୋଗାଯୋଗ ଉପରେ କେନ୍ଦ୍ରିତ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏଥିସହିତ ଏହା ଯାତ୍ରୀମାନଙ୍କୁ ସୁରକ୍ଷିତ, ଦ୍ରୁତ, ସୁବିଧାଜନକ ଏବଂ ସାଂସ୍କୃତିକ ଭାବେ ସମୃଦ୍ଧ ଯାତ୍ରା ଅନୁଭୂତି ପ୍ରଦାନ କରିବ।

ଗୌହାଟୀ ନୂତନ ବର୍ଷର ଉପହାର ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଭାରତୀୟ ରେଳବାଇ ହାଓଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026

ବିରାଟ କୋହଲିଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର ଯାଦବ: ଅଧିନାୟକ ଭାବରେ ରଚିଲେ ଇତିହାସ

January 26, 2026

ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ସହରଗୁଡ଼ିକୁ ଉଡ଼ାଣ ବାତିଲ କଲା ଇଣ୍ଡିଗୋ 

January 26, 2026

ବସ୍ ଚକା ତଳେ ପଡି ମହିଳାଙ୍କ ପ୍ରାଣହାନୀ

January 26, 2026
Latest News

ଗଣତନ୍ତ୍ର ଦିବସରେ ଫିକା ପଡ଼ିଲା ସୁନାର ଚମକ: ଜାଣନ୍ତୁ ଆଜିର ତାଜା ମୂଲ୍ୟ

January 26, 2026

ବାଣପୁର ପୋଲ ଭୁଷୁଡିବା ଘଟଣା ‘ସମୀକ୍ଷା’ ରେ ପ୍ରକାଶିତ ପରେ ପଦକ୍ଷେପ ଗ୍ରହଣ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 26, 2026

ବିରାଟ କୋହଲିଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର ଯାଦବ: ଅଧିନାୟକ ଭାବରେ ରଚିଲେ ଇତିହାସ

January 26, 2026

ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ସହରଗୁଡ଼ିକୁ ଉଡ଼ାଣ ବାତିଲ କଲା ଇଣ୍ଡିଗୋ 

January 26, 2026

ବସ୍ ଚକା ତଳେ ପଡି ମହିଳାଙ୍କ ପ୍ରାଣହାନୀ

January 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.