(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗତ ବୁଧବାର ବିଳମ୍ବିତ ରାତିରେ କନିଷି ଢ଼ାବା ସାମ୍ନାରେ ଜଣେ ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଛି। ଘଟଣାସ୍ଥଳରେ ହିଁ ଯୁବକ ଜଣଙ୍କର ମୃତ୍ୟୁ ଘଟିଛି।
ଖବର ପାଇ ଗୋଳନ୍ଥରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ନୀଳ ରଙ୍ଗର ପ୍ୟାଣ୍ଟ୍ ଓ ନାଲି ରଙ୍ଗର ସାର୍ଟ ପରିହିତ ଯୁବକଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ବୋଲି ଥାନା ସୁତ୍ରରୁ ଜଣାପଡିଛି।


