Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ
ଆଜିର ଖବର

ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ

January 3, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୂଆ ଓଡିଆ ଚଳଚ୍ଚିତ୍ର "କୁଣ୍ଡଳୀ" ର ଶୁଭ ମହୁରତ
ନୂଆ ଓଡିଆ ଚଳଚ୍ଚିତ୍ର "କୁଣ୍ଡଳୀ" ର ଶୁଭ ମହୁରତ

ଭୁବନେଶ୍ଵର: ବେଶ କିଛି ବର୍ଷ ହେଲା ମୌଳିକ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣର ଧାରା ବଦଳି ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଢେର ଲୋକପ୍ରିୟତା ବଢିଛି। ସେହି ଲୋକପ୍ରିୟତା ହାସଲ ଆଶାରେ “କୁଣ୍ଡଳୀ” ନାମକ ଏକ ନୂତନ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ମାଆ ଧାକୁଲେଇ ପୀଠରେ ହୋଇଛି।

ନବାଗତା ପ୍ରଯୋଜିକା ବିଜୟଲକ୍ଷ୍ମୀ ନାୟକଙ୍କ ସମେତ ନବାଗତ ନିର୍ଦ୍ଦେଶକ ରୋହନଜିତ ଦାଶ, ସଙ୍ଗୀତ ନିର୍ଦ୍ଦେଶକ ଜ୍ଞାନ ବେହେରା, କାର୍ଯ୍ୟକାରୀ ପ୍ରଯୋଜକ ଶୁଭ୍ରାଂଶୁ ଶେଖର ମହାପାତ୍ର, ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ତଥା ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଯୁବ ପ୍ରଯୋଜକ ହିମାଦ୍ରୀ ତନୟ ଦାସ, ଶକ୍ତି ବରାଳ, ଋଷି ପଟ୍ଟନାୟକ, କେ.କେ, ଭକ୍ତି ଦାସ, ନବାଗତ ନାୟକ ମୃଣ୍ମୟ, ନାୟିକା, ଅନନ୍ୟା ଦାଶ, ଅଭିନେତା ଜ୍ୟୋତି ନାୟକ, ସନ୍ତୁ ନିଜେ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, କାହାଣୀକାର ତଥା ସଂଳାପକାର ଶୁଭ୍ରାଂଶୁ ବିଶ୍ୱାଳ ପ୍ରମୁଖ ଶୁଭ ମହୁରତ ଅବସରରେ ଉପସ୍ଥିତ ଥିଲେ। Thunderpixel ଫିଲ୍ମସ ଓ ଆମରା ମ୍ୟୁଜିକ୍ ର ମିଳିତ ସହଯୋଗରେ କୁଣ୍ଡଳୀ ନିର୍ମାଣ ହେବ। ନାୟକ ଜ୍ୟୋତି ନାୟକ, ନବାଗତ ମୃଣ୍ମୟ, ନାୟିକା ଅନନ୍ୟା ଦାଶ ଏବଂ ଜସ୍ମିନ ମୁଖ୍ୟ ଚରିତ୍ର ରେ ଅଭିନୟ କରୁଛନ୍ତି।

ଜନ୍ମ ହେବା ମାତ୍ରେ ସମସ୍ତେ “କୁଣ୍ଡଳୀ” ସାଙ୍ଗରେ ନେଇ ଆସିଥାନ୍ତି। ତେବେ ସେଇ କୁଣ୍ଡଳୀ କେତେବେଳେ କାହା ଭାଗ୍ୟରେ କେମିତି ଥାଏ ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଆଗାମୀ ଦିନରେ ଦେଖିବେ। “କୁଣ୍ଡଳୀ” ଏକ ଓଡ଼ିଆ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର। ପ୍ରଥମଥର ପାଇଁ ସସ୍ପେନ୍ସ ତଥା ହରର୍ ଚଳଚ୍ଚିତ୍ର ଭାବେ ବୋଉ ବୁଟୁ ଭୂତ କୁ ଦର୍ଶକ ଢେର ଭଲ ପାଇବା ଦେଇଥିଲେ ଏବଂ ବ୍ୟବସାୟିକ ସଫଳତା ମଧ୍ୟ ପାଇଥିଲା।

କୁଣ୍ଡଳୀ ଏକ ବ୍ୟୟ ବହୁଳ ଭରପୁର ଭିଏଫଏକ୍ସ ବ୍ୟବହୃତ ଚଳଚ୍ଚିତ୍ର ଭାବେ ନିର୍ମାଣ ହେବ। ଯାହା ଓଡ଼ିଆ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ ବୋଲି ନିର୍ଦ୍ଦେଶକ ରୋହନଜିତ ଦାଶ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।
ତେବେ ବଢୁଛି ନୂତନ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସଂଖ୍ୟା, ମୌଳିକ କାହାଣୀକୁ ନେଇ ବଦଳିଛି ଉନ୍ନତମାନର ନିର୍ମାଣ ଶୈଳୀ। କୁଣ୍ଡଳୀ ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ଏବଂ ରଜରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି।

ଓଡିଆ ଚଳଚ୍ଚିତ୍ର କୁଣ୍ଡଳୀ ଶୁଭ ମହୁରତ
Share. Facebook Twitter LinkedIn Email WhatsApp Copy Link

Related Posts

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026

ବାରଣାସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ପ୍ରତିଦ୍ୱନ୍ଦ୍ୱିତା କରିବେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ

January 3, 2026

ଇ.ସି.ଆଇ.ନେଟ୍ ଆପକୁ ଅଧିକ ଉନ୍ନତ କରିବା ପାଇଁ ମତାମତ ଆମନ୍ତ୍ରଣ କଲା ଇ.ସି.ଆଇ

January 3, 2026
Latest News

ରାଜ୍ୟଗୁଡ଼ିକ ସହ କୃଷି ଯୋଜନା ଓ ବଜେଟ୍ ଉପଯୋଗର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ

January 3, 2026

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026

ODI ସିରିଜ ପାଇଁ ଭାରତୀୟ ଦଳ: ମହମ୍ମଦ ଶାମିଙ୍କୁ ପୁଣି ଅଣଦେଖା, ହାର୍ଦ୍ଦିକ ଏବଂ ବୁମରାହଙ୍କୁ ବିଶ୍ରାମ

January 3, 2026

ବାରଣାସୀଠାରେ ୭୨ତମ ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ: ପ୍ରତିଦ୍ୱନ୍ଦ୍ୱିତା କରିବେ ୧୦୦୦ ରୁ ଅଧିକ କ୍ରୀଡ଼ାବିତ

January 3, 2026

ଇ.ସି.ଆଇ.ନେଟ୍ ଆପକୁ ଅଧିକ ଉନ୍ନତ କରିବା ପାଇଁ ମତାମତ ଆମନ୍ତ୍ରଣ କଲା ଇ.ସି.ଆଇ

January 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.