Categories
ଆଜିର ଖବର ରାଜ୍ୟ ଖବର ସିନେମା

ଅକ୍ଷୟ ମହାନ୍ତିଙ୍କ ଜୀବନୀ ଗୀତକୁ ନେଇ ଫିଲ୍ମ- “ଖୋକା ଭାଇ ତମ ପାଇଁ” ଶୁଭ ମହୁରତ

ଭୁବନେଶ୍ବର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ। ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ। ‘ଯା’ ରେ ଭାସି ଭାସି ଯା’’ ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି। ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଓ ଭଦ୍ରା ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ “ଖୋକା ଭାଇ ତମ ପାଇଁ” ଯାହାର ଟାଇଟଲ ଘୋଷଣା ନିକଟ ଅତୀତରେ ରାଜଧାନୀର ଏକ ଘରୋଇ ହୋଟେଲରେ ହୋଇଥିଲା। ସେହି “ଖୋକା ଭାଇ ତୁମ ପାଇଁ” ଫିଲ୍ମ ର ଶୁଭ ମହୁରତ ଆର.ସି.ଏମ୍ ଜଗନ୍ନାଥ ମନ୍ଦିରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଶୁଭ ମହୁରତ ଅବସରରେ ଖୋକା ଭାଇଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି, ନିର୍ଦ୍ଦେଶକ ଗିରିଶ ମହାନ୍ତି, ପ୍ରଯୋଜକ ଶୁଭେନ୍ଦୁ ସାହୁ, ଉପାସନା ମହାନ୍ତି, କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ, ନାୟକ ସ୍ୱରାଜ, ନାୟିକା ଲକି ମନୀଷା, ଶ୍ଵେତା ଆଚାର୍ଯ୍ୟ ଙ୍କ ସମେତ ୟୁନିଟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ଵରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଅଛନ୍ତି। କାହାଣୀ ଲେଖିଛନ୍ତି ଭରଦ୍ଵାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି। ତେବେ କାହିଁକି ଏହି ଫିଲ୍ମ ନିଆରା ତା’ ଉପରେ ଆଲୋକପାତ କରଛି ଫିଲ୍ମର ଟିମ୍।

ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ। ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ। ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ ଅର୍ଥାତ ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି। ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦ୍‌ମାସ୍‌ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ। ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶି ଆଉ ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ତିଆରି ହେଉଛି ଫିଲ୍ମ ଖୋକା ଭାଇ ତୁମ ପାଇଁ।

କାହାଣୀର ନାୟକ ଏକବିଂଶ ଶତାବ୍ଦୀରେ ବଞ୍ଚୁଥିବା ବେଳେ ଅକ୍ଷୟ ସଙ୍ଗୀତ ଶୁଣି ନିଜକୁ ସେଥିରେ ମଗ୍ନ କରିଦେଇଛି। ନାୟକର ଜୀବନ ମଧ୍ୟ ଅକ୍ଷୟ ସଙ୍ଗୀତ ପରି ଗଡି ଚାଲିଛି ଓ ତାକୁ ପ୍ରେମ ହୋଇଯାଇଛି ହେଲେ ନାୟିକାକୁ କହିବ କେମିତି ? ତେଣୁ ସେ ନିଜକୁ ହଜାଇ ଦେଇଛି ଅକ୍ଷୟ ସଙ୍ଗୀତରେ ଓ ତାର ଉତ୍ତର ମଧ୍ୟ ପାଇଛି ସେହି ସଙ୍ଗୀତରୁ କିନ୍ତୁ ତାପରେ ସେଇ ଅକ୍ଷୟ ସଙ୍ଗୀତ ପାଇଁ ହରେଇ ବସିଛି ନିଜ ପ୍ରେମିକାକୁ ଓ ଦୋଷ ଦେଇଛି ଖୋକା ଭାଇଙ୍କ ଗୀତକୁ ହେଲେ ପ୍ରେମିକାକୁ ଫେରିପାଇବା ପାଇଁ ମଧ୍ୟ ସେ ପୁଣି ଭରସା କରିଛି ସେହି ଅକ୍ଷୟ ସଙ୍ଗୀତକୁ ଓ ସଫଳ ମଧ୍ୟ ହୋଇଛି। ଏହି ପରି ଜୀବନର ପ୍ରତ୍ଯେକ ମୁହୂର୍ତ୍ତ ରେ ନାୟକର ଆଧୁନିକ ଜୀବନରେ ପ୍ରାସଙ୍ଗିକତା ହୋଇଛି ଅକ୍ଷୟ ସଙ୍ଗୀତ ଓ ଫିଲ୍ମଟିକୁ ଅତ୍ୟନ୍ତ ରୁଚି ପୂର୍ଣ୍ଣ କରିଛି ବୋଲି କହିଛନ୍ତି କାହାଣୀର ଲେଖକ ଭରଦ୍ଵାଜ ପଣ୍ଡା।

ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢିକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବା ସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ ଉଜାଗର କରିବ ନିଶ୍ଚୟ। ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପୀଢି ଦେଖି ଉତ୍ସାହିତ ହେବେ ବୋଲି ପ୍ରଯୋଜକ ତଥା ନିର୍ଦ୍ଦେଶକ ଆଶା କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଶ୍ରୀଜଗନ୍ନାଥ ପରେ ପୁଣି ଏକ ନୂଆ ବହୁଭାଷୀ ଚଳଚ୍ଚିତ୍ର ଜୟ ମା ସମଲେଈ” ର ଶୁଭ ମହୁରତ

ଭୁବନେଶ୍ଵର: ମାଆ ସମଲେଈ ପ୍ରକଳ୍ପର ଲୋକାର୍ପଣ ପରେ ମାଆ ଙ୍କର ଗାଥା ଓ ମହିମାକୁ ନେଇ ସନଲିଶା ସିଗ୍ନେଚର, ଶିରିଡି ସାଈବାବା ମୁଭିଜ ଓ ନ୍ୟୁ ଜେନେରେସନ ଫିଲ୍ମସ ମିଳିତ ଆନୁକୂଲ୍ୟରେ “ଜୟ ମା ସମଲେଈ” ବହୁଭାଷୀ ଚଳଚ୍ଚିତ୍ର ର ଶୁଭ ମହୁରତ ମାଆ ସମଲେଈ ପୀଠ, ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ୧୫ ଟି ଭାଷାରେ ମୁକ୍ତିଲାଭ କରିଥିଲା। ମାଆ ସମଲେଈ ଚଳଚ୍ଚିତ୍ର ମଧ୍ୟ ବହୁଭାଷା ରେ ମୁକ୍ତିଲାଭ କରିବା ଲକ୍ଷ୍ୟ ନେଇ ନିର୍ମାଣ ହେବାକୁ ଯାଉଛି।

ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ରହିଛନ୍ତି। ଶୁଭ ମହୁରତ ଅବସରରେ ସମ୍ବଲପୁର ର ବିଶିଷ୍ଟ ତଥା ସମ୍ମାନନୀୟ ବ୍ୟକ୍ତିତ୍ୱ ପ୍ରଫେସର ଆଦିତ୍ୟ ପାଢ଼ୀ, ଅର୍ଜୁନ ପଣ୍ଡା, ହେମନ୍ତ ମହାପାତ୍ର, ତପସ୍ୱିନୀ ଗୁରୁ, ଅରବିନ୍ଦ ମହାପାତ୍ର, ପରେଶ ଚନ୍ଦ୍ର ମହାପାତ୍ର, ଜିତେନ୍ଦ୍ରୀୟ ହୋତା, ସୁଶାନ୍ତ ମହାପାତ୍ର, ମଣ୍ଟୁ ମହାପାତ୍ର, ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ପ୍ରଣୟ ଜେଠୀ, କୁମାର ସି. ଦେବ. ମହାପାତ୍ର, ପ୍ରିତିଶ ଦାସ, ଗୋପାଳ ପ୍ରଧାନ, ପ୍ରଯୋଜିକା ସନଲିଶା ପଟେଲ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଶିରିଡି ସାଇବାବା ମୁଭିଜ୍ ର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ୍ ଶ୍ରୀଯୁକ୍ତ” ଚଳଚ୍ଚିତ୍ରର ଶୁଭ ମହୁରତ

ଭୁବନେଶ୍ଵର: ପ୍ରଣୟ ଜେଠୀ ପ୍ରଯୋଜିତ ତଥା ଶିରିଡି ସାଇବାବା ମୁଭିଜ୍ ବ୍ୟାନରର ଦ୍ଵିତୀୟ ଅବଦାନ ଚଳଚ୍ଚିତ୍ର “ଶ୍ରୀମାନ ଶ୍ରୀଯୁକ୍ତ” ର ଶୁଭ ମହୁରତ ଏକାମ୍ର ପାର୍କ ସମ୍ମୁଖ ଶିରିଡି ସାଇବାବା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ମହୁରତ ଅବସରରେ ସିନେ ପ୍ରଯୋଜକ ପ୍ରଣୟ ଜେଠୀ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ନିରଞ୍ଜନ ବେହେରା, ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାସ, ରବି ମିଶ୍ର ଅଭିନେତ୍ରୀ ଲିପ୍ସା ମହାରଣାଙ୍କ ସମେତ ଅତିଥି ଭାବେ ସିନେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଞ୍ଜୟ କୁମାର ପଟେଲ ଏବଂ ଶିବିର କୁମାର ପରିଡା ଉପସ୍ଥିତ ରହି କ୍ଲାପ୍ ଦେଇଥିଲେ।

ପୂର୍ବରୁ ଶିରିଡି ସାଇବାବା ମୁଭିଜ୍ ର ପ୍ରଥମ ଅବଦାନ ଥିଲା ଓଡ଼ିଆ ଚଳଚ୍ଚିତ୍ର ସିନ୍ଦୁର। ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ନମ୍ରତା ଥାପ୍ପା, ଲରେନ୍ସ ଓ ଲିଟିଲ ଭଳି ଦମଦାର ଷ୍ଟାର କାଷ୍ଟିଂ କୁ ନେଇ ନିର୍ମାଣ ହୋଇଥିଲା ସିନ୍ଦୂର। ଫିଲ୍ମ “ଶ୍ରୀମାନ ଶ୍ରୀଯୁକ୍ତ” ନାଁ ରୁ ଜଣା ପଡୁଛି ଏହା ନିଶ୍ଚିତ ଭାବେ ଏକ ପାରିବାରିକ ଓ କମେଡି କାହାଣୀ ଉପରେ ଆଧାରିତ ହେଇଥିବ।

ତେବେ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ସହିତ ନିର୍ଦ୍ଦେଶନା ଭାର ନିରଞ୍ଜନ ବେହେରା କାନ୍ଧେଇଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ଚିତ୍ରତ୍ତୋଳନ ଦାୟିତ୍ୱ ରେ ବାପି ଅଛନ୍ତି।

ପବ୍ଲିସିଟି ଡିଜାଇନର ଭାବେ ରେ ଅଛନ୍ତି ବିଜୁ ଏବଂ ପ୍ରଡ଼କସନ୍ ଡିଜାଇନର ଦାୟିତ୍ୱ ରେ ବୁବୁନା ଦାୟିତ୍ୱ ତୁଲାଉଛନ୍ତି। “ଶ୍ରୀମାନ ଶ୍ରୀଯୁକ୍ତ” ଚଳଚ୍ଚିତ୍ର ର ମୁଖ୍ୟ ଭୂମିକାରେ ଅଭିନେତା ସାନୁ ଓ ଅଭିନେତ୍ରୀ ସସ୍ମିତା ଥିବାବେଳେ ତାଙ୍କ ସହିତ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଲିପ୍ସା ମହାରଣା, ଛନ୍ଦିତା, ରାଜୀବ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି।

ସମାଜରେ ପ୍ରତ୍ୟେକ ଦିନ ଘଟୁଥିବା କଥା କୁ କାହାଣୀ ର ରୂପ ଦେଇ କମେଡି ଧାରା ରେ ଚଳଚ୍ଚିତ୍ର ନିର୍ମାଣ କଲେ ବେଶ ଲୋକାଦୃତ ହେବେ ବୋଲି ପ୍ରଯୋଜକ ପ୍ରଣୟ ଜେଠୀ ଆଶା ରଖିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

“ଫିଲ୍ମ ଅପରେସନ ୧୨/୧୭” ର ଶୁଭ ମହୁରତ

ଭୁବନେଶ୍ଵର: ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଶୁଭ ମହୁରତ ଉତ୍ସବରେ ଉତ୍ତର ଭୁବନେଶ୍ୱରର ବିଧାୟକ ସୁଶାନ୍ତ କୁମାର ରାଉତ, ୧୪ ନମ୍ବର ୱାର୍ଡ ର କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ କୁମାର ସାହୁଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଲେଖକ ଦିଲ୍ଲୀପ ଚୌଧୁରୀ, ଲାଇନ୍ ପ୍ରଯୋଜକ ଅମର ମହାପାତ୍ର, ପ୍ରସାଦ ଶ୍ରୀଚନ୍ଦନ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ମୁଖ୍ୟ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆଜିକାଲିର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ। ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀର ଡିଓପି ପ୍ରଶାନ୍ତନୁ ମହାପାତ୍ର ଓ ସହଯୋଗୀ ନିର୍ଦ୍ଦେଶନାରେ ଅଛନ୍ତି ବାପୁ। ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି। ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି। ପ୍ରଚାର ପ୍ରସାର ଦାୟିତ୍ୱ ରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି।

ଶୁଭ ମହୁରତ ଉତ୍ସବରେ ଆର.ଜେ ଗୁଡ୍ଡୀ ଉପସ୍ଥାପନା କରିଥିଲେ। ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜୀ-ସାର୍ଥକ ନିବେଦିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ’ ର ଶୁଭ ମହୁରତ

ଭୁବନେଶ୍ବର: ଓଲିଉଡରେ ଓଡ଼ିଆ ସିନେମାର ବଜାର ଏବେ ସରଗରମ। ଏହି ଗରମାଗରମ ମାହୋଲରେ ମନୋରଞ୍ଜନର ତଡ଼କା ଲଗେଇ ଜୀ-ସାର୍ଥକ ଫିଲ୍ମସ ନିବେଦିତ ଏବଂ ଅଜୟ ରାଉତ ପ୍ରଯୋଜିତ ଆଉ ଏକ ନୂଆ ସିନେମା ‘ପ୍ରତିଶୋଧ’ ର ଶୁଭ ମହୁରତ ଜୀ-ସାର୍ଥକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଅନେକ ସଫଳ ନନ୍ ଫିକ୍ସନ ମନୋରଞ୍ଜନ କାର୍ଯ୍ୟକ୍ରମ ର ନିର୍ଦ୍ଦେଶନା ସହିତ ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିବା ନିର୍ଦ୍ଦେଶକ ସାଇ ସ୍ଵରାଜ ମଙ୍ଗରାଜ (ପୁଚୁ) ଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର “ପ୍ରତିଶୋଧ” ନିର୍ମାଣ ହେବାକୁ ଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ନାୟିକା ତଥା ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏଲିନା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି କୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଥିବା ବେଳେ ପ୍ରତିଶୋଧ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଇତିହାସ ରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ତଥା ସଂଳାପ ଭରଦ୍ବାଜ ପଣ୍ଡା ଲେଖିଛନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଗୋଲଡି ରଥ ଦେଇଛନ୍ତି।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମନା କରିଥିବା ଗୋଟିଏ ସାଧାରଣ ଝିଅ ସମୟ ଅନୁସାରେ କିପରି ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜବରଦସ୍ତ ଆକ୍ସନ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀରେ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଏଲିନା ସାମନ୍ତରାୟଙ୍କ ସମେତ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ, ସମରେଶ ରାଉତରାୟ, ବବି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ପ୍ରତିଶୋଧ ଖୁବ ଶୀଘ୍ର ସୁଟିଂ ଫ୍ଲୋର କୁ ଯିବ ବୋଲି ଜୀସାର୍ଥକ ତରଫରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ

ଭୁବନେଶ୍ବର: ଅନୁପମା ମୁଭିଜ୍ ଦ୍ୱାରା ପ୍ରସ୍ତୁତ, ବିଭୁତି ଜେନା ନିବେଦିତ, ମୋହନ କୁମାରଙ୍କ ଦ୍ୱାରା ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଶମ୍ଭୁ” ର ଶୁଭ ମହୁରତ ଭୁବନେଶ୍ୱରର ଏକ ତାରକା ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ର “ଶମ୍ଭୁ” ର କାହାଣୀ ଅନୁପମା ଜେନା ଲେଖିଥିବା ବେଳେ ସଂଳାପ ଲେଖିଛନ୍ତି ଡକ୍ଟର ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶନା ଦୀପକ କୁମାର ଦେଇଥିବା ବେଳେ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନାର ଭାର ଏସ. ଦିଲ୍ଲୀପ ପଣ୍ଡା କାନ୍ଧେଇଛନ୍ତି।

ନବାଗତ ନାୟକ ଶୁଭମ ମୁଖ୍ୟ ନାୟକ ଚରିତ୍ରରେ ଅଭିନୟ କରିଥିବା ବେଳେ ଚୁଲବୁଲି ନାୟିକା ତମନ୍ନା ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ। ତାଙ୍କ ସହିତ ସହଯୋଗୀ କଳାକାର ଭାବେ ବହୁତ ପରିଚିତ କଳାକାର ଯଥା: ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକରବିଙ୍କ ସହିତ ଶିଶୁ କଳାକାର ଭାବେ ବିନପ୍ସା ଜେନା ପ୍ରମୁଖ ଅଭିନୟ କରିଛନ୍ତି। ଫାଇଟ୍ ମାଷ୍ଟର ଶୈଳେନ୍ଦ୍ର ମଧ୍ୟ ଏହି ଚଳଚ୍ଚିତ୍ର ସହିତ ଜଡିତ ଅଛନ୍ତି।

ଏହି ଶୁଭ ମହୁରତ ଅବସରରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଯୋଗଦେଇ କ୍ଲାପ୍ ଦେଇଥିଲେ। ପରିଚାଳନା ଦାୟିତ୍ୱରେ ବିଜୁ ଏବଂ ଭରତ ଥିବାବେଳେ କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ସଂଯୋଜନା ସହିତ ଉପସ୍ଥାପନା କରିଥିଲେ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ର ଶୁଭ ମହୁରତ

ଭୁବନେଶ୍ବର: ଆମର ଷ୍ଟୁଡିଓ ଓ ଏଏନଏ ପ୍ରଡକ୍ସନ ମିଳିତ ସହଯୋଗୀତା ରେ ନିର୍ମୀତ ନୂଆ ଓଡ଼ିଆ ସିନେମା ‘ଟିକେ ଟିକେ ଅଚିହ୍ନା ତୁ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ତାପସ ସାରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାର ନାୟକ ଭୂମିକାରେ ସ୍ୱରାଜ ଓ ନାୟିକା ଭାବେ ଭୂମିକାଙ୍କୁ ଦେଖିବାକୁ ମିଳିବ। ଆମର ଷ୍ଟୁଡିଓ ଓ ଆନ୍ନା ପ୍ରଡକସନ ବ୍ୟାନରରେ ସିନେମାଟି ନିର୍ମାଣ ହୋଇଛି। ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା।

ଅନ୍ୟମାନଙ୍କ ମଧ୍ୟରେ ପ୍ରଦ୍ୟୁମ୍ନ ଲେଙ୍କା, ଶୁଭମ, କେ କେ, ବିଘ୍ନେଶ୍ୱର ପଣ୍ଡା ଓ ସୋମା ଭୌମିକ ନଜର ଆସିବେ। ପ୍ରେମାନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଆରସିଏମ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଥିବା ବେଳେ ସୁଟିଂ ଆରମ୍ଭ ହୋଇଯାଇଛି। ପୁର୍ବରୁ “ତୁ ମୋ ଲଭ୍ ଷ୍ଟୋରୀ” ସ୍ୱରାଜ ଓ ଭୂମିକା ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ତେଣୁ ଏଥର ଏହି ଯୋଡ଼ି ପୁଣି ସୁପରହିଟ ହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଆ ଚଳଚ୍ଚିତ୍ର ‘ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ

ଭୁବନେଶ୍ବର: ‘ପ୍ରେମ ଲେଖିଦେଲି ତୋ ନାଁରେ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କଳାକାର ଯୋଗ ଦେଇଥିଲେ। ଆଜି ଏହାର ଶୁଭ ମହୁରତ ହେବା ସହ ଅଗଷ୍ଟ ପ୍ରଥମ ସପ୍ତାହରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି।

ଏଥିରେ ନୂଆ ଯୋଡି ଭାବେ ପ୍ରେମ୍‌, ସୁସ୍ମିତା ନଜର ଆସିବେ। ଏମାନଙ୍କ ସହ ପୂଜା, ଆଶୁତୋଷ, ରବି ମିଶ୍ର, ଦେବଦତ୍ତ, ତପସ୍ୱିନୀ ପ୍ରମୁଖ ଅଭିନୟ କରିଛନ୍ତି। ସତ୍ୟ ନାରାୟଣ ସାହୁ ସିନେମାରେ ନୂଆକରି ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକ ନୂଆ କରି ପ୍ରଯୋଜନା ଭାର ତୁଲାଇଛନ୍ତି।

ସେହିପରି ନନ୍ଦିନୀ ଆଇ ଲଭ ୟୁ, ମିତରେ ମିତ ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଥିବା ପ୍ରଶାନ୍ତ ପାଢ଼ୀ ଏହି ସିନେମାରେ ସଂଗୀତ ସଜାଇଛନ୍ତି। ଓଲିଉଡର ସୁପରହିଟ ଯୋଡି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା ଏହି ସିନେମାରେ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି।

ଏହା ପୂର୍ବରୁ ସୁନ୍ଦରଗଡର ସଲମନ୍ ଖାନ୍, ଝିଅଟା ବିଗିଡି ଗଲା ଓ ବଜରଙ୍ଗୀ ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ମୁନ୍ ଟିଭି ମୁଭିଜ୍ ଓଡ଼ିଶାର ଦର୍ଶକମାନଙ୍କୁ ଭେଟି ସାରିଛି ।ଲୁବୁନ-ଟୁବୁନ କ୍ୟୋରିଓଗ୍ରାଫି କରୁଥିବା ବେଳେ ପ୍ରଣୟ ଜେଠୀ କ୍ରିଏଟିଭ ହେଡ ରହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ସମାଜସେବୀ ଶଶୀ କୁମାର ସାହୁ ମହୁରତ କ୍ଲାପ୍ ଦେଇଥିଲେ। ତାଙ୍କ ସହ ପ୍ରଯୋଜକ ଟୁଟୁ ନାୟକ, ଅତିସ କୁମାର ରାଉତ, ରମେଶ ବାରିକ, ଶ୍ରୀଧର ମାର୍ଥା, ସଂଳାପକାର ଡଃ ରଜନୀ ରଞ୍ଜନ ଓ ନିର୍ଦ୍ଦେଶକ ଅବତାର ସିଂ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଓଡିଆ ସିନେମା ଇଣ୍ଡଷ୍ଟ୍ରିର ନୂଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ର ଶୁଭ ମହୁରତ

ଭୁବନେଶ୍ୱର: ଝିଲିକ୍ ମୋସନ ପିକ୍‌ଚର୍ସର ଚତୁର୍ଥ ଅବଦାନ ‘ପ୍ରିୟେ ତୁ ମୋ ସିଏ’ର ଆଜି ଶୁଭ ମହୁରତ ଅନୁଷ୍ଠିତ ହୋଇଛି। କଟକ ସ୍ଥିତ ମା’ ଚଣ୍ଡୀ ମନ୍ଦିର ଠାରେ ନୂଆ ସିନେମାର ଶୁଭ ମହୁରତ ସହ ସ୍କ୍ରିପ୍ଟ ପୂଜା ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, କାର୍ଯ୍ୟନିର୍ବାହୀ ପ୍ରଯୋଜକ ଅରୁଣ ସ୍ୱାଇଁ, ଚଳଚ୍ଚିତ୍ରର ନାୟିକା ଏଲିନା ସାମନ୍ତରାୟ, ଅଭିନେତା ଭୁପତି ତ୍ରିପାଠୀ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଆସନ୍ତା ଜୁନ ୧ ତାରିଖ ଠାରୁ ଓଡିଶାର ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଏହି ସିନେମାର ନାୟକ ଭୁମିକାରେ ଅମ୍ଳାନ ଦାସ ଓ ନାୟିକା ଭାବେ ଏଲିନା ସାମନ୍ତରାୟ ନଜର ଆସିଥିବା ବେଳେ ବବି ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସେହିଭଳି ଅନ୍ୟାନ୍ୟ ଭୁମିକାରେ ଭୁପତି ତ୍ରିପାଠୀ, ଇଶା ବେବର୍ତ୍ତା, ଅଭିଷେକ ଗିରି, ଛନ୍ଦିତା ପାଢ଼ୀ ପ୍ରମୁଖ ନଜର ଆସିବେ। ସୁଧାଂଶୁ ମୋହନ ସାହୁ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ଓ ସଂଳାପ ରଚନା କରିଛନ୍ତି ଶରଣାବିନ୍ଦ। ପୂର୍ବରୁ ଝିଲିକ୍ ମୋସନ ପିକ୍‌ଚର୍ସ ବ୍ୟାନରରେ ରୁଦ୍ରାଣୀ, କିସମିସ ଓ ତୋର ମୋର କଟି ସୁଟିଂ ଶେଷ ହୋଇ ରିଲିଜ୍ ଅପେକ୍ଷାରେ ରହିଛି। ଆଗାମୀ ରଥଯାତ୍ରାରେ ରୁଦ୍ରାଣୀ ସିନେମା ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ଘୋଷଣା କରିସାରିଛି।

Categories
ଆଜିର ଖବର ମନୋରଂଜନ

ନୂଆ ଓଡିଆ ଚଳଚ୍ଚିତ୍ର କିସ୍ ମିସ୍ ର ଶୁଭ ମହୁରତ

ଭୁବନେଶ୍ଵର: ଝିଲିକ୍ ମୋସନ୍ ପିକ୍ଚର୍ସ ବ୍ୟାନରରେ ଫିଲ୍ମ କିସ୍ ମିସ୍ ନିର୍ମାଣ ହେବାକୁ ଯାଉଛି। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହାର ଶୁଭ ମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ପରେ ପରେ ସମାଜସେବୀ ପ୍ରତିମା ଘଡେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଶାନ୍ତ ମଣି, ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର, ସଂଳାପ ଲେଖକ ସଞ୍ଜିତ ରଥ, କ୍ୟାମେରା ମ୍ୟାନ୍‌ କୁମାରୀ କୁହୁ, ଉପଦେଷ୍ଟା ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ।

ଝିଲିକ୍ ମୋସନ୍ ପିକ୍ଚର୍ସର ପ୍ରଥମ ଅବଦାନ ରୁଦ୍ରାଣୀ ପରେ କିସ୍ ମିସ୍ ହେଉଛି ଦ୍ୱିତୀୟ ଫିଲ୍ମ। ଏଥୁରେ ସ୍ବରାଜ ବାରିକ, ଶିବାନୀ ସଂଙ୍ଗୀତା, ପ୍ରିତିରାଜ, ନିତୁ ସିଂ, ଟୁଟୁ ନାୟକ,ଧରିତ୍ରୀ ଖଣ୍ଡୁଆଳ ପ୍ରମୁଖ ଅଭିନୟ କରୁଛନ୍ତି। ସଂପାଦନା ବିୟିତ୍ଵରେ ସୁକୁମାର ପାଣି, ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ଵରେ ଲୁବୁନ୍ ଟୁବୁନ୍ ଥିବା ବେଳେ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଅରୁଣ ସ୍ଵାଇଁ ଓ ଋତୁରାଜ ଖଟୁଆ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରଟି ପ୍ରେମ ଭିତ୍ତିକ କାହାଣୀ ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ସୁତ୍ରରୁ ପ୍ରକାଶ। ମହୁରତ ପରେ ସୁଟିଂ ଭୁବନେଶ୍ୱରରେ ଆରମ୍ଭ ହୋଇସାରିଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’ର ଶୁଭ ମହୁରତ

ଭୁବନେଶ୍ବର: ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସଂଯୋଜକ ବାସୁଦେବ ମାଳବିଷୋୟୀ, ସିଆର ଏଣ୍ଟରଟେନମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା, ସଂଳାପ ଲେଖକ ହର ବାରିକ୍, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କ୍ୟାମେରାମ୍ୟାନ ଦିଲ୍ଲୀପ ବାରିକ୍, ନୃତ୍ୟ ନିର୍ଦ୍ଦେଶକ ଲୁବୁନ-ଟୁବୁନ, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ସହ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା, ସସ୍ମିତା, ରାଇମୋହନ ପରିଡା, ଅସିତ୍ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସୋରଜ ଦାସ୍, କେକେ, ଚିନ୍ତାମଣି, ଜୀବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଭାଇ ଭଉଣୀଙ୍କ ନିବିଡ ପ୍ରେମ ଓ ତ୍ୟାଗ ଉପରେ ଚଳଚ୍ଚିତ୍ରଟିର କାହାଣୀ ଗତିଶୀଳ ହୋଇଛି। ମଳୟ ମିଶ୍ରଙ୍କ ବଳିଷ୍ଠ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଇରା ମହାନ୍ତି ଏବଂ ନିର୍ଦେଶକ ନିଜେ ମଳୟ ମହାନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ହାର ବାରିକ। ଫାଇଟ୍ ଦାୟିତ୍ୱରେ ଅଛନ୍ତି ଶୈଳେନ୍ଦ୍ର। ଚଳିତ ମାସ ୧୯ ତାରିଖରୁ ସୁଟିଂ ଫ୍ଲୋରକୁ ଆସିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ସୁମା ରିୟଲ ମିଡିଆର ଦ୍ୱିତୀୟ ଅବଦାନ ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି। ସୁମା ରିଅଲ ମିଡିଆର ଏହା ଦ୍ୱିତୀୟ ଅବଦାନ। ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି। ଆଜି ପ୍ରମେୟନ୍ୟୁଜ୍-୭ର ଗ୍ରୁପ ଏଡିଟର ଗୋପାଳକୃଷ୍ଣ ମହାପାତ୍ର କ୍ଲାପ୍ ଦେଇ ଶୁଭ ମହୁରତର ଶୁଭାରମ୍ଭ କରିଥିଲେ।

ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି। ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ ବେଶ ପ୍ରଭାବ ପକାଇଥିଲା। କରୋନା ପ୍ରଭାବ ସିଧାସଳଖ କଳା ଜଗତ ଉପରେ ପଢିଥିବାବେଳେ ସୁମା ରିଅଲ ମିଡ଼ିଆର ଏହି ପ୍ରୟାସ ଭଲ ପଦକ୍ଷେପ ବୋଲି କହିଛନ୍ତି ବରିଷ୍ଠ କଳାକାର ପ୍ରଦ୍ୟୁମ୍ନ ଲେଙ୍କା ଓ କୁନା ତ୍ରିପାଠୀ।

ସେପଟେ ଫିଲ୍ମଟି ସବୁ ବର୍ଗକୁ ବେଶ ପସନ୍ଦ ଆସିବ ବୋଲି କହିଛନ୍ତି ନିର୍ଦ୍ଦେଶକ ସଞ୍ଜୟ ନାୟକ। ଚଳଚ୍ଚିତ୍ର କାହାଣୀ ଗୀତଗୁଡିକ ଦର୍ଶନଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି କଳା ଓ କର୍ମଚାରୀ। ଫିଲ୍ମର କାହାଣୀ ଲେଖିଛନ୍ତି ଦିଲୀପ କୁମାର ଦାସ। ପ୍ରଯୋଜନା କରୁଛନ୍ତି ସୁନିଲ କୁମାର ଦାସ।

ବୈଦନାଥ ଦାସ ସଙ୍ଗୀତ ରଚନା କରିଥିବା ବେଳେ ସ୍ଵର ସଂଯୋଜନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଓ ସଞ୍ଜୟ ନାୟକ। କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଚକ୍ରବର୍ତ୍ତୀ ଓ ପ୍ରଜ୍ଞା ହୋତା। ଫିଲ୍ମ ଭୁବନେଶ୍ଵର, କଟକ, ରାୟଗଡା ଓ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହେବାର କାର‌୍ୟ୍ୟକ୍ରମ ରହିଛି। ଶୁଭ ମହୁରତରେ ‘ମନ ମୋ ନେଇଗଲୁ ରେ’ର ପ୍ରଯୋଜକ ସୁନିଲ ଦାସ, କାହାଣୀ ଲେଖକ ଦିଲୀପ କୁମାର ଦାସ, ନ୍ୟୁଜ-୭ର କାର‌୍ୟ୍ୟକାରୀ ସଂପାଦକ ଦେବନାରାୟଣ ସେଠୀ, ସିନେମାର ବହୁ କଳାକାର ପ୍ରମୁଖ ଉପସ୍ଥିତ ଥିଲେ।