Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଫିଲ୍ମ ଅପରେସନ ୧୨/୧୭” ର ଶୁଭ ମହୁରତ
ଆଜିର ଖବର

“ଫିଲ୍ମ ଅପରେସନ ୧୨/୧୭” ର ଶୁଭ ମହୁରତ

August 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ଅପରେସନ ୧୨/୧୭” ର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି।

ଏହି ଶୁଭ ମହୁରତ ଉତ୍ସବରେ ଉତ୍ତର ଭୁବନେଶ୍ୱରର ବିଧାୟକ ସୁଶାନ୍ତ କୁମାର ରାଉତ, ୧୪ ନମ୍ବର ୱାର୍ଡ ର କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ କୁମାର ସାହୁଙ୍କ ସମେତ ଚଳଚ୍ଚିତ୍ରର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଲେଖକ ଦିଲ୍ଲୀପ ଚୌଧୁରୀ, ଲାଇନ୍ ପ୍ରଯୋଜକ ଅମର ମହାପାତ୍ର, ପ୍ରସାଦ ଶ୍ରୀଚନ୍ଦନ, ଦିଲ୍ଲୀପ ଶ୍ରୀଚନ୍ଦନ, ପ୍ରଯୋଜକ ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଏବଂ ମୁଖ୍ୟ ଅଭିନେତ୍ରୀ ଭୂମିକା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ଦ୍ବିପାୟନ ପଟ୍ଟନାୟକ ଙ୍କର କାହାଣୀ ର ସଂଳାପ ରଚନା କରିଛନ୍ତି ଆଗଧାଡିର ସଂଳାପକାର ଦିଲ୍ଲୀପ ଚୌଧୁରୀ। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଆଜିକାଲିର ଟ୍ରେଣ୍ଡୀ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ। ଚିତ୍ରତ୍ତୋଳନ ମୁଖ୍ୟ ରହିଛନ୍ତି କେରଲା ଷ୍ଟୋରୀର ଡିଓପି ପ୍ରଶାନ୍ତନୁ ମହାପାତ୍ର ଓ ସହଯୋଗୀ ନିର୍ଦ୍ଦେଶନାରେ ଅଛନ୍ତି ବାପୁ। ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି। ଏମାନଙ୍କ ସହିତ ଓଡିଶା ସିନେ ଦୁନିଆର ବହୁ ଲୋକପ୍ରିୟ କଳାକାର ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ ଶିଶୁ କଳାକାର ସାନ୍ଭୀ ପ୍ରମୁଖ ରହିଛନ୍ତି। ପ୍ରଚାର ପ୍ରସାର ଦାୟିତ୍ୱ ରେ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି।

ଶୁଭ ମହୁରତ ଉତ୍ସବରେ ଆର.ଜେ ଗୁଡ୍ଡୀ ଉପସ୍ଥାପନା କରିଥିଲେ। ଏହି ଚଳଚ୍ଚିତ୍ର ବହୁତ ଜଲଦି ସୁଟିଙ୍ଗ୍ ଫ୍ଲୋର କୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି।

ଶୁଭ ମହୁରତ
Share. Facebook Twitter LinkedIn Email WhatsApp Copy Link

Related Posts

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026

୯ କୋଟିରୁ ଅଧିକ ସରକାରୀ ପାଣ୍ଠି ହଡ଼ପ ମାମଲା: ବନ୍ଧା ହେଲେ ଆଉ ୩ ସରକାରୀ କର୍ମଚାରୀ

October 10, 2026
Latest News

“ଦିଲ୍ଲୀକୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର”: CJP ପ୍ରତିବାଦ ଉପରେ ବିଜେପିର ଆକ୍ରମଣ

October 10, 2026

CJP ପ୍ରତିବାଦ: ମମତା ବାନାର୍ଜୀଙ୍କ ପରେ ଏବେ କେଜରିୱାଲ ମଧ୍ୟ ଅଟକ

October 10, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026

‘ସିଜେପି ପ୍ରତିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ”: ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୌଲାନା

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.