ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’ର ଶୁଭ ମହୁରତ

Published: Dec 15, 2021, 10:12 pm IST

ଭୁବନେଶ୍ବର: ସିଆର ଏଣ୍ଟରଟେନମେଣ୍ଟ ଓ ଅର୍ଚ୍ଚନା ମ୍ୟୁଜିକ୍ ସହଭାଗିତାରେ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଓମ ସ୍ୱାହା’। ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼ ସାଇ ମନ୍ଦିର ପ୍ରାଙ୍ଗଣରେ ଏହି ଚଳଚ୍ଚିତ୍ରର ଶୁଭମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହାକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ସଂଯୋଜକ ବାସୁଦେବ ମାଳବିଷୋୟୀ, ସିଆର ଏଣ୍ଟରଟେନମେଣ୍ଟ ପ୍ରଯୋଜକ ବିଜୟ ଦ୍ବିବେଦୀ, ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା, ସଂଳାପ ଲେଖକ ହର ବାରିକ୍, ସଂଗୀତ ନିର୍ଦ୍ଦେଶକ ମଳୟ ମିଶ୍ର, କ୍ୟାମେରାମ୍ୟାନ ଦିଲ୍ଲୀପ ବାରିକ୍, ନୃତ୍ୟ ନିର୍ଦ୍ଦେଶକ ଲୁବୁନ-ଟୁବୁନ, ସମ୍ପାଦକ ଚନ୍ଦ୍ରଶେଖର ମିଶ୍ରଙ୍କ ସହ ଅଭିନେତା ଜ୍ୟୋତି, ଅଭିନେତ୍ରୀ ଦିବ୍ୟା, ସସ୍ମିତା, ରାଇମୋହନ ପରିଡା, ଅସିତ୍ ପତି, ପ୍ରଭାତୀ ସାହୁ, ପ୍ରତିଭା ପଣ୍ଡା, ବାବୁ ପ୍ରଧାନ, ସୋରଜ ଦାସ୍, କେକେ, ଚିନ୍ତାମଣି, ଜୀବନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଭାଇ ଭଉଣୀଙ୍କ ନିବିଡ ପ୍ରେମ ଓ ତ୍ୟାଗ ଉପରେ ଚଳଚ୍ଚିତ୍ରଟିର କାହାଣୀ ଗତିଶୀଳ ହୋଇଛି। ମଳୟ ମିଶ୍ରଙ୍କ ବଳିଷ୍ଠ ସଂଗୀତ ନିର୍ଦେଶନାରେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, ଇରା ମହାନ୍ତି ଏବଂ ନିର୍ଦେଶକ ନିଜେ ମଳୟ ମହାନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ ଓ ହାର ବାରିକ। ଫାଇଟ୍ ଦାୟିତ୍ୱରେ ଅଛନ୍ତି ଶୈଳେନ୍ଦ୍ର। ଚଳିତ ମାସ ୧୯ ତାରିଖରୁ ସୁଟିଂ ଫ୍ଲୋରକୁ ଆସିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Related posts