ନୂଆ ଓଡିଆ ଚଳଚ୍ଚିତ୍ର କିସ୍ ମିସ୍ ର ଶୁଭ ମହୁରତ

Published: Mar 3, 2022, 8:56 am IST

ଭୁବନେଶ୍ଵର: ଝିଲିକ୍ ମୋସନ୍ ପିକ୍ଚର୍ସ ବ୍ୟାନରରେ ଫିଲ୍ମ କିସ୍ ମିସ୍ ନିର୍ମାଣ ହେବାକୁ ଯାଉଛି। ଭୁବନେଶ୍ବରର ଏକ ତାରକା ହୋଟେଲରେ ଏହାର ଶୁଭ ମହୁରତ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ପରେ ପରେ ସମାଜସେବୀ ପ୍ରତିମା ଘଡେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ, ନିର୍ଦ୍ଦେଶକ ସୁଶାନ୍ତ ମଣି, ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର, ସଂଳାପ ଲେଖକ ସଞ୍ଜିତ ରଥ, କ୍ୟାମେରା ମ୍ୟାନ୍‌ କୁମାରୀ କୁହୁ, ଉପଦେଷ୍ଟା ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ରକୁ କ୍ଲାପ୍ ଦେଇ ଶୁଭାରମ୍ଭ କରିଥିଲେ।

ଝିଲିକ୍ ମୋସନ୍ ପିକ୍ଚର୍ସର ପ୍ରଥମ ଅବଦାନ ରୁଦ୍ରାଣୀ ପରେ କିସ୍ ମିସ୍ ହେଉଛି ଦ୍ୱିତୀୟ ଫିଲ୍ମ। ଏଥୁରେ ସ୍ବରାଜ ବାରିକ, ଶିବାନୀ ସଂଙ୍ଗୀତା, ପ୍ରିତିରାଜ, ନିତୁ ସିଂ, ଟୁଟୁ ନାୟକ,ଧରିତ୍ରୀ ଖଣ୍ଡୁଆଳ ପ୍ରମୁଖ ଅଭିନୟ କରୁଛନ୍ତି। ସଂପାଦନା ବିୟିତ୍ଵରେ ସୁକୁମାର ପାଣି, ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ଵରେ ଲୁବୁନ୍ ଟୁବୁନ୍ ଥିବା ବେଳେ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓ କାର୍ଯ୍ୟକାରୀ ପ୍ରଯୋଜକ ଭାବେ ଅରୁଣ ସ୍ଵାଇଁ ଓ ଋତୁରାଜ ଖଟୁଆ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରଟି ପ୍ରେମ ଭିତ୍ତିକ କାହାଣୀ ଉପରେ ଆଧାରିତ ବୋଲି ପ୍ରଯୋଜନା ସଂସ୍ଥା ସୁତ୍ରରୁ ପ୍ରକାଶ। ମହୁରତ ପରେ ସୁଟିଂ ଭୁବନେଶ୍ୱରରେ ଆରମ୍ଭ ହୋଇସାରିଛି।

Related posts