Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ
ଆଜିର ଖବର

କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

January 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ଭବନ
କଂଗ୍ରେସ ଭବନରେ ପାଳନ ହେଲା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ଓପିସିସିର ପୂର୍ବତନ ସଭାପତି ତଥା ପ୍ରତିଥଯଶା ସାହିତ୍ୟିକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।

ସଭାପତି ଶ୍ରୀ ଦାସଙ୍କ ସମେତ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ବିଶିଷ୍ଟ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏମ ବିରପ୍ପା ମୋଇଲି, ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ ରଣଦୀପ ସିଂ ସୂର୍ଯେୱାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଉନ୍ମୋଚନ କରିଥିଲେ।

ଶ୍ରଦ୍ଧାସୁମନ ଅର୍ପଣକରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯେୱାଲା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨ ଟଙ୍କିଆ ଚାଉଳର ଜନକ ବୋଲି ଆଖ୍ୟା ଦେଇଥିଲେ। ଦେଶରେ କେହି ଭୋକ ଉପାସରେ ନ ରହିବେ ବୋଲି କଂଗ୍ରେସ ପ୍ରଥମେ ଗରିବ ଜନସାଧାରଣଙ୍କର ପେଟକୁ ଦାନା ଦେବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ସମଗ୍ର ଦେଶରେ ଆରମ୍ଭ କରିଥିଲା। ଶ୍ରୀ ମୋଇଲି କହିଥିଲେ ଯେ ସ୍ୱର୍ଗତ ପଟ୍ଟନାୟକ ମୋର ଜଣେ ବିଶେଷ ବନ୍ଧୁ ଥିଲେ। ଅନେକ ସମୟରେ ସାମାଜିକ ସୁରକ୍ଷା ଏବଂ ଲୋକଙ୍କ ଅର୍ଥନୈତିକ ପ୍ରଗତୀ ବିଷୟରେ ଆଲୋଚନା କରୁଥିଲୁ।

ସ୍ୱର୍ଗତ ପଟ୍ଟନାୟକ ଏକ ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ, ଏକାଧାରରେ ସାହିତ୍ୟିକ, ପ୍ରଶାସକ ଓ ବିକାଶର ବ୍ୟକ୍ତିତ୍ୱ ଥିଲେ। ଶିଳ୍ପର ବିକାଶ ହେଲେ ରାଜ୍ୟର ବିକାଶ ହେବ,ଏଥିପାଇଁ ସେ ହଜାରେ ଦିନରେ ହଜାର ଶିଳ୍ପର ମୂଳଦୂଆ ପକାଇଥିଲେ । ଜଣେ ସୁସଂଗଠନ ଭାବରେ ତାଙ୍କର ଖ୍ୟାତି ଥିଲା ବୋଲି ପିସିସି ସଭାପତି ଶ୍ରୀ ଦାସ କହିଥିଲେ।

ଶ୍ରଦ୍ଧାଞ୍ଜଳି ଜଣାଇ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ସହ ପ୍ରଭାରୀ ଜେଟି କୁସୁମ କୁମାର, ମନୋରଞ୍ଜନ ଦାଶ ଜାନକୀ ବାବୁଙ୍କର ବହୁମୁଖୀ ପ୍ରଭା ଓ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ପରିଚାଳନା କରିଥିଲେ।

କଂଗ୍ରେସ ଭବନ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026
Latest News

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026

ସଂସଦରେ ECE ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ନୋଟିସ: ଜାଣନ୍ତୁ ଏବେ କ’ଣ ହେବ?

March 13, 2026

ଲଞ୍ଚ ହେଲା TVS Orbiter V1 ଇଲେକ୍ଟ୍ରିକ୍ ସ୍କୁଟର: ଜାଣନ୍ତୁ ଏହାର ପରିସର ଏବଂ EMI ଯୋଜନା

March 13, 2026

ଆଜି ଆପଣଙ୍କ ଆକାଉଣ୍ଟରେ ଜମା ହେବ କିଷାନ ସମ୍ମାନ ନିଧି ଟଙ୍କା: ତୁରନ୍ତ କରନ୍ତୁ ଯାଞ୍ଚ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.