(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବେଲଗାଁ ଥାନା ଅଞ୍ଚଳର ସାହାପୁର ଖାଜିପଲୀ ରାସ୍ତା କଡ଼ ଏକ ବିଲ ମାଳରୁ ଉଲଗ୍ନ ଅବସ୍ଥାରେ ଥିବା ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମରଶରୀରକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ନଂ ୧/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୁଚନା ଅନୁଯାୟୀ, ମୁଖ୍ୟ ରାସ୍ତା ଦେଇ ଯାଉଥିବା କିଛି ଲୋକ ଉକ୍ତ ଶବକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ପାଖାପାଖି ୪୦ ବର୍ଷ ର ଉକ୍ତ ଯୁବକକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି।


