ଭୁବନେଶ୍ଵର: ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ମହୋତ୍ସବ ଆରମ୍ଭ ହେବାକୁ ଯାଉଛି। ଏହି ମହୋତ୍ସବ ନିମନ୍ତେ ଏକ ମଶାଲ ଶୋଭାଯାତ୍ରା କପିଳାସ ନିକଟରୁ ଆରମ୍ଭ କରାଯାଇଥିଲା। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଜିଲ୍ଲାର ୮ଟି ବ୍ଲକ ଅଭିମୁଖେ ଯିବାକୁ ଥିବା ମଶାଲ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ।
ଶୋଭାଯାତ୍ରାରେ ପାଇକ ନୃତ୍ୟ ଓ କୀର୍ତ୍ତନମଣ୍ଡଳୀ ସାମିଲ ହୋଇଥିଲେ। ପରେ ରଥଗୁଡିକ ନିଜ ନିଜ ବ୍ଲକ ଅଭିମୁଖେ ଯାତ୍ରା କରିଥିଲେ। ମହୋତ୍ସବରେ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ରୁଦ୍ର ନାରାୟଣ ପାଣି, ବିଧାୟକ ବିଭୂତି ପ୍ରଧାନ, ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


