ଭୁବନେଶ୍ୱର: ଆଇଆଇଟି ଭୁବନେଶ୍ୱରରେ ‘ଡିଜାଇନ୍ ଫର୍ ଭାରତ୍ ୟୁଥ୍ ଇନୋଭେସନ୍ ଚ୍ୟାଲେଞ୍ଜ – ଓଡ଼ିଶା ଜୋନ୍’ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ ‘ମାଇଁ ଭାରତ୍’ ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରଦର୍ଶନୀରେ ଓଡ଼ିଶାର ୧୫ଟି ଦଳ ଭାଗ ନେଇଥିଲେ। ସାମାଜିକ ଓ ପ୍ରଯୁକ୍ତିଗତ ସମସ୍ୟାକୁ ନେଇ ତିଆରି କରାଯାଇଥିବା ନୂତନ ଡିଜାଇନ୍ ପ୍ରଦର୍ଶନ ହୋଇଥିଲା।
ପ୍ରଦର୍ଶନୀର ଶ୍ରେଷ୍ଠ ଦଳମାନେ ଆସନ୍ତା ୧୨ ଅଗଷ୍ଟ ୨୦୨୬ ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜାତୀୟ ‘ଡିଜାଇନ୍ ଫର୍ ଭାରତ୍’ ପ୍ରଦର୍ଶନୀରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାଇଁ ଭାରତ ଓଡ଼ିଶାର ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ମୁରଲିଧର ଖରାଟ ଯୋଗଦେଇଥିଲେ।


