Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ
ଆଜିର ଖବର

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ

January 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
I and PR Department holds preparatory meeting regarding Republic Day celebrations
I and PR Department holds preparatory meeting regarding Republic Day celebrations

ଭୁବନେଶ୍ୱର: ଭୁବନେଶ୍ୱରରେ ଆସନ୍ତା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୬ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଅଧ୍ୟକ୍ଷତା କରି କହିଲେ ଯେ ସାଧାରଣତନ୍ତ୍ର ଦିବସ ହେଉଛି ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବବେଗର ପ୍ରତୀକ। ମହାତ୍ମା ଗାନ୍ଧୀ ମାର୍ଗରେ ହେବାକୁ ଥିବା ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଓଡ଼ିଶାର ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଉତ୍ସବକୁ ଅତ୍ୟନ୍ତ ଶୃଙ୍ଖଳିତ, ଆଧୁନିକ ଓ ଆକର୍ଷଣୀୟ ଭାବରେ ପାଳନ କରିବାକୁ ସେ କହିଥିଲେ। ଉତ୍ସବର ପ୍ରତ୍ୟେକ ଆୟୋଜନ ଯଥା-ପାରେଡ୍, ସାଜସଜ୍ଜା, ଆମନ୍ତ୍ରିତ ଅତିଥିଙ୍କ ଉପବେସନ ବ୍ୟବସ୍ଥା, ସୁରକ୍ଷା, ସମୟନିଷ୍ଠତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ।

ବୈଠକରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ପାର୍କ ଓ ବସ୍ଷ୍ଟାଣ୍ଡ ଆଦି ସ୍ଥାନରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଭାତରେ ରାମଧୁନ୍ ପରିବେଷଣ କରି ଦେଶପ୍ରେମ ଭାବନା ସୃଷ୍ଟି କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହା ସହ ପତାକା ଉତ୍ତୋଳନ ସ୍ଥଳରେ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ, ଟିଭି ଓ ସାମାଜିକ ଗଣମାଧ୍ୟମ ଯୋଗେ ସିଧା ପ୍ରସାରଣ, ଉତ୍ସବ ସ୍ଥଳର ସାଜସଜ୍ଜା ଓ ପ୍ରଜ୍ଞାପନ ମେଢ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ସାଧାରଣତନ୍ତ୍ର ଦିବସ ପାଳନକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଅଧିକ ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ବୈଠକର ଆଲୋଚନାରୁ ଜଣାପଡ଼ିଛି। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ ଓ ପ୍ରମୁଖ କୋଠାଗୁଡ଼ିକରେ ଆଲୋକ ସଜ୍ଜା କରାଯିବା ସହ ସମସ୍ତ ବ୍ୟବସ୍ଥାକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବୈଠକରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ବେହୁରିଆ, ନିର୍ଦ୍ଦେଶକ (ବୈଷୟିକ) ଗୁର୍ବୀର୍ ସିଂ, ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

I and PR Department Preparatory Meeting Republic Day celebrations ପ୍ରସ୍ତୁତି ବୈଠକ ସାଧାରଣତନ୍ତ୍ର ଦିବସ-୨୦୨୬ ସୂଚନା ଓ ଲୋକସମ୍ପର୍କ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Latest News

ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଯୋଗଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

January 8, 2026

‘ପଙ୍ଖୁଡ଼ି ପୋର୍ଟାଲ୍’ ଶୁଭାରମ୍ଭ: ମହିଳା ଓ ଶିଶୁ ବିକାଶ ପାଇଁ ଡିଜିଟାଲ୍ ମାଇଲଷ୍ଟୋନ

January 8, 2026

ଭାରତୀୟ ଏଆଇ ଷ୍ଟାର୍ଟଅପ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ

January 8, 2026

ସଡ଼କ ସୁରକ୍ଷାର ସନ୍ଦେଶ ସହ କବିତାର ଝରଣା: ରଣପୁର ମହୋତ୍ସବର ଚତୁର୍ଥ ଦିବସ

January 8, 2026

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୂଲ୍ୟବାନ ସାମଗ୍ରୀ ଫେରାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.