ଚ଼ିଲିକା: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ପାନ୍ଥନିବାସ ଠାରେ ଅନୁଷ୍ଠିତ ହେଉଥିବା ଚ଼ିଲିକା ନୌକା ପ୍ରତିଯୋଗିତାର ଅନ୍ତିମ ଦିନରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଛନ୍ତି।
ଚ଼ିଲିକା ନୌକା ପ୍ରତିଯୋଗିତା କେବଳ ଏକ କ୍ରୀଡ଼ା ନୁହେଁ, ଚିଲିକାର ମତ୍ସ୍ୟଜୀବୀମାନଙ୍କ ଜୀବନଶୈଳୀର ଜୀବନ୍ତ ପ୍ରତୀକ। ଦେଶୀ ଡଙ୍ଗାରେ ଆହୁଲା ମାରି ଆଗକୁ ବଢ଼ିବାର ଉତ୍ସାହ ମୋତେ ଅଭିଭୂତ କଲା। ପାରମ୍ପରିକ ଭାବେ ଡଙ୍ଗା ଚାଳନାକୁ ବୃତ୍ତି ଭାବେ ଆପଣାଇଥିବା ଏହି ଯୁବକମାନଙ୍କୁ ନୌଚାଳନା କ୍ରୀଡ଼ା ପ୍ରତି ଆକର୍ଷିତ କରିବାରେ ବେଶ ସହାୟକ ହେବ ଏହି ପ୍ରତିଯୋଗିତା।
ଚିଲିକାକୁ ଅଧିକ ପର୍ଯ୍ୟଟକ ଆସିବା ହିଁ ଏକମାତ୍ର ଲକ୍ଷ୍ୟ।ଏଥିପାଇଁ ଚିଲିକା ବୋଟ୍ ରେସ୍ ଭଳି ବିଭିନ୍ନ କାର୍ଯ୍ୟକ୍ରର ଆୟୋଜନ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରିବା।ଆମ ଲକ୍ଷ୍ୟ ରହିବ ଚିଲିକାରେ ଏଭଳି ସୁବିଧା କରାଯିବ, ଯେପରିକି ପ୍ରତିଦିନ ୧ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ଚିଲିକା ଆସିବେ । ଆଗାମୀ ଦିନରେ ୨୦୦୦ କୋଟିରୁ ଅଧିକ ବ୍ୟୟରେ ଚିଲିକାର ପୁନରୁଦ୍ଧାର ସହ ସର୍ବାଙ୍ଗୀନ ଉନ୍ନତି ପ୍ରତି ରାଜ୍ୟ ସରକାର ସଂକଳ୍ପବଦ୍ଧ।
ଏହି ଅବସରରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ସ୍ୱାଇଁ, ଚିଲିକା ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ଅମ୍ଳାନ ନାୟକ, ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ପି.କେ. ଦାସ, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ଓଡ଼ିଶା କାୟାକିଂ ଓ କାନୋଇଂ ସଂଘର ସମ୍ପାଦକ ବିପିନ ଦାସ ଉପସ୍ଥିତ ଥିଲେ।


