Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ
ଆଜିର ଖବର

ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ: ୧୫୦ ଗିରଫ, ୨୬୦ଟି ମାମଲା ରୁଜୁ

January 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଗତ ଡିସେମ୍ବର ୨୦ରୁ ଚାଲିଥିବା ଥିବା ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୦ତମ ଦିନରେ ବିଭାଗ ୨୬୦ଟି ମାମଲା ରୁଜୁ କରିଛି। ଏଥିରେ ୭ଟି ମାମଲା ଏନ୍ଡିପିଏସ୍ ଆଇନ ଅଧୀନରେ ରୁଜୁ ହୋଇଛି। ଏହି ଦିନରେ ହୋଇଥିବା ଚଢ଼ାଉରେ ୧.୫୯ କୋଟି ଟଙ୍କା ମୂଲ୍ୟର ବେଆଇନ ମାଦକ ଦ୍ରବ୍ୟ ଓ ସାମଗ୍ରୀ ଜବତ କରାଯାଇଥିବା ସହ ୧.୯୮ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ମଧ୍ୟ ନଷ୍ଟ କରାଯାଇଛି।

ବିଭାଗ ତରଫରୁ ହସ୍ତଗତ ତଥ୍ୟ ଅନୁଯାୟୀ, ଏହି ଦିନର କାର୍ଯ୍ୟାନୁଷ୍ଠାନରେ ୧୫୦ ଜଣଙ୍କୁ ଗିରଫ କରାଯାଇଛି। ଏଥି ସହ ମାମଲାରେ ସଂପୃକ୍ତ ୨୩ଟି ଗାଡ଼ି ଜବତ କରାଯାଇଛି।

ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୨,୨୩୮ ଲିଟର ବେଆଇନ ଭାବେ ପ୍ରସ୍ତୁତ ମଦ ଏବଂ ୨୬୧ ଲିଟର duty-paid liquor ରହିଛି। ଏହା ସହ ୧,୧୩,୯୮୫ ଲିଟର ମହୁଲି ପୋଚ, ୮,୪୯୦ କିଲୋଗ୍ରାମ ଗୁଡ଼ ପୋଚ ଏବଂ ୨,୭୦୦ କିଲୋଗ୍ରାମ ମହୁଲି ଫୁଲ ଜବତ କରାଯାଇଛି। ବେଆଇନ ତଥା ନିଷିଦ୍ଧ ନିଶା ଦ୍ରବ୍ୟ ମଧ୍ୟରେ ୨୯୮ କିଲୋଗ୍ରାମ ଗଞ୍ଜେଇ ଏବଂ ୮୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି।

ଏହା ସହିତ କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅବକାରୀ ଦଳ ବେଆଇନ ଗଞ୍ଜେଇ ଚାଷ ସମ୍ପର୍କିତ ୨ଟି ମାମଲା ରୁଜୁ କରିଛି।

arrested Massive Seizures Special Excise Driv
Share. Facebook Twitter LinkedIn Email WhatsApp Copy Link

Related Posts

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026
Latest News

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

April 26, 2026

୨୦୨୫–୨୬ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ଦୃଢ଼ ଆର୍ଥିକ ପ୍ରଦର୍ଶନ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.