Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ନକଲି ଚେକ୍ ଦେଇ ଏକ କୋଟିର କାର୍ କିଣି ଗିରଫ ହେଲେ ଯୁବକ

ଫ୍ଲୋରିଡା : ଫ୍ଲୋରିଡାର ଜନୈକ ଯୁବକ ନକଲି ଚେକ୍ ଜରିଆରେ ଏକ କାର୍ କିଣି ଜେଲ୍ ଯାଇଛନ୍ତି । ଯୁବକ ଜଣକ ନିଜ ଘରେ ରଖିଥିବା କମ୍ପ୍ୟୁଟରରେ ଏକ ନକଲି ଚେକ୍ ପ୍ରସ୍ତୁତ କରିବା ସହିତ ଉକ୍ତ ଚେକ୍ ଜରିଆରେ ଏକ ପୋର୍ସେ କାର୍ କିଣିଥିଲେ । ଫ୍ଲୋରିଡାର 42 ବର୍ଷୀୟ ୱିଲିୟମ୍ କେଲି ନକଲି ଚେକ୍ ବ୍ୟବହାର କରିବା ସହିତ ପୋର୍ସେ 911 ଟର୍ବୋ କାର୍ଟି କିଣିଥିଲେ । ଡେଷ୍ଟିନରେ ଓକାଲୁସା କାଉଣ୍ଟିର ଏକ କାର୍ ସୋ ରୁମ୍ରୁ କେଲି କାର କିଣିବା ସହିତ 139, 203.05 ଡଲାରର ଚେକ୍ ପ୍ରଦାନ କରିଥିଲେ । ଜୁଲାଇ 27 ତାରିଖରେ କାର୍ଟି କିଣିବା ପରେ ଚେକ୍ଟି ବାଉନ୍ସ ହେବାରୁ କାର୍ଟି ଚୋରି ହୋଇଥିବା ନେଇ ସୋରୁମ୍ କର୍ତ୍ତୃପକ୍ଷ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ କେବଳ କାର୍ ଚଳାଇ ନଥିଲେ ବରଂ ଏହାର ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ତେବେ ଏକ ରୋଲେକ୍ସ ଘଣ୍ଟା କିଣିବାକୁ ଯାଇ ଅଭିଯୁକ୍ତ ଜଣକ ଧରା ପଡି ଯାଇଥିଲେ । ୱାଲଟନ୍ କାଉଣ୍ଟରୁ ଘଣ୍ଟା କିଣିବା ସମୟରେ ଚେକ୍ଟି କ୍ଲିୟର୍ ନହେବାରୁ ଦୋକାନୀ ଥାନାରେ ଖବର ଦେଇଥିଲେ । ପୋଲିସ କେଲୀଙ୍କୁ ଗିରଫ କରିବା ପରେ କାର୍ ଘଟଣା ସମ୍ମୁଖକୁ ଆସିଥିଲା (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଋଷିକେଶରୁ ଗିରଫ ହେଲେ ଉତ୍ତର ପ୍ରଦେଶ ବିଧାୟକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଜନୈକ ବିଧାୟକଙ୍କୁ ଋଷିକେଶରୁ ଗିରଫ କରାଯାଇଛି । ଉତ୍ତର ପ୍ରଦେଶ ବିଧାୟକ ଅମନମଣି ତ୍ରିପାଠୀ ଏବଂ ତାଙ୍କର 10 ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କାରଣରୁ ବିଧାୟକ ଏବଂ ତାଙ୍କର ସହଯୋଗୀଙ୍କୁ ଗିରଫ କରାଯାଇଛି । ଗିରଫ ପରେ ବିଧାୟକ ଏବଂ ଅନ୍ୟମାନଙ୍କୁ ଜାମିନରେ ଛଡାଯାଇଛି । ଲକ୍‌ଡାଉନ୍‌ରେ ବଦ୍ରିନାଥ ଯାଉଥିବା ବେଳେ ବିଧାୟକଙ୍କୁ ଉତ୍ତରାଖଣ୍ଡର ଚାମୋଲିରୁ ଗିରଫ କରାଯାଇ ପୁନର୍ବାର ଉତ୍ତର ପ୍ରଦେଶ ପଠାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ମେ 15 ତାରିଖ ପର୍ଯ୍ୟନ୍ତ କେଦାରନାଥ ଏବଂ ବଦ୍ରିନାଥ ଧାର୍ମିକ ସ୍ଥଳକୁ ବନ୍ଦ ରଖାଯାଇଛି । (ଏଜେନ୍ସି)

Categories
ଅପରାଧ ଆଞ୍ଚଳିକ

ବାଣପୁରରୁ ଦେଶୀ ମଦ ଏବଂ ଅସ୍ତ୍ରଶସ୍ତ୍ର ସହିତ ଯୁବକ ଗିରଫ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଦେଶୀ ମଦ ଏବଂ ଅସ୍ତ୍ର ଶସ୍ତ୍ର ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଝିଣ୍ଟିକାପଲ୍ଲୀ ଗ୍ରାମର ଗଙ୍ଗାଧର ପରିଡାଙ୍କୁ ପୋଲିସ୍‌ ଗିରଫ କରିବା ସହିତ ୪୦ ଲିଟର ଦେଶୀ ମଦ ଜବତ କରିଛି। ଲକ୍‌ଡାଉନ୍‌ ସମୟରେ ଦେଶୀ ଚୋରାମଦ ବ୍ୟବସାୟକୁ ରୋକିବାରେ ବାଣପୁର ପୋଲିସକୁ ବଡ ସଫଳତା ମିଳିଛି। ଏହା ସହିତ ଗଙ୍ଗାଧରଙ୍କ ଘର ଉପରେ ଚଢାଉ କରି ପୋଲିସ୍‌ ଏକ ଦେଶୀ ବନ୍ଧୁକ ଏବଂ ବୋମା ଜବତ କରିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାଣପୁର ପୋଲିସ୍‌ ଚଢାଉ କରି ୪୦ ଲିଟର ଦେଶୀ ମଦ ସହିତ ଅରବିନ୍ଦଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅରବିନ୍ଦଙ୍କ ଘର ଉପରେ ଚଢାଉ କରି ଗୋଟିଏ ଦେଶୀ ବନ୍ଧୁକ, ଗୁଳି ତିଆରି ବାରୁଦ ଏବଂ ବୋମା ତିଆରି କରିବା ସାମଗ୍ରୀ ଜବତ କରିଥିଲା ପୋଲିସ୍‌। ବାଣପୁର ପୋଲିସ୍‌ ପକ୍ଷରୁ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ, ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପି କେ ଜେନା, ଏସ୍‌ଆଇ ବି କେ ପଟ୍ଟନାୟକ, ଏସ୍‌ଆଇ ଶ୍ରୀନିବାସ ପ୍ରଧାନ, ଓଏପିଏଫ୍‌ ଏ କେ କହଁର, ଓଏପିଏଫ୍‌ ରମେଶ ଚନ୍ଦ୍ର ପ୍ରଧାନ, ଗୃହରକ୍ଷୀ ନିହାର ରଞ୍ଜନ ଜେନା, ସତ୍ୟ ନାରାୟଣ ମିଶ୍ର ଏବଂ ସୁଲୋଚନା ବେହେରାଙ୍କ ଟିମ୍‌ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ଏସ୍‌ଏସ୍‌ବି ଯବାନ ଅଟକ

ଲକ୍ଷ୍ନୌ : ଦୁଇ ଜଣ ବ୍ୟବସାୟୀଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ଏସ୍‌ଏସ୍‌ବି ଯବାନଙ୍କୁ ଅଟକ ରଖାଯାଇଛି । ମୋହନଲାଲଗଞ୍ଜରେ ଅବସ୍ଥାପିତ ଏସ୍‌ଏସ୍‌ବି ଯବାନ ରାଜେଶ କୁମାରଙ୍କୁ ଲକ୍ଷ୍ନୌରୁ ରବିବାର ଦିନ ଗିରଫ କରାଯାଇଛି । ଅର୍ଥ ହାସଲ ପାଇଁ ତିନି ସାଥୀଙ୍କ ସହିତ ମିଶି ରାଜେଶ ଏହି ଅପହରଣ କରିଥିଲେ । ପୋଲିସ୍‌ର ଏକ ଟିମ୍‌ ଦୁଇ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ବେଳେ ରାଜେଶଙ୍କ ଅନ୍ୟ ତିନି ସାଥୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାର ତଦନ୍ତ ଜାରି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଜେହାନାବାଦରୁ ଗିରଫ ହେଲେ ଶର୍ଜିଲ୍‌ ଇମାମ୍‌

ଜେହାନାବାଦ : ଜେହାନାବାଦରୁ ଗିରଫ ହୋଇଛନ୍ତି ଶର୍ଜିଲ୍‌ ଇମାମ୍‌ । ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୋଲିସ୍‌ ବିହାରର ଜେହାନାବାଦରୁ ଶର୍ଜିଲଙ୍କୁ ଗିରଫ କରିଛି । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଦେଶଦ୍ରୋହ ଅଭିଯୋଗରେ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ୍‌ ଶର୍ଜିଲଙ୍କୁ ଗିରଫ କରାଯାଇଛି । ଗତକାଲି ଶର୍ଜିଲ୍‌ଙ୍କ ବାସଭବନରେ ଚଢାଉ କରାଯାଇ ତାଙ୍କ ମାଙ୍କ ସମେତ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଇଥିଲା । ମଙ୍ଗଳବାର ତାଙ୍କ ଭାଇଙ୍କୁ ପୋଲିସ୍‌ ଗିରଫ କରିବା ପରେ ମଙ୍ଗଳବାର ଅପରାହ୍ନରେ ଜେହାନାବାଦରୁ ପୋଲିସ୍‌ ଇମାମଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଉଲ୍ଲେଖଯୋଜ୍ୟ ଯେ, ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ ଶାହିନବାଗରେ ନିଜ ଭାଷଣରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଖସିଗଲା ଡ୍ରଗ୍‌ ମାଫିଆ : 31 ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ,ମା‘ ଗିରଫ

ସମୀକ୍ଷା ବ୍ୟୁରୋ
ଜଳେଶ୍ବର,11/12 : ଜଳେଶ୍ବରର କୁଖ୍ୟାତ ନିଶା ବେପାରୀ ମୁନ୍ନା ଖାଁ ପୋଲିସକୁ ଚକ୍‌ମା ଦେଇ ଖସି ଯାଇଛି । ତେବେ ମୁନ୍ନା ଘରୁ ପୋଲିସ୍ 31 ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗାର ଜବତ କରିବା ସହିତ ତାର ମା‘କୁ ଗିରଫ କରିଛି । ଓଡିଶା ଏବଂ ପଶ୍ଚିମବଙ୍ଗରେ ମୁନ୍ନା ନାଁରେ 40ରୁ ଏକାଧିକ ମାମଲା ରହିଥିବା ବେଳେ ଶାସନବାଡ ସ୍ଥିତ ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ଚଢାଉରେ ମୀର ରାହତ ଅଲ୍ଲୀ ଖାଁ ଓରଫ୍‌ ମୁନ୍ନା ଖସି ଯାଇଥିବା ବେଳେ ଅବକାରୀ ବିଭାଗ 310 ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିଥିଲା । ଜବତ ବ୍ରାଉନ୍‌ ସୁଗାରର ଅନ୍ତର୍ଜାତୀୟ ମୂଲ୍ୟ ପ୍ରାୟ 31 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Categories
ଆଜିର ଖବର

38 ଲକ୍ଷର ବିଦେଶୀ ମୁଦ୍ରା ସହ ଦୁଇ ଗିରଫ

କୋଚି,27/11: 38 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି । କୋଚି ବିମାନବନ୍ଦରରୁ ଦୁଇଟି ପୃଥକ ଘଟଣାରେ 38 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ମହମ୍ମଦ ରଫି ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ 26 ହଜାର 500 ଆମେରିକୀୟ ଡଲାର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ 18 ଲକ୍ଷ 95 ହଜାର ଟଙ୍କା ରହିଛି । ବଶୀର୍‌ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ନିକଟରୁ 18 ଲକ୍ଷ 44 ହଜାର ଟଙ୍କାରଆରବ ଡଲାର ଜବତ କରାଯାଇଛି । ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ବର୍ହିଶୁଳ୍କ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ସିଆଇସିଏଫ୍‌ ଆଇଜି ହେମେନ୍ଦ୍ର ସିଂ ସୂଚନା ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ରାୟଗଡା ପୋଲିସ୍‌ର ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଶିବା ଗିରଫ

ସମୀକ୍ଷା ବ୍ୟୁରୋ,25/11 : ପ୍ରାୟ 50 ମାମଲାରେ ସମ୍ପୃକ୍ତ ଥିବା ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ରାୟଗଡ଼ା ଟାଉନ ପୁଲିସ ଏନକାଉଣ୍ଟର କରିଛି । ପୁଲିସ ସହିତ ଗୁଳିବିନିମୟ ବେଳେ ଶିବା ନାମକ ଅପରାଧୀ ଜଣକ ଧରାପଡ଼ିଛି । ସହରରେ ସୋମବାର ଭୋର ସମୟରେ ଏହି ଏନକାଉଣ୍ଟର ହୋଇଛି । ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ସମୟରେ 2 ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଶିବା ନିକଟରୁ ପୋଲିସ ଏକ ବାଇକ ଏବଂ ବନ୍ଧୁକ ଜବତ କରିଛି ।

Categories
ଆଜିର ଖବର

ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଓ୍ବେଭ୍‌ ଗ୍ରୁପ୍‌ ଭାଇସ୍‌ ଚେୟାରମ୍ୟାନ୍‌ ଗିରଫ

ଦିଲ୍ଲୀ ପୋଲିସ୍‌ର ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଓ୍ବେଭ୍‌ ଗ୍ରୁପ୍‌ର ଭାଇସ୍‌ ଚେୟାରମ୍ୟାନ୍‌ ମନ୍‌ପ୍ରୀତ ସିଂ ଚଢ୍ଢା ଆଲିଆସ୍‌ ମଣ୍ଟି ଚଢ୍ଢାଙ୍କୁ ଗିରଫ କରାଯାଇଛି। ୧୦୦ କୋଟିରୁ ଅଧିକ ଦୁର୍ନୀତି ଅଭିଯୋଗରେ ମଣ୍ଟିଙ୍କୁ ଦିଲ୍ଳୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ପକ୍ଷରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସ୍‌ର ଅର୍ଥନୈତିକ ଅପରାଧିକ ଶାଖା କମିଶନର ଶୁଭାଶିଷ ଚୌଧୁରୀ ମଣ୍ଟିଙ୍କ ଗିରଫ ଖବର ସ୍ପଷ୍ଟ କରିଛନ୍ତି। ଜାନୁୟାରୀ ୨୦୧୮ରେ ମଣ୍ଟିଙ୍କ ବିପକ୍ଷରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ନିବେଶକ ଏବଂ ଗ୍ରାହକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଓ୍ବେଭ୍‌ ଗ୍ରୁପ୍‌ ପକ୍ଷରୁ ୧୦୦ କୋଟି ଟଙ୍କାର ଠକେଇ କରାଯାଇଥିଲା।

Categories
ଆଜିର ଖବର

ସବ୍ରିମାଳା ମାମଲାରେ ଜେଲ୍‌ ଗଲେ କେରଳ ବିଜେପି ପ୍ରାର୍ଥୀ

ସବ୍ରିମାଳା ମନ୍ଦିରରେ ପ୍ରବେଶରୁ ରୋକିବା ପାଇଁ ଜଣେ ମଧ୍ୟ ବୟସ୍କା ମହିଳାଙ୍କୁ ଆକ୍ରମଣ ଅଭିଯୋଗରେ କେରଳ ବିଜେପିର ଜନୈକ ଲୋକସଭା ପ୍ରାର୍ଥୀଙ୍କୁ କେରଳ ପୋଲିସ ଗିରଫ କରିଛି। କୋଝିକୋଡରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ପ୍ରକାଶ ବାବୁଙ୍କୁ ୧୪ ଦିନ ପାଇଁ ଗିରଫ କରି ନେଇଛି। ପଥନମ୍‌ଥିଟ୍ଟାର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ କୋର୍ଟ ପ୍ରକାଶ ବାବୁଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସକୁ ଆଦେଶ ଦେଇଥିଲେ। ୨୮ ସେପ୍ଟେମ୍ବରରେ ସୁପ୍ରିମ୍‌କୋର୍ଟ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ହଟାଇବା ପରେ ଏହି ଆକ୍ରମଣ କରାଯାଇଥିଲା। ପୂବର୍ରୁ ଏହି ଆକ୍ରମଣ ପାଇଁ ପ୍ରକାଶ ବାବୁ କେରଳ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା। ଏହି ମାମଲା ସହିତ ପୋଲିସ ପ୍ରକାଶଙ୍କ ଉପରେ ଆହୁରି ୭ଟି ମାମଲା ରୁଜୁ କରିଛି। ବାବୁଙ୍କ ଗିରଫଦାରୀ ଉପରେ ବିଜେପି ରାଜ୍ୟ ସଭାପତି ବିଏସ୍‌ ଶଶୀଧରନ୍‌ ପିଲାଇ କହିଛନ୍ତି ଆସନ୍ତା ଲୋକସଭା ନିର୍ବାଚନରେ ଦଳ ସବ୍ରିମାଳା ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇବ।

Categories
ଆଜିର ଖବର

ନୀରବ ମୋଦି ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ହଜାର କୋଟିର ଋଣ ନେଇ ବିଦେଶ ପଳାୟନ କରିଥିବା ଗହଣା ବ୍ୟବସାୟୀଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ବ୍ରିଟିଶ ପୋଲିସ ପକ୍ଷରୁ ଏହି ଖବର ସ୍ପଷ୍ଟ କରାଯାଇଛି। ପୋଲିସର ସୂଚନା ଅନୁଯାୟୀ ମୋଦିଙ୍କୁ ସେଣ୍ଟ୍ରାଲ ଲଣ୍ଡନର ହଲବର୍ଣ୍ଣ ଇଲାକାରୁ ଗିରଫ କରାଯାଇଥିଲା। ବୁଧବାର ମୋଦିଙ୍କୁ ଲଣ୍ଡନର ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପ୍ରତ୍ୟର୍ପଣ ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ଏହି ଖବରକୁ ସ୍ବୀକାର କରାଯାଇଛି। ବର୍ତ୍ତମାନ ମୋଦିଙ୍କୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ। ପୁର୍ବରୁ ଓ୍ବେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ମୋଦିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ। ମଦ ସମ୍ରାଟ ବିଜୟ ମାଲ୍ୟାଙ୍କ ପରି ନୀରବ ମୋଦିଙ୍କ ପ୍ରତ୍ୟପର୍ଣ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ ବୋଲି ୟୁକେ ଗୃହ ସଚିବ ସାଜିଦ ଜାଭିଦ୍‌ ସୂଚନା ଦେଇଛନ୍ତି।

 

Categories
ଆଜିର ଖବର

ମାସୁଦ ଆଝାର ଭାଇ ସମେତ ୪୪ ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ

ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାରର ଭାଇ ଅବଦୁଲ ରାଉଫ୍‌ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ ଥିବା ଏହି ୪୪ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା କୁହାଯାଉଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ମୁଫତି ଅବଦୁଲ ରାଉଫ ଅସଗର ଓ ଜେଏମ୍‌ ପ୍ରମୁଖ ମସୁଦ ଆଝାରର ଭାଇ ସାମିଲ ଅଛି। ରାଉଫ୍‌ ଅସଗରକୁ  ବିଚାର ବିଭାଗ ହେପାଜତରେ ରଖାଯାଇଛି। ଏହି ଖବରର ଘୋଷଣା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସହରୟାର ଅଫ୍ରିଦି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ନେଇ ତୁରନ୍ତ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା। ଏହାପରେ ଏହି ପଦକ୍ଷେପ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ଦିଆଯାଇଥିବା ଚାପ ହେତୁ ନେଇଥିବା କୁହାଯାଉଛି।