(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ୧୬ ନମ୍ବର ଜାତୀୟ ରାଜପଥ ଗୋଳନ୍ଥରା ଥାନା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଜଣା ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ବସ୍ ରେ ଆସିଥିବା ଭାଲିଆଗଡ ଗ୍ରାମର ଡି ଦେବୀ ସନ୍ତୋଷୀ ମନ୍ଦିରକୁ ଯିବା ପାଇଁ ଗୋଳନ୍ଥରା ଥାନା ସମ୍ମୁଖରେ ଓହ୍ଲାଇଲେ। ସେଠାରେ ସେ ରାସ୍ତା ପାର ହେଉଥିବାବେଳେ ଗୋଟିଏ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି। ସେପଟେ ଜାତୀୟ ରାଜପଥରେ ଲାଗିଥିବା ବିଭିନ୍ନ ସି ସି ଟି ଭି ଫୁଟେଜ ଯାଞ୍ଚ କରି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଧରାଯିବ ବୋଲି ପୋଲିସ କହିଛି।


