ପୁରୀ: ପୁରୀ ପୌରପାଳିକାର ଯୋଗ୍ୟ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ ବଣ୍ଟନ କରାଯାଇଛି। ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୫ଶହରୁ ଅଧିକ ହିତାଧିକାରୀଙ୍କୁ ରାସନ କାର୍ଡ ବିତରଣ କରିଛନ୍ତି। ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେପରି ରାସନ କାର୍ଡରୁ ବଞ୍ଚିତ ନ ହେବେ ସେଥିପ୍ରତି ସରକାର ଯତ୍ନବାନ ଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ରାସନ କାର୍ଡ କଟାଯାଇଛି।
ସେହିପରି ୭ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କୁ ମଧ୍ୟ ହିତାଧିକାରୀ ତାଲିକାରୁ ବାଦ୍ ଦିଆଯାଇଛି। ନୂଆ ହିତାଧିକାରୀମାନେ ରାସନକାର୍ଡ ପୋର୍ଟାଲ ମାଧ୍ୟମରେ ଆବେଦନ କରି ଖାଉଟି କାର୍ଡ ପାଇପାରିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।


