ବାଣପୁର: ବାଣପୁରର ପ୍ରତିଷ୍ଠିତ ଅଗ୍ରଣୀ ଇଂରାଜୀ ଶିକ୍ଷା ଅନୁଷ୍ଠାନ ସେଣ୍ଟ ଜାଭିୟର ହାଇସ୍କୁଲ ଆନୁକୂଲ୍ୟରେ “ମାଗଣା ହାଟ” ନାମକ ଏକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଶକ୍ତି ପ୍ରସାଦ ମହାନ୍ତିଙ୍କ ପରିକଳ୍ପନା ଥିଲା, ଯାହାକି ସମାଜରେ ଦୁର୍ବଳ, ନିଷ୍ପେସିତ ଏବଂ ଆର୍ଥିକ ଅନଗ୍ରସର ପରିବାରକୁ ଦୈନନ୍ଦିନ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ବାଣପୁର ଶିକ୍ଷା ଅଧିକାରୀ ସନାତନ ଜାଲି ମହୋଦୟ ଉଦଘାଟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ସମସ୍ତ କର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ବିଦ୍ୟାଳୟର ଅନ୍ୟତମ ବରିଷ୍ଠ ଶିକ୍ଷକ ରବି ନାରାୟଣ ହୋତା ମହୋଦୟ ସମସ୍ତ କାର୍ଯ୍ୟକୁ ସଠିକ ଭାବରେ ପରିଚାଳନା କରିବାର କାର୍ଯ୍ୟଭାର ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।
ପରିଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସତ୍ୟ ନାରାୟଣ ପ୍ରଧାନ ସମସ୍ତ ଅଭିଭାବକ ମାନଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


