Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ
ଆଜିର ଖବର

ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

January 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ
୭ ଦିନିଆ ୪ର୍ଥ “ନୀଳାମ୍ବୁ ମହୋତ୍ସବ” ଆୟୋଜନ

ରଣପୁର: ଐତିହାସିକ ଚାନ୍ଦପୁର ଦଶଦୋଳ ମେଳଣ ପଡ଼ିଆରେ ଆସନ୍ତା ଫେବୃଆରୀ ମାସ ୬ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ତରଫରୁ ୪ର୍ଥ ନୀଳାମ୍ବୁ ମହୋତ୍ସବ ଆୟୋଜିତ ହେବ। ଏହି ୭ ଦିନିଆ ମହୋତ୍ସବ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି।

ରାଜ୍ୟ ଓ ଦେଶସ୍ତରରେ ଏକମାତ୍ର ପ୍ରକୃତି-ମିତ୍ର ପୁରସ୍କାର ପ୍ରାପ୍ତ ସାମ୍ବାଦିକ ସଂଘ ଭାବେ ପରିଚିତ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଏହି ମହୋତ୍ସବ ମାଧ୍ୟମରେ ଅଞ୍ଚଳର ସଂସ୍କୃତି, ଐତିହ୍ୟ ଓ ସଂଗ୍ରାମୀ ପରମ୍ପରାକୁ ଉଜାଗର କରିବାକୁ ଉଦ୍ୟତ।

ଅଭିଭକ୍ତ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ କନ୍ଧ ନୟାଗଡ଼ ଗ୍ରାମ ରାଜରାଜୁଡ଼ା ଶାସନ ବିରୋଧୀ ପ୍ରଜାମଣ୍ଡଳ ଆନ୍ଦୋଳନର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଭାବେ ପରିଚିତ। ଚାନ୍ଦପୁର ବାସୀଙ୍କ ସଂଗ୍ରାମୀ ଚେତନା ଓ ସାମୂହିକ ସଚେତନତା ଓଡ଼ିଶାର ଐତିହାସିକ ପୃଷ୍ଠାରେ ଏକ ଗର୍ବଜନକ ସ୍ଥାନ ରଖିଛି।

୧୯୫୮ ମସିହାରେ ତତ୍କାଳୀନ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଣପୁର ରାଜମାତା ବସନ୍ତମଞ୍ଜରୀ ଦେବୀଙ୍କ ନିଜସ୍ୱ ତ୍ୟାଗ ଓ ଉଦ୍ୟମରେ ଏଠାରେ ଭୟଙ୍କର ରୋଗ ‘ରାଜ ଯକ୍ଷ୍ମା’ ଚିକିତ୍ସା ପାଇଁ ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସ୍ଥାପିତ ହୋଇଥିଲା। ଏହି କାରଣରୁ ଚାନ୍ଦପୁର-ଟାଙ୍ଗୀ ନାମ ସମଗ୍ର ବିଶ୍ୱ ଇତିହାସରେ ଏକ ଅଲଗା ପରିଚୟ ପାଇଛି। ତେଣୁ ରାଜମାତା ବସନ୍ତମଞ୍ଜରୀ ଦେବୀ ଆଜିବି ଅଞ୍ଚଳବାସୀଙ୍କ ଚିର ନମସ୍ୟ।

ଏପରି ଏକ ସଂଗ୍ରାମୀ ଓ ସଂସ୍କୃତିମୟ ମାଟିରେ ନୀଳାମ୍ବୁ ମହୋତ୍ସବ ଆୟୋଜନ କରିବାକୁ ପାଇଁ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ନିଜକୁ ଧନ୍ୟ ମନେ କରୁଛି ବୋଲି ସଙ୍ଘର ସଦସ୍ୟ ମାନେ କହିଛନ୍ତି । ଏହି ମହୋତ୍ସବକୁ ସଫଳ କରିବା ପାଇଁ ଚାନ୍ଦପୁର ଓ ସଂଲଗ୍ନ ପଞ୍ଚାୟତଦ୍ୱୟର ନିର୍ବାଚିତ ଲୋକପ୍ରତିନିଧି, ଦଶଦୋଳ କମିଟି, ବିଭିନ୍ନ କମିଟି, କ୍ଲବ, ବ୍ୟବସାୟୀ, ସାମାଜିକ ଓ ଦଳୀୟ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ-ବେସରକାରୀ କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ମା’ଭଉଣୀ ଓ ଯୁବବନ୍ଧୁମାନଙ୍କ ସହଯୋଗ ପାଇଁ ସାମ୍ବାଦିକ ସଂଘ ତରଫରୁ ବିନମ୍ର ନିବେଦନ କରାଯାଇଛି।

ଚାନ୍ଦପୁର ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଦଶଦୋଳ ମେଳଣ ପଡ଼ିଆ ନୀଳାମ୍ବୁ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

CJP ର ଚେତାବନୀ ପରେ କାର୍ଯ୍ୟାନୁଷ୍ଠାନ: ଏହି ବଡ଼ ପଦକ୍ଷେପ ନେଲେ ସରକାର

July 27, 2026

ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍

July 27, 2026

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ: ଯୋଗଦେଲେ ବାଚସ୍ପତି

July 27, 2026

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

July 27, 2026
Latest News

CJP ର ଚେତାବନୀ ପରେ କାର୍ଯ୍ୟାନୁଷ୍ଠାନ: ଏହି ବଡ଼ ପଦକ୍ଷେପ ନେଲେ ସରକାର

July 27, 2026

ରାୟଗଡ଼ା ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ହେତୁ ପାସେଞ୍ଜର ଟ୍ରେନ୍ ବାତିଲ୍

July 27, 2026

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟିତ: ଯୋଗଦେଲେ ବାଚସ୍ପତି

July 27, 2026

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ

July 27, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ୧୨ ରୋଗୀଙ୍କୁ ତୁରନ୍ତ ଯୋଗାଇଲେ ସହାୟତା ରାଶି

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.