Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ
ଆଜିର ଖବର

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ
ଜାନୁଆରୀ ୨୬ ପୂର୍ବରୁ ବଡ଼ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ, ୨.୫ କିଲୋଗ୍ରାମ RDX ସହିତ ୪ ଗିରଫ

ଭୁବନେଶ୍ଵର: ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ଶାନ୍ତି ଶୃଙ୍ଖଳା, ସୁରକ୍ଷା ଓ ସୁସ୍ଥ ପରିବେଶରେ ପାଳନ ସୁନିଶ୍ଚିତ କରିବା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗତ ୧୪ ତାରିଖ ଦିନ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଭାବରେ “ଅପରେସନ୍ ଷ୍ଟ୍ରାଇକ” ଅଭିଯାନ କରାଯାଇଥିଲା।

ଏହି ଅଭିଯାନରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ସାମିଲ ହୋଇ ମଦ୍ୟପାନ କରି ଗାଡ଼ି ଚାଳନା, ନିଶାଦ୍ରବ୍ୟ ଓ ବେଆଇନ ମାରଣାସ୍ତ୍ର ଚୋରାଚାଲାଣ, ଜୁଆ ଆଡ୍ଡା, ଲଘୁ ଖଣିଜ ଦ୍ରବ୍ୟ ଏବଂ ଗୋ-ଚାଲାଣ ଭଳି ଅପରାଧ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ସହ ଜାମିନ ବିହୀନ ଅପରାଧରେ ଲିପ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି।

ଏହି ଅଭିଯାନ ସମୟରେ ସାରା ରାଜ୍ୟରେ ୩୬୭ଟି ଅବକାରୀ ମାମଲା ରୁଜୁ କରାଯାଇ ୩୫,୫୯୯ ଲିଟର ଦେଶୀ ମଦ, ୫୭୧.୨୬୧ ଲିଟର ବିଦେଶୀ ମଦ ଏବଂ ୩୮ ବୋତଲ କଫ୍ ସିରଫ ଜବତ ଏବଂ ୨୨ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୧୨ଟି ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧ ଲକ୍ଷ ୮ ହଜାର ଟଙ୍କା ନଗଦ ଜବତ କରାଯାଇଛି।

ମଦ୍ୟପାନ କରି ଗାଡ଼ି ଚାଳନା ଅଭିଯୋଗରେ ୨୭୨ଟି ମାମଲା ରୁଜୁ କରାଯାଇ ୧୧ ଲକ୍ଷ ୮୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ନିଶାଦ୍ରବ୍ୟ ଚୋରାଚାଲାଣ ସମ୍ପର୍କରେ ୧୦ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୫୯ କେଜି ଗଞ୍ଜେଇ, ୮୯.୦୧ ଗ୍ରାମ ବ୍ରାଉନ ସୁଗାର, ବନ୍ଧୁକ, ମାରଣାସ୍ତ୍ର ଓ ଚାରିଚକିଆ ଯାନ ଜବତ କରାଯାଇଛି।

ଏହି ସମୟ ମଧ୍ୟରେ ବେଆଇନ ବନ୍ଧୁକ ଚୋରାଚାଲାଣ ମାମଲାରେ ୪ଟି ମାମଲା ରୁଜୁ କରାଯାଇ ୨ଟି ଦେଶୀ ବନ୍ଧୁକ ଓ ୧ଟି ପିସ୍ତଲ ଜବତ କରାଯିବା ସହ ୧୧ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ସେହିପରି ଜାମିନ ବିହୀନ ଅପରାଧରେ ସାରା ରାଜ୍ୟରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲା ପୋଲିସ ସର୍ବାଧିକ ୪୭ ଜଣ ଏବଂ କଟକ ସହରାଞ୍ଚଳ ପୋଲିସ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି।

ଲଘୁ ଖଣିଜ ଦ୍ରବ୍ୟ ଓ ଗୋ-ଚାଲାଣ ରୋକିବା ଅଭିଯାନରେ ୨୩ଟି ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୨୪ଟି ବାଲି ବୋଝେଇ ଗାଡ଼ି ଏବଂ ୨ଟି ଗୋ-ଚାଲାଣ ଗାଡ଼ି ଜବତ କରାଯାଇଛି।

ରାଜ୍ୟରେ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ଚୋରାଚାଲାଣ ରୋକିବା ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପିମାନେ “ଅପରେସନ୍ ଷ୍ଟ୍ରାଇକ” ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

ଅପରେସନ୍ ଷ୍ଟ୍ରାଇକ ଅବକାରୀ ମାମଲା ଓଡିଶା ପୋଲିସ ଜାମିନ ବିହୀନ ଅପରାଧ ମକର ସଂକ୍ରାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Latest News

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

February 6, 2026

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ର ହେବ ପୁନଃଉଦ୍ଧାର, ମନ୍ତ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

February 6, 2026

ହୋଲି ଅବସରରେ ଯାତ୍ରୀଙ୍କ ସୁଗମ ପରିବହନ ପାଇଁ ରେକର୍ଡ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ

February 6, 2026

ଏକ ହିନ୍ଦୀ ଫିଚର ଫିଲ୍ମ ପ୍ରିମିୟର ଦେଖି ଭାବ ବିହ୍ବଳ ହେଲେ ମୁଖ୍ୟମନ୍ତ୍ରୀ, କଲେ ଟାକ୍ସ ଫ୍ରି ଘୋଷଣା

February 6, 2026

‘ପାକିସ୍ତାନର ନିଷ୍ପତ୍ତି ଭୁଲ’: ଭାରତ ସହିତ ନ ଖେଳିବା ନେଇ ଶ୍ରୀଲଙ୍କାର ବଡ଼ ବିବୃତ୍ତି

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.