Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ
ଆଜିର ଖବର

“ଅପରେସନ୍ ଷ୍ଟ୍ରାଇକ” ଅଭିଯାନ: ବିଭିନ୍ନ ମାମଲାରେ ୨୪୬ ଅଭିଯୁକ୍ତ ଗିରଫ

January 16, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ
ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

ଭୁବନେଶ୍ଵର: ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ଶାନ୍ତି ଶୃଙ୍ଖଳା, ସୁରକ୍ଷା ଓ ସୁସ୍ଥ ପରିବେଶରେ ପାଳନ ସୁନିଶ୍ଚିତ କରିବା ସହ ଅପରାଧ ଓ ଅପରାଧୀଙ୍କ ଉପରେ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଗତ ୧୪ ତାରିଖ ଦିନ ଓଡ଼ିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ବ୍ୟାପକ ଭାବରେ “ଅପରେସନ୍ ଷ୍ଟ୍ରାଇକ” ଅଭିଯାନ କରାଯାଇଥିଲା।

ଏହି ଅଭିଯାନରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ସାମିଲ ହୋଇ ମଦ୍ୟପାନ କରି ଗାଡ଼ି ଚାଳନା, ନିଶାଦ୍ରବ୍ୟ ଓ ବେଆଇନ ମାରଣାସ୍ତ୍ର ଚୋରାଚାଲାଣ, ଜୁଆ ଆଡ୍ଡା, ଲଘୁ ଖଣିଜ ଦ୍ରବ୍ୟ ଏବଂ ଗୋ-ଚାଲାଣ ଭଳି ଅପରାଧ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ସହ ଜାମିନ ବିହୀନ ଅପରାଧରେ ଲିପ୍ତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି।

ଏହି ଅଭିଯାନ ସମୟରେ ସାରା ରାଜ୍ୟରେ ୩୬୭ଟି ଅବକାରୀ ମାମଲା ରୁଜୁ କରାଯାଇ ୩୫,୫୯୯ ଲିଟର ଦେଶୀ ମଦ, ୫୭୧.୨୬୧ ଲିଟର ବିଦେଶୀ ମଦ ଏବଂ ୩୮ ବୋତଲ କଫ୍ ସିରଫ ଜବତ ଏବଂ ୨୨ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ୧୨ଟି ମାମଲା ରୁଜୁ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ୧ ଲକ୍ଷ ୮ ହଜାର ଟଙ୍କା ନଗଦ ଜବତ କରାଯାଇଛି।

ମଦ୍ୟପାନ କରି ଗାଡ଼ି ଚାଳନା ଅଭିଯୋଗରେ ୨୭୨ଟି ମାମଲା ରୁଜୁ କରାଯାଇ ୧୧ ଲକ୍ଷ ୮୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

ନିଶାଦ୍ରବ୍ୟ ଚୋରାଚାଲାଣ ସମ୍ପର୍କରେ ୧୦ଟି ମାମଲା ରୁଜୁ କରାଯାଇ ୧୩ ଜଣଙ୍କୁ ଗିରଫ କରାଯାଇଛି। ଏହି ଅଭିଯାନରେ ୧୫୯ କେଜି ଗଞ୍ଜେଇ, ୮୯.୦୧ ଗ୍ରାମ ବ୍ରାଉନ ସୁଗାର, ବନ୍ଧୁକ, ମାରଣାସ୍ତ୍ର ଓ ଚାରିଚକିଆ ଯାନ ଜବତ କରାଯାଇଛି।

ଏହି ସମୟ ମଧ୍ୟରେ ବେଆଇନ ବନ୍ଧୁକ ଚୋରାଚାଲାଣ ମାମଲାରେ ୪ଟି ମାମଲା ରୁଜୁ କରାଯାଇ ୨ଟି ଦେଶୀ ବନ୍ଧୁକ ଓ ୧ଟି ପିସ୍ତଲ ଜବତ କରାଯିବା ସହ ୧୧ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।

ସେହିପରି ଜାମିନ ବିହୀନ ଅପରାଧରେ ସାରା ରାଜ୍ୟରେ ୧୮୯ ଜଣଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲା ପୋଲିସ ସର୍ବାଧିକ ୪୭ ଜଣ ଏବଂ କଟକ ସହରାଞ୍ଚଳ ପୋଲିସ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି।

ଲଘୁ ଖଣିଜ ଦ୍ରବ୍ୟ ଓ ଗୋ-ଚାଲାଣ ରୋକିବା ଅଭିଯାନରେ ୨୩ଟି ମାମଲା ରୁଜୁ କରାଯାଇ ୭ ଜଣଙ୍କୁ ଗିରଫ କରାଯାଇଛି। ଏଥିରେ ୨୪ଟି ବାଲି ବୋଝେଇ ଗାଡ଼ି ଏବଂ ୨ଟି ଗୋ-ଚାଲାଣ ଗାଡ଼ି ଜବତ କରାଯାଇଛି।

ରାଜ୍ୟରେ ଦୁର୍ଦ୍ଦାନ୍ତ ଓ ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବା, ବେଆଇନ ବନ୍ଧୁକ ଓ ମାରଣାସ୍ତ୍ର ଚୋରାଚାଲାଣ ରୋକିବା ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ତତ୍ୱାବଧାନରେ ରାଜ୍ୟର ସମସ୍ତ ଜିଲ୍ଲାର ଏସପିମାନେ “ଅପରେସନ୍ ଷ୍ଟ୍ରାଇକ” ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।

ଅପରେସନ୍ ଷ୍ଟ୍ରାଇକ ଅବକାରୀ ମାମଲା ଓଡିଶା ପୋଲିସ ଜାମିନ ବିହୀନ ଅପରାଧ ମକର ସଂକ୍ରାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026
Latest News

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026

ଧସିଲା କୋଚିଳା ନଦୀର ଡାହାଣ ପାର୍ଶ୍ୱ ବନ୍ଧ

October 21, 2026

ଭୁବନେଶ୍ୱରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ଦର୍ଶନ କଲେ ଓଜେସି ସଭାପତି ମହମ୍ମଦ ମୋକିମ

October 21, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.