Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ମା’ଭଗବତୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ମା’ଭଗବତୀଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ

January 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ମା'ଭଗବତୀଙ୍କ ମନ୍ଦିର ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ନିର୍ମାଣ କାର୍ଯ୍ୟ
ମୁଖ୍ୟମନ୍ତ୍ରୀଙ୍କ ମା'ଭଗବତୀଙ୍କ ମନ୍ଦିର ପରିଦର୍ଶନ ପରେ ଧୁମ୍ ଧାମରେ ଚ଼ାଲିଛି ନିର୍ମାଣ କାର୍ଯ୍ୟ

ବାଣପୁର: ମା’ଭଗବତୀଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ ଓ ନିର୍ମାଣକାର୍ଯ୍ୟ ଧୁମ୍ ଧାମରେ ଚ଼ାଲିଛି। ମା’ଙ୍କ ମନ୍ଦିର ପରିସରରେ ନୂତନ ଭାବେ ନିର୍ମିତ ରୋଷଘର,ପର୍ବଗୃହ, ଯଜ୍ଞ ମଣ୍ଡପ, ଭଣ୍ଡାର ଘର ନିର୍ମାଣ କାର୍ଯ୍ୟ ସରିଥିବାବେଳେ ଆଜି ଭକ୍ତମାନଙ୍କ ନିମନ୍ତେ ସାଧାରଣ ଭୋଜନାଳୟ, ସଭାଗୃହ, ଫାଣ୍ଡି, ସେବାୟତଙ୍କ ବିଶ୍ରାମାଗାର, ପର୍ଯ୍ୟଟକଙ୍କ ନିମନ୍ତେ ବିଶ୍ରାମ ଗୃହ, ଶୌଚ଼ାଳୟ, ଅତିଥି ଭବନ, ମନ୍ଦିର କାର୍ଯ୍ୟାଳୟ, ସଭାଗୃହ ଭବନର ପ୍ରଥମ ମହଲା ଛାତ ଆଜି ପଡ଼ିଛି।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚ଼ଳିତ ଜାନୁୟାରୀ ୭ ତାରିଖରେ ବାଣପୁର ଠାରେ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରି ମା’ଭଗବତୀଙ୍କୁ ଦର୍ଶନ କରିବା ସହିତ ମନ୍ଦିରର ପୁନଃନିର୍ମାଣ ଓ ସୌନ୍ଦଯ୍ୟକରଣ କାର୍ଯ୍ୟର ସମୀକ୍ଷା କରି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ଆବଶ୍ୟକୀୟ ସମସ୍ଥ ପ୍ରକାର ସୁବ୍ୟବସ୍ଥା କରିବାପାଇଁ ମାନ୍ୟବର ମନ୍ତ୍ରୀ ତଥା ଚ଼ିଲିକା ବିଧାୟକ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଜଣାଇ ଆବଶ୍ୟକ ପଡ଼ିଲେ ସରକାରଙ୍କ ତରଫରୁ ଆବଶ୍ୟକୀୟ ସମସ୍ଥ ପ୍ରକାର ସହଯୋଗ ସହିତ ଆହୁରି ଅଧିକ ଅନୁଦାନ ଯୋଗାଇଦିଆଯିବ ବୋଲି କହିଥିଲେ।

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ସେମାନଙ୍କ ମନୋରଞ୍ଜନ ପାଇଁ ପ୍ରମୋଦ ଉଦ୍ୟାନ , ବଣ ଭୋଜି ସ୍ଥଳ, କଲ୍ୟାଣ ମଣ୍ଡପ, ଶାଳିଆ ନଇରେ ଆନିକଟ କରି ନୌକ୍ରୀଡ଼ା ବ୍ୟବସ୍ଥା ଇତ୍ୟାଦି ପାଇତୁରନ୍ତ ଡ଼ି.ପି.ଆର ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ପ୍ରମୁଖପରିଚାଳନା ନିର୍ଦ୍ଦେଶକଙ୍କୁ କହିଥିଲେ। ଏହାପରେ ଯାନବାହାନରହଣୀ ସ୍ଥଳକୁ ସ୍ଵତନ୍ତ୍ର ସଂଯୋଗ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକୀୟ ଜମି ଅଧିଗ୍ରହଣ କାର୍ଯ୍ୟ ବିଳମ୍ବ ଘଟୁଥିବାରୁ ଜମିଦାତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେଇ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ସ୍ଥାନୀୟ ପ୍ରଶାସନ କୁ ନିର୍ଦ୍ଦେଶ ଦେଇଥିବା କଥା ମନ୍ଦିରକାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଠାରୁ ପ୍ରକାଶ।

ନିର୍ମାଣ କାର୍ଯ୍ୟ ମା'ଭଗବତୀଙ୍କ ମନ୍ଦିର ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ସୌନ୍ଦର୍ଯ୍ୟକରଣ
Share. Facebook Twitter LinkedIn Email WhatsApp Copy Link

Related Posts

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026
Latest News

ପାଖେଇ ଆସୁଛି ମନ୍ତ୍ରମୁଗ୍ଧର ମୁକ୍ତିଲାଭ ଦିବସ

April 17, 2026

ଡାକ୍ତରଙ୍କୁ ମିଳିବ ସୁରକ୍ଷା, ନିଯୁକ୍ତି ହେବେ ସିକ୍ୟୁରିଟି ଅଫିସର୍‌

April 17, 2026

ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର

April 17, 2026

ନିଷିଦ୍ଧ ପଦାର୍ଥ ଚାଲାଣ ଓ ପରିଚାଳନାରେ ଜଡିତଙ୍କ ବିରୋଧରେ କଡ଼ା ଅପରାଧିକ କାର୍ଯ୍ୟାନୁଷ୍ଠାନ: କେନ୍ଦ୍ର ମନ୍ତ୍ରୀ

April 17, 2026

ଏଆଇ ପ୍ରଶାସନ ଓ ଆର୍ଥିକ ଗୋଷ୍ଠୀ ଗଠନ କଲେ ସରକାର

April 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.