Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଝଙ୍କଡ଼ ଶାରଳା ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ଏକକୋଟି ଟଙ୍କା ଅନୁଦାନ: ଭଙ୍ଗାହେଲା ଜରାଜୀର୍ଣ୍ଣ କୋଠା

ରମେଶ ମହାନ୍ତି

ଜଗତସିଂହପୁର: ପ୍ରସିଦ୍ଧ ଝଙ୍କଡ଼ ଶାରଳା ପୀଠର ସୌନ୍ଦର୍ଯ୍ୟକରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକକୋଟି ଟଙ୍କା ଅନୁଦାନର କାର୍ଯ୍ୟକାରୀତା ନେଇ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଆଜି (ରବିବାର ଦିନ) ଜେସିବି ମେସିନ୍ ଦ୍ୱାରା ଚନ୍ଦନ ପୋଖରୀର ଦକ୍ଷିଣ ପାର୍ଶ୍ଵରେ ଥିବା ବହୁ ପୁରାତନ ଜରାଜୀର୍ଣ୍ଣ କୋଠା ସହିତ କେତେକ ଦୋକାନ ଘର ଭଙ୍ଗାଯାଉଥିବା ଦେଖିବାକୁ ମିଳିଥିଲା। ଜଳସମ୍ପଦ ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ଝଙ୍କଡ଼ ବିଶ୍ରାମଗାରର ପ୍ରାଚିରକୁ ଭଙ୍ଗାଯାଇନାହିଁ। ଆବଶ୍ୟକ ପଡିଲେ ଏହି ପ୍ରାଚିରକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ : ଉତ୍ତର ପାଖରୁ ଚାଲିଛି ଉଚ୍ଛେଦ କାର୍ଯ୍ୟ

ପୁରୀ : ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଠାରୁ ଏହି କାମ ପୁଣି ଥରେ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ପଟୁ କାମ ଆରମ୍ଭ ହେଉଛି। ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ଭଗ୍ନାବଶେଷକୁ ତୁରନ୍ତ ସ୍ଥାନାନ୍ତର କରାଯିବା ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଉତ୍ତର ପାଖରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର ଉତ୍ତରପାର୍ଶ୍ବରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ଜଣାପଡିଛି । ପୂର୍ବରୁ ଉତ୍ତରପାର୍ଶ୍ବ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା । ଏବେ ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନଗୁଡିକ ଉଚ୍ଛେଦ କରାଯିବ ବୋଲି ସୂଚନା ରହିଛି ।

କରୋନା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଦୁଇ ମାସ ହେବ ଉନ୍ନୟନ କାମ ସମ୍ପୂର୍ଣ୍ଣ ଭାବେ ଅଟକି ରହିଥିଲା । ଏହା ପୂର୍ବରୁ ଶ୍ରୀମନ୍ଦିରର 75 ମିଟର ଅଂଚଳ ମଧ୍ୟରେ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥିବା ବେଳେ ସିଂହଦ୍ୱାର ଅଞ୍ଚଳରେ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଅଗ୍ରଗତି ହୋଇଥିଲା  ।