ଆଜିଠାରୁ ପୁଣି ଥରେ ଆରମ୍ଭ ହେଲା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ : ଉତ୍ତର ପାଖରୁ ଚାଲିଛି ଉଚ୍ଛେଦ କାର୍ଯ୍ୟ

Published: May 29, 2020, 12:24 pm IST

ପୁରୀ : ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଠାରୁ ଏହି କାମ ପୁଣି ଥରେ ଆରମ୍ଭ ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମେ ଶ୍ରୀମନ୍ଦିରର ଉତ୍ତରଦ୍ୱାର ଓ ପଶ୍ଚିମଦ୍ୱାର ପଟୁ କାମ ଆରମ୍ଭ ହେଉଛି। ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ଭଗ୍ନାବଶେଷକୁ ତୁରନ୍ତ ସ୍ଥାନାନ୍ତର କରାଯିବା ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ପୁରୀ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଉତ୍ତର ପାଖରୁ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର ଉତ୍ତରପାର୍ଶ୍ବରେ ସତ୍ୟନାରାୟଣ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେବ ବୋଲି ଜଣାପଡିଛି । ପୂର୍ବରୁ ଉତ୍ତରପାର୍ଶ୍ବ ମଠର କିଛି ଅଂଶ ଉଚ୍ଛେଦ କରାଯାଇଥିଲା । ଏବେ ସତ୍ୟନାରାୟଣ ମନ୍ଦିର ମଧ୍ୟରେ ଥିବା ମଠ ଓ ଦୋକାନଗୁଡିକ ଉଚ୍ଛେଦ କରାଯିବ ବୋଲି ସୂଚନା ରହିଛି ।

କରୋନା ନେଇ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଦୁଇ ମାସ ହେବ ଉନ୍ନୟନ କାମ ସମ୍ପୂର୍ଣ୍ଣ ଭାବେ ଅଟକି ରହିଥିଲା । ଏହା ପୂର୍ବରୁ ଶ୍ରୀମନ୍ଦିରର 75 ମିଟର ଅଂଚଳ ମଧ୍ୟରେ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଥିବା ବେଳେ ସିଂହଦ୍ୱାର ଅଞ୍ଚଳରେ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଅଗ୍ରଗତି ହୋଇଥିଲା  ।

Related posts