Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌
ଆଜିର ଖବର

ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌

January 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌
ଭୁବନେଶ୍ବରରେ ଆୟୋଜିତ ହେଲା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌

ଭୁବନେଶ୍ୱର: ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍ ପକ୍ଷରୁ ‘ରୋୟାଲ୍ ରେଞ୍ଜର୍ସ’ ପ୍ରୟୋଜିତ ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର କ୍ୟାପ୍ଟେନ୍ସ ମିଟ୍‌ (ଅଧିନାୟକ ସମ୍ମିଳନୀ) ଜାନୁଆରୀ ୧୭, ୨୦୨୬ ରେ ଭୁବନେଶ୍ୱରର ହୋଟେଲ୍ ଲେମନ୍ ଟ୍ରି ଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆସନ୍ତା ଜାନୁଆରୀ ୨୪, ୨୦୨୬ ରୁ ଆରମ୍ଭ ହେବାକୁ ଥିବା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ ପାଇଁ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯକ୍ରମ ଥିଲା।

ଏହି ବୈଠକରେ ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍ ର ବରିଷ୍ଠ ପଦାଧିକାରୀ, ଟିମ୍ ଅଧିନାୟକ, ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଲିଗ୍‌ର ସୁଚାରୁ ପରିଚାଳନା ପାଇଁ ଟୁର୍ଣ୍ଣାମେଣ୍ଟର ନିୟମାବଳୀ, ମ୍ୟାଚ୍ ଫର୍ମାଟ୍, ଆଚରଣ ସଂହିତା, ଫିକ୍ସଚର୍, ଜର୍ସି ନିୟମାବଳୀ ଏବଂ ଅପରେସନାଲ୍ ଯୋଜନା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ସମ୍ମାନନୀୟ ଅତିଥି ଓ ପଦାଧିକାରୀମାନଙ୍କ ମଧ୍ୟରେ ଥିଲେ ଡ଼ ସଞ୍ଜୟ ଚୌଧୁରୀ (ନିର୍ଦ୍ଦେଶକ, ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍), ଡ଼ ଚିଦାତ୍ମିକା ଖଟୁଆ (ନିର୍ଦ୍ଦେଶକ, ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍), ଡ଼ ସେଖ୍ ଅବଦୁଲ୍ ସମିମ୍ (ନିର୍ଦ୍ଦେଶକ, ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍), ଡ଼ ପ୍ରଦୀପ୍ତ ମହାନ୍ତି (ଜାତୀୟ ଅଧ୍ୟକ୍ଷ, ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍), ବିଭୁ ପ୍ରସାଦ ମିଶ୍ର (ପ୍ରତିଷ୍ଠାତା ରାଜ୍ୟ ଅଧ୍ୟକ୍ଷ, ଓଡ଼ିଶା ଶାଖା), ମାନସ ରଞ୍ଜନ ମହାନ୍ତି (ରାଜ୍ୟ କାର୍ଯ୍ୟକାରୀ ସମିତି ସଦସ୍ୟ), ଉପେନ୍ଦ୍ର ସ୍ୱାଇଁ: ଅଧ୍ୟକ୍ଷ – ଟିମ୍ ସ୍ପୋର୍ଟସ୍ (କ୍ରିକେଟ୍), ଓଡ଼ିଶା ଶାଖା, ରାଶି ଅଗ୍ରୱାଲ (ରାଜ୍ୟ ସଂଯୋଜିକା), ଦର୍ଶନ କୁମାର ବେହେରା (ଆଞ୍ଚଳିକ ପ୍ରବନ୍ଧକ), ଡ଼ ପ୍ରବତ ରଞ୍ଜନ ବିଶ୍ୱାଳ: ଜିଲ୍ଲା ଅଧ୍ୟକ୍ଷ (କଟକ), ସନ୍ତୋଷ କୁମାର ସାହୁ (ଜିଲ୍ଲା ସଂଯୋଜକ କଟକ), ବିଜୟ ମିଶ୍ର (ଜିଲ୍ଲା ସମ୍ପାଦକ କଟକ)ଡ଼ କେ. ତମନ୍ନା (ଜିଲ୍ଲା ଅଧ୍ୟକ୍ଷ ବରଗଡ଼) ଓ ପ୍ରଣୟ ଜେଠୀ (ଟୁର୍ଣ୍ଣାମେଣ୍ଟ ଲୋକ ସମ୍ପର୍କ ଅଧିକାରୀ)।

ଏହି ଅବସରରେ ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍ ର ଅନେକ ବରିଷ୍ଠ ନିର୍ଦ୍ଦେଶକ, ଜାତୀୟ ତଥା ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରତିନିଧିମାନେ ଯୋଗ ଦେଇଥିଲେ। ଓଡ଼ିଶା କ୍ରିକେଟ୍ ସଂଘ ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡ଼ିକୁ ଉତ୍ସାହିତ କରିଥିଲା।

ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍ ନିର୍ଦେଶକ ସୂଚନା ଦେଇଛନ୍ତି ଯେ ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ ରେ ୧୬ଟି କର୍ପୋରେଟ୍ ଟିମ୍ ଅଂଶଗ୍ରହଣ କରିବେ। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି କର୍ପୋରେଟ୍ ବୃତ୍ତିଧାରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଫିଟନେସ୍ ଏବଂ ବୃତ୍ତିଗତ କ୍ଷେତ୍ରରେ କ୍ରୀଡ଼ା ମୂଲ୍ୟବୋଧର ପ୍ରଚାର ପ୍ରସାର କରିବା। ଏହି କାର୍ଯକ୍ରମର ସଫଳତା ଆଇକନିକ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍ ୨୦୨୬ର ସଫଳ ଆୟୋଜନ ପାଇଁ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିଛି।

ଆଇକନିକ୍ ସ୍ପୋର୍ଟସ୍ ଫେଡେରେସନ୍ ଭୁବନେଶ୍ବର ରୋୟାଲ୍ ରେଞ୍ଜର୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.