Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର
ଆଜିର ଖବର

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ ଷ୍ଟୋର
ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ୍ ସହିତ ଫିନଲ୍ୟାଣ୍ଡର ପ୍ରମୁଖ ଖାଦ୍ୟ କମ୍ପାନୀ ଫାଜେରର ଏମଓୟୁ ସ୍ୱାକ୍ଷର

ମୁମ୍ବାଇ: ଆର୍ôଥକ ବର୍ଷ ୨୦୨୫-୨୬ ର ତୃତୀୟ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ବ୍ୟବସାୟ ଉଲ୍ଲେଖନୀୟ ଭାବରେ ସମ୍ପ୍ରସାରଣ ଜାରି ରଖିଛି। ଏହି ତ୍ରୈମାସିକରେ ୪୩୧ଟି ନୂତନ ଷ୍ଟୋର ଯୋଡିବା ସହିତ ଦେଶରେ ରିଲାଏନ୍ସ ରିଟେଲର ମୋଟ ଷ୍ଟୋର ସଂଖ୍ୟା ୧୯,୯୭୯ ରେ ପହଞ୍ଚିଛି, ଯାହା ପାଖାପାଖି ୨୦,୦୦୦ ଷ୍ଟୋର ମାଇଲ୍ଖୁଣ୍ଟ ହାସଲର ନିକଟତର ହୋଇଛି।

ଜିଓମାର୍ଟ ମଧ୍ୟ ଏହି ତ୍ରୈମାସିକରେ ଅଭିବୃଦ୍ଧି ହାସଲ କରିବା ସହିତ ଏହାର ଦୈନିକ ଅର୍ଡର ସଂଖ୍ୟା ୧୬ ଲକ୍ଷ ଅତିକ୍ରମ କରିଛି । ହାରାହାରି ଦୈନିକ ଅର୍ଡର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ପୂର୍ବ ତ୍ରୈମାସିକ ତୁଳନାରେ ୫୩ ପ୍ରତିଶତ ଏବଂ ଗତବର୍ଷ ସମାନ ତ୍ରୈମାସିକ ତୁଳନାରେ ୩୬୦ ପ୍ରତିଶତ ଅଧିକ ହୋଇଛି, ଯାହା ଜିଓମାର୍ଟକୁ ହାଇପର-ଲୋକାଲ ବ୍ୟବସାୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ କରିଛି ।

ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ ୫୦ କୋଟି କାରବାର (ଟ୍ରାଞ୍ଜାକ୍ସନ) ସଂଖ୍ୟା ଅତିକ୍ରମ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୪୭.୬ ପ୍ରତିଶତ ବୃଦ୍ଧିକୁ ଦର୍ଶାଉଛି । କମ୍ପାନୀର ପଞ୍ଜିକୃତ ଗ୍ରାହକ ଆଧାର ମଧ୍ୟ ୩୭ କୋଟି ୮୦ ଲକ୍ଷକୁ ବୃଦ୍ଧି ପାଇଛି ।

ତୃତୀୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ ର ରାଜସ୍ୱ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୮.୧ ପ୍ରତିଶତ ବୃଦ୍ଧି ପାଇ ୯୭,୬୦୫ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ କଞ୍ଜୁମର ପ୍ରଡକ୍ଟସ ବ୍ୟବସାୟକୁ ଅଲଗା କରିବାର ପ୍ରକ୍ରିୟା ସମ୍ପନ୍ନ ହୋଇଛି ଯାହା ଦ୍ୱାରା ଏହି ବ୍ୟବସାୟକୁ ଏକ ସ୍ୱତନ୍ତ୍ର ପରିଚୟ ଏବଂ ଏକ ନିର୍ଦ୍ଦିଷ୍ଟ ଧ୍ୟାନକୈନ୍ଦ୍ରିକ ସାଂଗଠନିକ ଆକାର ମିଳିଛି ।

ତ୍ରୈମାସିକ ଫଳାଫଳ ଉପରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଏମ୍‌. ଅମ୍ବାନୀ କହିଛନ୍ତି, \”ରିଲାଏନ୍ସ ରିଟେଲ ଏହି ତ୍ରୈମାସିକରେ ଦୃଢ଼ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଗ୍ରାହକଙ୍କ ଭିନ୍ନ ଭିନ୍ନ ସପିଙ୍ଗ ଆବଶ୍ୟକତାକୁ ସଫଳତାର ସହିତ ପୂରଣ କରିଛି । ଟ୍ରେଣ୍ଡ-କେନ୍ଦ୍ରିତ ଉତ୍ପାଦ ଏବଂ ଏକ ନିରବଛିନ୍ନ ଓମନି-ଚ୍ୟାନେଲ ଅଭିଜ୍ଞତାକୁ ପ୍ରାଥମିକତା ଦେଇ, ଆମେ ଲଗାତାର ଭାବରେ ଦୃଢ଼ ଗ୍ରାହକ ସମ୍ପୃକ୍ତି ଏବଂ ଗ୍ରାହକ ବିଶ୍ୱାସ ବଢ଼ାଇବାରେ ସଫଳତା ହାସଲ କରୁଛୁ । ପରିବର୍ତ୍ତନଶୀଳ ଗ୍ରାହକ ଧାରା ସତ୍ତ୍ୱେ, ଆମେ ନବସୃଜନ ଏବଂ ଉତ୍କର୍ଷତା ମାଧ୍ୟମରେ ଭାରତୀୟ ରିଟେଲ କ୍ଷେତ୍ରକୁ ନୂତନ ଭାବରେ ପରିଭାଷିତ କରିବାର ଆମର ଦୃଷ୍ଟିକୋଣ ପ୍ରତି ଦୃଢ଼ ପ୍ରତିବଦ୍ଧତାର ସହିତ ଆଗେଇ ଚାଲିଛୁ ।\”

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ସନ୍ଧ୍ୟାରେ ଘୋଷଣା କରାଯାଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ତୃତୀୟ ତ୍ରୈମାସିକ ଆର୍ôଥକ ଫଳାଫଳ ଅନୁଯାୟୀ କମ୍ପାନୀର ଡିଜିଟାଲ ବ୍ୟବସାୟ ଜିଓ ପ୍ଲାଟଫର୍ମସ ଲିମିଟେଡ଼ର ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୧.୩ ପ୍ରତିଶତ ବୃଦ୍ଧି ପାଇ ୭୬୨୯ କୋଟି ଟଙ୍କା ହୋଇଛି । ସେହିଭଳି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ଗତ ବର୍ଷ ସମାନ ଅବଧି ତୁଳନାରେ ୧୦ ପ୍ରତିଶତ ବୃଦ୍ଧି ପାଇ ୨୯୩,୮୨୯ କୋଟି ଟଙ୍କା ହୋଇଛି ।

ଜିଓମାର୍ଟ ତୃତୀୟ ତ୍ରୈମାସିକ ରିଲାଏନ୍ସ ରିଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026
Latest News

ନୂଆ ପାଠ୍ୟପୁସ୍ତକକୁ ନେଇ ବିବାଦ: ତ୍ରୁଟି, ଟେଣ୍ଡର ଓ ୨୧ କୋଟିର ପ୍ରଶ୍ନ

June 22, 2026

ଟିଏମସି ବିଦ୍ରୋହୀ ଗୋଷ୍ଠୀର ବଡ଼ ନିଷ୍ପତ୍ତି: ଅଧ୍ୟକ୍ଷ ପଦରୁ ହଟିଲେ ମମତା, ଅଭିଷେକ ବାନାର୍ଜୀ ନିଲମ୍ବିତ

June 22, 2026

ନା ବିରାଟ, ନା ରୋହିତ…ଏହି ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା କଷ୍ଟ: ଜୋଫ୍ରା ଆର୍ଚରଙ୍କ ବଡ ବୟାନ

June 22, 2026

ପ୍ରେମ, ପ୍ରତିଶ୍ରୁତି ଓ ପ୍ରତାରଣା: ସରକାରୀ ଡାକ୍ତରଙ୍କ ବିରୋଧରେ ୩୦ ଲକ୍ଷର ସୁନା ଠକେଇ ଅଭିଯୋଗ

June 22, 2026

ଖୋର୍ଦ୍ଧା: ବୋଲଗଡ ପଂଚାୟତ ସମିତି କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି ଶିବିର

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.