Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ପକ୍ଷରୁ ‘ବେଷ୍ଟିଭାଲ୍ ସେଲ୍‌’ର ଶୁଭାରମ୍ଭ ଘୋଷଣା

ମୁମ୍ବାଇ: ରିଲାଏନ୍‌ସ ରିଟେଲ୍ ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ଆଜି ‘ବେଷ୍ଟିଭାଲ୍ ସେଲ’ ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ଏହା ଭାରତର ସର୍ବବୃହତ୍ ଓମନିଚାନେଲ୍ ଦୀପାବଳି ପର୍ବ ଯାହାକି ୧୪ ରୁ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ। ଏଥିରେ ଇ-ମାର୍କେଟ୍‌ପ୍ଳେସର ଦ୍ରୁତ ସଂପ୍ରସାରଣ ହେଉଛି ଯେଉଁଥିରେ ଅନେକ ଗୁଡ଼ିଏ ନୂଆ ବର୍ଗ ଗୁଡ଼ିକୁ ସାମିଲ୍ କରାଯାଇଛି। ଏଗୁଡ଼ିକ ହେଉଛି ଫେସନ ଓ ଲାଇଫଷ୍ଟାଇଲ୍‌, କଞ୍ଜୁମର ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍। ଏହି ସେଲ୍ ଜିଓମାର୍ଟରେ, ଇ-ମାର୍କେଟ୍‌ପ୍ଲେସ ପ୍ଲାଟଫର୍ମରେ ତଥା ୩୦୦୦+ ସ୍ମାର୍ଟ ଷ୍ଟୋରରେ ଉପଲବ୍ଧ ହେବ ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ସାରା ଦେଶର ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର ଓ ସ୍ମାର୍ଟ ପଏଂଟ।

ଗତ ୨ ବର୍ଷ ଧରି, ସ୍ମାର୍ଟ ଷ୍ଟୋର ଭାଲ୍ୟୁ ସପିଂ, ଡେଷ୍ଟିନେସନ ସପିଂ ଓ ସୁବିଧାଜନକ ସପିଂ ଫର୍ମାଟକୁ ସଂପ୍ରସାରିତ କରିଛି। ଫିଜିକାଲ୍ ଷ୍ଟୋରର ବ୍ୟାପକ ନେଟୱର୍କ ସହିତ ଦୃଢ଼ ପାର୍ଟନର ନେଟୱର୍କ, ଗ୍ରହଣ କରିବା କ୍ଷମତା ଓ ଡିପ୍ ଇନ୍‌ସାଇଟ୍ ଆଦି ସୁବିଧା ସହିତ ରିଲାଏନ୍‌ସ ରିଟେଲର ୨୦ କୋଟି + ପଞ୍ଜୀକୃତ ଗ୍ରାହକଙ୍କୁ ଏହାର ସେବା ପ୍ରଦାନ କରୁଛି। ଚଳିତ ବେଷ୍ଟିଭାଲ୍ ସେଲରେ ନେଇ ଆସିଛି ଏକ୍ସକ୍ଲୁସିଭ୍ ଅଫର ଓ ଡିଲ୍‌, ବ୍ୟାଙ୍କ ଟାଏଅପ୍‌ସ ଓ ଦିପାବଳୀ ସାମଗ୍ରୀ ଓ ଜେନେରାଲ୍ ମର୍ଚ୍ଚାଣ୍ଡାଇଜ୍ ଉପରେ ସ୍ୱତନ୍ତ୍ର ରିହାତି ସୁବିଧା। ଏହା ସହିତ ଆପାରେଲ୍‌, ବ୍ୟୁଟି ଉତ୍ପାଦ, ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଗୁଡ଼ିକ ମଧ୍ୟ ଜିଓମାର୍ଟରେ ଏକ୍ସକ୍ଲୁସିଭ୍ ଭାବରେ ଉପଲବ୍ଧ ଓ ଏହା ଆପଣଙ୍କର ନିକଟତମ ସ୍ମାର୍ଟ ଷ୍ଟୋରରେ ମଧ୍ୟ ଉପଲବ୍ଧ ରହିଛି। ଏହା ସହାୟତାରେ ଗ୍ରାହକମାନେ ସର୍ବୋତ୍କୃଷ୍ଟ କ୍ରୟ ଅନୁଭୂତି ପାଇ ପାରୁଛନ୍ତି ଓ ନିଜ ମନ ମୁତାବକ କ୍ରୟ ପ୍ରଣାଳୀକୁ ମଧ୍ୟ ବାଛି ପାରୁଛନ୍ତି – ଏହା ଅନଲାଇନ୍ ହେଉଛ ବା ନେବରହୁଡ ଷ୍ଟୋର ହେଉ ଯାହାକି ଏକ ବାସ୍ତବିକ ଓମନିଚ୍ୟାନେଲ୍ ଅନୁଭବ ପ୍ରଦାନ କରୁଛି।

ଦାମୋଦଲ୍ ମଲ୍‌, ସିଇଓ, ଗ୍ରୁପ୍ ରିଲାଏନ୍‌ସ ରିଟେଲ୍‌, ଏହି ଅବସରରେ କହିଛନ୍ତି ଯେ, “୩୦୦୦+ ସ୍ମାର୍ଟ ଷ୍ଟୋରର ଶକ୍ତିଶାଳୀ ସମନ୍ୱୟ ଓ ଜିଓମାର୍ଟ ଭାରତୀୟ ଗ୍ରାହକମାନଙ୍କୁ ଅନେକ ସୁବିଧା ପ୍ରଦାନ କରୁଛି। ଷ୍ଟୋର ଓ ଜିଓମାର୍ଟର ଗ୍ରହଣ କରିବା କ୍ଷମତା ଚଳିତ ବେଷ୍ଟିଭାଲ୍ ସେଲରେ ଅତୁଳନୀୟ ମୂଲ୍ୟ ସୁବିଧା ପ୍ରଦାନ କରୁଛି। ଏହି ଦେଶବ୍ୟାପୀ ନେଟୱର୍କର ସମାହାର ଓ ଡିଜିଟାଲ୍ ସପିଂ ଗ୍ରାହକମାନଙ୍କୁ ଅନେକ ଅଫର ପ୍ରଦାନ କରୁଛି ଓ ଏହା ରିଟେଲ୍ କ୍ଷେତ୍ରରେ ସ୍ୱତନ୍ତ୍ର ଅଟେ। ମୁଁ ନିଶ୍ଚିତ ଯେ, ଗ୍ରାହକମାନେ ସେମାନଙ୍କର ଗ୍ରୋସେରି ସାମଗ୍ରୀକୁ ଉଭୟ ଇନ-ଷ୍ଟୋର ଓ ଆପ୍ ମାଧ୍ୟମରେ ଚଳିତ ଋତୁରେ କିଣାକିଣି କରିପାରିବେ।

କ୍ରେତାମାନେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ପାଇ ପାରିବେ ଓ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା ଦିୱାଲି ସ୍ପେଶିଆଲ୍ ଡିଲରୁ ବାଛି ପାରିବେ। ଏଥିରେ ରହିଛି ଦିୟା, କ୍ୟାଣ୍ଡେଲ୍‌, ଉପହାର, ମିଠା, ସ୍ନାକ୍‌ସ ଓ ରଙ୍ଗୋଲି ଯାହାକି ଗ୍ରାହକମାନଙ୍କର ସମସ୍ତ ପାର୍ବଣ ଆବଶ୍ୟକତାକୁ ପୂରଣ କରିବ। ଏହା ସହିତ ସେମାନେ ଭାରତୀୟ ମିଠାଇ ଓ ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକରେ ୫୦% ପର୍ଯ୍ୟନ୍ତ ରିହାତି ସୁବିଧା ପାଇପାରିବେ।

ସନ୍ଦୀପ ଭରଗଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଆମେ ଆମର କ୍ରସ-କାଟେଗୋରି ସଂପ୍ରସାରଣର ସଫଳତା ନେଇ ବହୁତ ଉତ୍ସାହୀ ଅଛୁ ଯାହାକୁ ସାରା ଦେଶରେ ଗ୍ରହଣ କରାଯାଇଛି। ଆମେ ଅଣ-ଗ୍ରୋସେରି ବର୍ଗରେ ଗତ ୧୫ ଦିନ ମଧ୍ୟରେ ବିକ୍ରିରେ ୩ ଗୁଣା ବୃଦ୍ଧି ପରିଲକ୍ଷିତ କରିଛୁ। ଏହି ସାମଗ୍ରୀକ କ୍ଷେତ୍ରରେ ଆମେ ଆଶା ଠାରୁ ଅଧିକ ସଫଳତା ହାସଲ କରିଛୁ।”

ଜିଓମାର୍ଟ ବର୍ତମାନ ଏହାର ସମସ୍ତ ବର୍ଗରେ ୧୯,୦୦୦ ପିନକୋଡକୁ ଏହାର କାର୍ଯ୍ୟ ସଂପ୍ରସାରିତ କରିଛି ଓ ଗ୍ରାହକମାନେ ଭାରତର ସର୍ବବୃହତ୍ ଇ-ମାର୍କେଟ୍ ପ୍ଲେସରୁ କ୍ରୟ କରିବାର ସୁବିଧ ପାଇ ପାରୁଛନ୍ତି। ଏହି ଦ୍ରୁତ ସଂପ୍ରସାରଣ ମଧ୍ୟରେ ଜିଓମାର୍ଟ ଦେଶରେ ପ୍ରସ୍ତୁତ ସର୍ବବୃହତ୍ ଇ-ମାର୍କେଟପ୍ଲେସର ଲକ୍ଷ୍ୟକୁ ପୂରଣ କରିବା ଲକ୍ଷ୍ୟ ନେଇ ଅଗ୍ରସର ହେଉଛି।
‘ବେଷ୍ଟିଭାଲ୍ ସେଲ’ ରେ ଭାରତର ବ୍ୟାପକ ଓ ବିଭିନ୍ନ ହ୍ୟାଣ୍ଡଲୁମ୍ ଓ କଳାକୃତି ଉଦ୍ୟୋଗର କଳାକାରମାନଙ୍କୁ ସାମିଲ୍ କରୁଛି। ଉଦାହରଣସ୍ୱରୂପ, ଗ୍ରାହକାମନେ ଗୁଜରାଟର ପୋଚାମପାଲି ସାଢ଼ୀ ଓ ବନ୍ଧନି ଆପାରେଲ୍ ପାଇବା ସହିତ ପଞ୍ଜାବୀ ଜୋତା, ଜୟପୁରି ବ୍ଲକ୍ ପ୍ରିଂଟ କୁଇଲ୍‌ଟସ ସହିତ ମୋରାଦାବାଦର ବ୍ରାସ ବାୱେଲ୍‌ସ ଓ ପୂଜା ଆକ୍‌ସେସୋରି ଓ ପରିବେଶୀ ଉପଯୋଗୀ ଛାନାପଟନା କାଠ ଖେଳନା ଓ ବ୍ଲୁ ପଟେରି ଆଦିକୁ ପାଇପାରିବେ।

ଦିୱାଲି ସ୍ପେଶିଆଲ୍ ଅଫର:

ଏକ୍ସପ୍ଲୋସିଭ୍ ଇଲେକ୍‌ଟ୍ରୋନିକ୍ ଡିଲ୍‌ସ : ଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍‌, କମ୍ପ୍ୟୁଟର ଆକ୍‌ସେସୋରିଜ୍‌, ରେଫ୍ରିଜରେଟର, ଗୃହ ଉପକରଣ ଓ ଆହୁରି ଅନେକରେ ୮୦% ପର୍ଯ୍ୟନ୍ତ ରିହାତି! ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ଼ରେ ଅକ୍ଟୋବର ୧୬ ପର୍ଯ୍ୟନ୍ତ ଇଲେକ୍‌ଟ୍ରୋନିକ୍‌ସରେ ୧୦%ର କ୍ୟାସବ୍ୟାକ୍ ସୁବିଧା ଲାଭ କରନ୍ତୁ।

ଫାୟାରକ୍ରାକର ଫେସନ ଅଫର: ପୁରୁଷ, ମହିଳା ଓ କିଡ୍‌ସ, ଫୁଟ୍‌ଉୟର ଓ ଆକ୍‌ସେସୋରିଜ୍ ଗୁଡ଼ିକୁ ଖୁବ୍ କମ ମୂଲ୍ୟରେ ଲାଭ କରନ୍ତୁ।

ଧମାକେଦାର ଡିଲ୍‌ସ: ଡିନର ସେଟ୍‌ରେ ୫୦% ପର୍ଯ୍ୟନ୍ତ ରିହାତି, ଡ୍ରାଏ ଫ୍ରୁଟ୍ ଗିଫ୍‌ଟ ପ୍ୟାକର ମୂଲ୍ୟ ଟ.୨୯୯ ରୁ ଆରମ୍ଭ ଓ ଏହା ସହିତ ମିଠା, ସ୍ନାକ୍‌ସ ଓ ଚକୋଲେଟ୍‌ସରେ ୫୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ।

ବ୍ୟାଙ୍କ ଅଫର (କେବଳ ଜିଓମାର୍ଟରେ): ଗ୍ରାହକମାନେ ୧୦% ଇନଷ୍ଟାଂଟ ଡିସକାଉଂଟ ସୁବିଧାକୁ ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ଼ ଉପରେ ସମସ୍ତ ବର୍ଗରେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ପାଇପାରିବେ।

ସ୍ପେଶିଆଲ୍ ସ୍ମାର୍ଟ ଷ୍ଟୋର ଅଫର: ସମସ୍ତ ପ୍ରମୁଖ ବର୍ଗ ମାନଙ୍କରେ ୮୦% ପର୍ଯ୍ୟନ୍ତ ରିହାତି ପାଆନ୍ତୁ। ଏଥିରେ ରହିଛି ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଭାରତୀୟ ମିଠା, ଡ୍ରାଏ ଫ୍ରୁଟ୍‌ସ ଗିଫ୍‌ଟ ପ୍ୟାକ୍ ଓ ଡିଓରେ ୫୦% ପର୍ଯ୍ୟନ୍ତ ରିହାତି, ସାବୁନରେ ୩୩% ପର୍ଯ୍ୟନ୍ତ ରିହାତି, କମ୍ବୋ ୫ କେଜି ବାସୁମତୀ ଚାଉଳ, ଚିନି ଓ ୫ ଲି ତେଲ ମାତ୍ର ଟ.୧୨୯୯ ରେ, ଟିଭି ଉପରେ ୬୦% ପର୍ଯ୍ୟନ୍ତ ରିହାତି, ଅଡିଓ ଆକ୍‌ସେସୋରି ଯଥା ସ୍ମାର୍ଟୱାଚ, ସ୍ପିକର ଇତ୍ୟାଦି ଉପରେ ୭୦% ପର୍ଯ୍ୟନ୍ତ ରିହାତି, ଆପାରେଲ୍ ଓ ଫୁଟଉୟର ଓ ଆହୁରି ଅନେକ ଉପରେ ୮୦% ପର୍ଯ୍ୟନ୍ତ ରିହାତି ସୁବିଧା ଓ ଆହୁରି ଅନେକ ଅଫର।

ଜିଓମାର୍ଟ ଓ ସ୍ମାର୍ଟ ଷ୍ଟୋର ମଧ୍ୟ ୩୬୦-ଡିଗ୍ରୀ କ୍ୟାମ୍ପେନର ଶୁଭାରମ୍ଭ କରିଛନ୍ତି ଯାହାକି ଟିଭିସି, ପ୍ରିଂଟ, ରେଡିଓ, ଆଉଟଡୋର ଓ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଜିଓମାର୍ଟ ଆପରେ ବିଭିନ୍ନ ଅଫର ଗୁଡ଼ିକର ଘୋଷଣା କରୁଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓମାର୍ଟ ପକ୍ଷରୁ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି ସେଲ୍ ଓ ‘ବେଷ୍ଟିଭାଲ୍‌ସେଲ୍‌’

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍‌ସ ରିଟେଲର ଜିଓମାର୍ଟ, ଭାରତର ଏକ ଅଗ୍ରଣୀ ଇ-ମାର୍କେଟପ୍ଲେସ, ଆଜି ଆଗାମୀ ପାର୍ବଣଋତୁ ପାଇଁ ମାସ ବ୍ୟାପୀ ପାର୍ବଣ ଉତ୍ସବର ଘୋଷଣା କରିଛି । ଏହି ପାର୍ବଣଋତୁ ବିକ୍ରୟ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଛି ଓ ଏହା ଅକ୍ଟୋବର ୨୩, ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟରେ ଜିଓମାର୍ଟ ଦୁଇଟି ସେଲର ଆୟୋଜନ କରୁଛି:‘ତ୍ୟୋହାରରେଡିସେଲ୍‌’ ଓ ‘ବେଷ୍ଟିଭାଲ୍‌ସେଲ୍‌’। ଗ୍ରାହକମାନେ ଜିଓମାର୍ଟରେ ଗ୍ରୋସେରି ସହିତ ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍‌, ଫେସନ ଓ ଲାଇଫ୍‌ଷ୍ଟାଇଲ୍‌, ସୌନ୍ଦର୍ଯ୍ୟ, ଏଫଏମସିଜି ଓ କଞ୍ଜୁମର ଡ୍‌ୁ୍ୟରେବଲ୍‌ସ ଉପରେ ୮୦% ପର୍ଯ୍ୟନ୍ତ ସଂଚୟ କରିପାରିବେ। ଜିଓମାର୍ଟ ଏହାର ସମସ୍ତ ଗ୍ରାହକମାନଙ୍କ ପାଇଁ ୱାନ-ଷ୍ଟପ୍ ଦୋକାନରେ ପରିଣତ ହୋଇଛି। ଏଠାରୁ ଆପଣ ଦୀପାବଳିଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଫେସନର ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇପାରିବେ। ଏହି ମାସ ବ୍ୟାପିଂ ସପିଂ ଉତ୍ସବ ସମୟରେ ଜିଓମାର୍ଟ ଏହାର ଗ୍ରାହକମାନଙ୍କୁ ଏସବିଆଇ (ଷ୍ଟେଟ୍‌ବ୍ୟାଙ୍କ ଅଫ୍ ଇଣ୍ଡିଆ) (ଷ୍ଟେଟ୍‌ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡେବିଟ୍ କାର୍ଡ଼ରେ ଅତିରିକ୍ତ ଅଫର ପ୍ରଦାନ କରୁଛି।

ଗ୍ରାହକମାନେ ଏହି ଆପରେ ଲିମିଟେଡ୍ ଅବଧିର ‘ଫ୍ଲାସଡିଲ୍‌’ରସୁବିଧା ମଧ୍ୟ ପାଇପାରିବେ। ଆକର୍ଷଣୀୟ ଡିଲ୍‌କଞ୍ଜୁମରଡ୍ୟୁରେବଲ୍ ଓ ଇଲେକ୍‌ଟ୍ରୋନିକ୍‌ସଉପକରଣ ଯଥା ଲାପଟପ୍‌, ସ୍ମାର୍ଟୱାଚ, ସ୍ମାର୍ଟଏଚଡିଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍ ଆକ୍‌ସେସୋରିଜ୍ ଇତ୍ୟାଦିରେ ଉପଲବ୍ଧ ହୋଇପାରିବ। ଏହାସହିତବ୍ରାଣ୍ଡେଡ୍‌ଉତ୍ପାଦ ଓ ରିଲାଏନ୍‌ସରିଟେଲର ନିଜସ୍ୱବ୍ରାଣ୍ଡ ଯଥା ରିଲାଏନ୍‌ସଡିଜିଟାଲ୍‌, ରିଲାଏନସଟ୍ରେଣ୍ଡ୍ ଓ ଏହିପରିରେ ଅତିରିକ୍ତ ଅଫରର ସୁବିଧା ମଧ୍ୟ ରହିଛି।

ଜିଓମାର୍ଟ ପ୍ରଥମ ଥର ପାଇଁଚଳିତ ପାର୍ବଣଋତୁରେ ପାରମ୍ପରିକକଳାକାର ଓ ବୁଣାକାରମାନଙ୍କୁ ସାମିଲ୍‌ କରିଛି ଯଦ୍ୱାରା ସେମାନଙ୍କର ଜୀବିକା ନିର୍ବାହ ମାନରେ ଉନ୍ନତି ଆସିବା ସହିତ ସାରା ଭାରତରେ ସ୍ଥାନୀୟ କଳାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ। ଏହିସବୁ କାରିଗରମାନଙ୍କର ବ୍ୟାପକ ଶ୍ରେଣୀୟ ଅଭିନବ ହାତ ତିଆରି କଳାକୃତି ଜିଓମାର୍ଟରେ ଉପଲବ୍ଧ ହେବ। ଏଥିରେ ରହିଛି ଚମଡ଼ା ଜୋତା, ବେଙ୍ଗଲି ହ୍ୟାଣ୍ଡଲୁମ୍‌ ସାଢ଼ୀ ଓ ଆକର୍ଷଣୀୟ ହାତ ତିଆରି ସମ୍ବଲପୁରି ସାଢ଼ୀ, ଫୁଲକାରି, ଚିକାନକାରି, ପାରମ୍ପରିକ ଗହଣା ଇତ୍ୟାଦି ଯାହାଦ୍ୱାରା ଗ୍ରାହକମାନେ ପାର୍ବଣଋତୁର ଏକ ସ୍ୱତନ୍ତ୍ର ଅନୁଭବ ଲାଭକରିପାରିବେ।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି ସନ୍ଦୀପ ଭରଗାଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଏକ ସର୍ବବୃହତ୍‌ ମଲ୍‌ଟି ଚ୍ୟାନେଲ୍‌ ଘରୋଇ ଭାବରେ ବିକଶିତ ଇ-ମାର୍କେଟ୍‌ ପ୍ଲେସ ଭାବରେ, ସ୍ଥାନୀୟ ଦୋକାନ, କିରାନା, ଏସଏମବି (କ୍ଷୁଦ୍ର ଓ ମଧ୍ୟମବ୍ୟବସାୟ), ଏମଏସଏମଇ, ସ୍ଥାନୀୟକାରିଗର ଓ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରି ଆମେ ଡିଜିଟାଲ୍‌ ରିଟେଲ ଇକୋ ସିଷ୍ଟମକୁ ସଶକ୍ତ କରିବାର ଲକ୍ଷ୍ୟରଖିଛୁ। ଏହିଲକ୍ଷ୍ୟକୁ ପୂରଣ କରିବା ପାଇଁ, ଆମେ ବିକ୍ରେତା ଓ ସ୍ଥାନୀୟକଳାକାରମାନଙ୍କୁ ଆମର ଇ-କମ ର୍ସସ୍ଥାନରେ ସାମିଲ୍‌ କରିଛୁ। ଆମେ ମଧ୍ୟ ବିଭିନ୍ନ ସେଗମେଂଟରେ ବର୍ଗଗୁଡ଼ିକୁ ସଂପ୍ରସାରିତ କରିଛୁ ଓ ଗତ ବର୍ଷ ତୁଳନାରେ ଏସକେୟୁର ସଂଖ୍ୟାକୁ ୮୦ ଗୁଣା ବୃଦ୍ଦି କରିଛୁ। ଆମେ ନିକଟରେ ଶୁଭାରମ୍ଭ କରିଥିବା ଜିଓ-ମାର୍ଟହ୍ୱାଟସ ଆପ୍ ଅର୍ଡ଼ର ସୁବିଧାକୁ ଗ୍ରାହକମାନେ ବହୁତ ପସନ୍ଦ କରିଛନ୍ତି। ଆମର ଆତ୍ମବିଶ୍ୱାସ ରହିଛି ଯେ ଆଗାମୀ ପାର୍ବଣ ଋତୁ ସମୟରେ, ଆମେ ଆମର ବିକ୍ରେତା ଓ ଗ୍ରାହକମାନଙ୍କ ସହିତ ଆମର ସମ୍ପର୍କକୁ ଜିଓମାର୍ଟ ସହାୟତାରେ ଆହୁରି ମଜବୁତ୍‌ କରିବାରେ ସକ୍ଷମ ହୋଇପାରିବୁ।”

ଆମେ ଆମର ପହଂଚକୁଦେଶରସବୁସ୍ଥାନକୁସଂପ୍ରସାରିତକରିବୁ ଓ ଆମର ଫିଜିକାଲ୍‌ ଷ୍ଟୋର ଯଥା ରିଲାଏନ୍‌ସ ସ୍ମାର୍ଟ, ରିଲାଏନ୍‌ସ ଟ୍ରେଣ୍ଡ୍‌ସ, ରିଲାଏନ୍‌ସ ଡିଜିଟାଲ ଇତ୍ୟାଦି ଓ ଏହାସହିତ ଥାର୍ଡ଼-ପାର୍ଟିବିକ୍ରେତା ପାର୍ଟନରଙ୍କ ସହିତ ମିଶି ବ୍ୟାପକ ନେଟୱର୍କ ମାଧ୍ୟମରେ ଏହା ଯେପରି ସଠିକ୍‌ ସମୟରେ ଡେଲିଭରି ହୋଇପାରିବ ତାହା ସୁନିଶ୍ଚିତ କରିବୁ।

ଦୀପାବଳି ସ୍ୱତନ୍ତ୍ର ଅଫର: ବିଭିନ୍ନବର୍ଗ ଯଥା ଇଲେକ୍‌ଟ୍ରୋନିକ୍‌ସ, ଗ୍ରୋସେରୀ, ଫେସନ, ହୋମ୍ ଓ କିଚେନ୍‌, ବ୍ୟୁଟିଇତ୍ୟାଦି ସାମଗ୍ରୀଉପରେ ୮୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ। ଦୟାକରି ପ୍ରତି ୩ ଘଂଟାରେ ଫ୍ଲାସଡିଲକୁ ଚେକ୍‌କରନ୍ତୁ ଓ ସ୍ମାର୍ଟଫୋନ୍ ପାଆନ୍ତୁ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ଟ.୬୯୯୯/-।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ ।

ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ । ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ ।

ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ ।

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Categories
ବିଶେଷ ଖବର ବ୍ୟବସାୟ

ଆଜିଠାରୁ ବଜାରରେ ମିଳିଲା ଜିଓର ଶସ୍ତା ସ୍ମାର୍ଟ ଫୋନ, ଜାଣନ୍ତୁ କେମିତି କରିବେ ବୁକିଂ

ଭୁବନେଶ୍ୱର: ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଆଜି ଘୋଷଣା କରାଯାଇଛି। ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ।

ଗ୍ରାହକ ମାନେ ଏହି ଫୋନ ମାତ୍ର ୧୯୯୯ ଟଙ୍କା ପଇଠ କରି ୧୮ କିମ୍ବା ୨୪ ମାସର ସହଜ କିସ୍ତିରେ ପାଇପାରିବେ। ଜିଓଫୋନ ନେକ୍ସଟ କୁ କମ୍ପାନୀ ପକ୍ଷରୁ ସ୍ୱତନ୍ତ୍ର ପ୍ଲାନ ସହିତ ବଂଡଲ କରି ଆକର୍ଷଣୀୟ ଅଫର ଦିଆଯାଉଛି ଯାହାଦ୍ୱାରା ଗ୍ରାହକ ପ୍ଲାନ ସହିତ ସହଜରେ ଫୋନର କିସ୍ତି ମଧ୍ୟ ପୁରଣ କରିପାରିବେ।

କିସ୍ତିରେ କିଣିବାକୁ ଇଛୁକ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ କମ୍ପାନୀ ପକ୍ଷରୁ ମାସିକ ୩୦୦ ଟଙ୍କାରୁ ଆରମ୍ଭ କରି ୬୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବଂଡଲ ପ୍ଲାନ ଘୋଷଣା କରାଯାଇଛି। ତେବେ ସହଜ କିସ୍ତି ବଦଳରେ ସିଧାସଳଖ ଜିଓଫୋନ ନେକ୍ସଟ କିଣିବାକୁ ଚାହୁଁଥିବା ଗ୍ରାହକ ଏକକାଳୀନ ୬୪୯୯ ଟଙ୍କାରେ ଏହା କିଣିପାରିବେ।

ଡୁଆଲ ସିମ ସୁବିଧା ରହିଥିବା ଜିଓଫୋନ ନେକ୍ସଟରେ ରହିଛି ଅନେକ ଅଭିନବ ଓ ଆକର୍ଷଣୀୟ ଫିଚର। ଏହି ଫୋନରେ ୫.୪୫ ଇଞ୍ଚର ଏଚଡ଼ି ଟଚସ୍କ୍ରିନ ସହିତ କର୍ଣ୍ଣର ଗରିଲା ଗ୍ଲାସ-୩ ରହିଛି। ଏଥିସହିତ ୨ ଜିବି ରାମ, ୬୪ ବିଟ ସିପିୟୁ ସହିତ କ୍ୱାଡ଼କୋର କ୍ୟୁଏମ୨୧୫ ଚିପସେଟ ଏବଂ ୩୨ ଜିବି ଅନ୍ତର୍ନିହିତ ମେମୋରୀ ସାଙ୍ଗକୁ ୫୧୨ ଜିବି ପର୍ଯ୍ୟନ୍ତ ବର୍ଦ୍ଧିତ ହୋଇପାରିବା ଭଳି ଏସଡ଼ି କାର୍ଡ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି।

ଜିଓଫୋନ ନେକ୍ସଟରେ ସବୁଠାରୁ ଭଲ ରହିଛି କ୍ୟାମେରା ଓ ବ୍ୟାଟେରୀ କ୍ଷମତା। ୧୩ ମେଗା ପିକ୍ସେଲ ପଛ କ୍ୟାମେରା ଓ ୮ ମେଗା ପିକ୍ସେଲ ସାମ୍ନା ସେଲ୍ଫି କ୍ୟାମେରା ସାଙ୍ଗକୁ ନାଇଟ ମୋଡ଼, ପୋଟ୍ରେଟ ମୋଡ଼ ତଥା ଏଚଡ଼ିଆର ମୋଡ଼ ଫିଚର ସହିତ ଦୀପାବଳି ଭଳି ଭାରତୀୟ ପର୍ବପର୍ବାଣି ପାଇଁ ସ୍ୱତନ୍ତ୍ର ଫିଲ୍ଟର ଉପଲବ୍ଧ ରହିଛି। ଏହି ଫୋନରେ ୩୫୦୦ ଏମଏଚ ର ବ୍ୟାଟେରୀ ରହିଛି ଯାହା ସାଧାରଣ ବ୍ୟବହାର କ୍ଷେତ୍ରରେ ଥରେ ସମ୍ପୂର୍ଣ୍ଣ ଚାର୍ଜରେ ୩୬ ଘଂଟା ଚାଲିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଜିଓ ଓ ଗୁଗୁଲ ପକ୍ଷରୁ ମିଳିତ ଭାବେ ବିକଶିତ ଏହି ଫୋନରେ ଜିଓ ଓ ଗୁଗୁଲର ସମସ୍ତ ଆପ୍ପ ଅପଟିମାଈଜ ହୋଇ ପ୍ରି-ଲୋଡେଡ଼ ରହିଛି। ଏଥିସହିତ ସ୍ୱୟଂଚାଳିତ ସଫ୍ଟୱେର ଅପଗ୍ରେଡ଼, ରିଡ଼ ଆଲଉଡ, ଭାଷାନୁବାଦ, ଭଏସ ଆସିଷ୍ଟାଣ୍ଟ ଭଳି ଅନେକ ସୁବିଧା ରହିଛି।