Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓମାର୍ଟ ପକ୍ଷରୁ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି ସେଲ୍ ଓ ‘ବେଷ୍ଟିଭାଲ୍‌ସେଲ୍‌’
ଆଜିର ଖବର

ଜିଓମାର୍ଟ ପକ୍ଷରୁ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି ସେଲ୍ ଓ ‘ବେଷ୍ଟିଭାଲ୍‌ସେଲ୍‌’

September 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍‌ସ ରିଟେଲର ଜିଓମାର୍ଟ, ଭାରତର ଏକ ଅଗ୍ରଣୀ ଇ-ମାର୍କେଟପ୍ଲେସ, ଆଜି ଆଗାମୀ ପାର୍ବଣଋତୁ ପାଇଁ ମାସ ବ୍ୟାପୀ ପାର୍ବଣ ଉତ୍ସବର ଘୋଷଣା କରିଛି । ଏହି ପାର୍ବଣଋତୁ ବିକ୍ରୟ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଛି ଓ ଏହା ଅକ୍ଟୋବର ୨୩, ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟରେ ଜିଓମାର୍ଟ ଦୁଇଟି ସେଲର ଆୟୋଜନ କରୁଛି:‘ତ୍ୟୋହାରରେଡିସେଲ୍‌’ ଓ ‘ବେଷ୍ଟିଭାଲ୍‌ସେଲ୍‌’। ଗ୍ରାହକମାନେ ଜିଓମାର୍ଟରେ ଗ୍ରୋସେରି ସହିତ ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍‌, ଫେସନ ଓ ଲାଇଫ୍‌ଷ୍ଟାଇଲ୍‌, ସୌନ୍ଦର୍ଯ୍ୟ, ଏଫଏମସିଜି ଓ କଞ୍ଜୁମର ଡ୍‌ୁ୍ୟରେବଲ୍‌ସ ଉପରେ ୮୦% ପର୍ଯ୍ୟନ୍ତ ସଂଚୟ କରିପାରିବେ। ଜିଓମାର୍ଟ ଏହାର ସମସ୍ତ ଗ୍ରାହକମାନଙ୍କ ପାଇଁ ୱାନ-ଷ୍ଟପ୍ ଦୋକାନରେ ପରିଣତ ହୋଇଛି। ଏଠାରୁ ଆପଣ ଦୀପାବଳିଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଫେସନର ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇପାରିବେ। ଏହି ମାସ ବ୍ୟାପିଂ ସପିଂ ଉତ୍ସବ ସମୟରେ ଜିଓମାର୍ଟ ଏହାର ଗ୍ରାହକମାନଙ୍କୁ ଏସବିଆଇ (ଷ୍ଟେଟ୍‌ବ୍ୟାଙ୍କ ଅଫ୍ ଇଣ୍ଡିଆ) (ଷ୍ଟେଟ୍‌ବ୍ୟାଙ୍କ ଅଫ୍ ଇଣ୍ଡିଆ) ଡେବିଟ୍ କାର୍ଡ଼ରେ ଅତିରିକ୍ତ ଅଫର ପ୍ରଦାନ କରୁଛି।

ଗ୍ରାହକମାନେ ଏହି ଆପରେ ଲିମିଟେଡ୍ ଅବଧିର ‘ଫ୍ଲାସଡିଲ୍‌’ରସୁବିଧା ମଧ୍ୟ ପାଇପାରିବେ। ଆକର୍ଷଣୀୟ ଡିଲ୍‌କଞ୍ଜୁମରଡ୍ୟୁରେବଲ୍ ଓ ଇଲେକ୍‌ଟ୍ରୋନିକ୍‌ସଉପକରଣ ଯଥା ଲାପଟପ୍‌, ସ୍ମାର୍ଟୱାଚ, ସ୍ମାର୍ଟଏଚଡିଟିଭି, ସ୍ମାର୍ଟଫୋନ୍‌, ମୋବାଇଲ୍ ଆକ୍‌ସେସୋରିଜ୍ ଇତ୍ୟାଦିରେ ଉପଲବ୍ଧ ହୋଇପାରିବ। ଏହାସହିତବ୍ରାଣ୍ଡେଡ୍‌ଉତ୍ପାଦ ଓ ରିଲାଏନ୍‌ସରିଟେଲର ନିଜସ୍ୱବ୍ରାଣ୍ଡ ଯଥା ରିଲାଏନ୍‌ସଡିଜିଟାଲ୍‌, ରିଲାଏନସଟ୍ରେଣ୍ଡ୍ ଓ ଏହିପରିରେ ଅତିରିକ୍ତ ଅଫରର ସୁବିଧା ମଧ୍ୟ ରହିଛି।

ଜିଓମାର୍ଟ ପ୍ରଥମ ଥର ପାଇଁଚଳିତ ପାର୍ବଣଋତୁରେ ପାରମ୍ପରିକକଳାକାର ଓ ବୁଣାକାରମାନଙ୍କୁ ସାମିଲ୍‌ କରିଛି ଯଦ୍ୱାରା ସେମାନଙ୍କର ଜୀବିକା ନିର୍ବାହ ମାନରେ ଉନ୍ନତି ଆସିବା ସହିତ ସାରା ଭାରତରେ ସ୍ଥାନୀୟ କଳାକାରମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିପାରିବ। ଏହିସବୁ କାରିଗରମାନଙ୍କର ବ୍ୟାପକ ଶ୍ରେଣୀୟ ଅଭିନବ ହାତ ତିଆରି କଳାକୃତି ଜିଓମାର୍ଟରେ ଉପଲବ୍ଧ ହେବ। ଏଥିରେ ରହିଛି ଚମଡ଼ା ଜୋତା, ବେଙ୍ଗଲି ହ୍ୟାଣ୍ଡଲୁମ୍‌ ସାଢ଼ୀ ଓ ଆକର୍ଷଣୀୟ ହାତ ତିଆରି ସମ୍ବଲପୁରି ସାଢ଼ୀ, ଫୁଲକାରି, ଚିକାନକାରି, ପାରମ୍ପରିକ ଗହଣା ଇତ୍ୟାଦି ଯାହାଦ୍ୱାରା ଗ୍ରାହକମାନେ ପାର୍ବଣଋତୁର ଏକ ସ୍ୱତନ୍ତ୍ର ଅନୁଭବ ଲାଭକରିପାରିବେ।

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି ସନ୍ଦୀପ ଭରଗାଂଟି, ସିଇଓ, ଜିଓମାର୍ଟ କହିଛନ୍ତି ଯେ, “ଏକ ସର୍ବବୃହତ୍‌ ମଲ୍‌ଟି ଚ୍ୟାନେଲ୍‌ ଘରୋଇ ଭାବରେ ବିକଶିତ ଇ-ମାର୍କେଟ୍‌ ପ୍ଲେସ ଭାବରେ, ସ୍ଥାନୀୟ ଦୋକାନ, କିରାନା, ଏସଏମବି (କ୍ଷୁଦ୍ର ଓ ମଧ୍ୟମବ୍ୟବସାୟ), ଏମଏସଏମଇ, ସ୍ଥାନୀୟକାରିଗର ଓ ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରି ଆମେ ଡିଜିଟାଲ୍‌ ରିଟେଲ ଇକୋ ସିଷ୍ଟମକୁ ସଶକ୍ତ କରିବାର ଲକ୍ଷ୍ୟରଖିଛୁ। ଏହିଲକ୍ଷ୍ୟକୁ ପୂରଣ କରିବା ପାଇଁ, ଆମେ ବିକ୍ରେତା ଓ ସ୍ଥାନୀୟକଳାକାରମାନଙ୍କୁ ଆମର ଇ-କମ ର୍ସସ୍ଥାନରେ ସାମିଲ୍‌ କରିଛୁ। ଆମେ ମଧ୍ୟ ବିଭିନ୍ନ ସେଗମେଂଟରେ ବର୍ଗଗୁଡ଼ିକୁ ସଂପ୍ରସାରିତ କରିଛୁ ଓ ଗତ ବର୍ଷ ତୁଳନାରେ ଏସକେୟୁର ସଂଖ୍ୟାକୁ ୮୦ ଗୁଣା ବୃଦ୍ଦି କରିଛୁ। ଆମେ ନିକଟରେ ଶୁଭାରମ୍ଭ କରିଥିବା ଜିଓ-ମାର୍ଟହ୍ୱାଟସ ଆପ୍ ଅର୍ଡ଼ର ସୁବିଧାକୁ ଗ୍ରାହକମାନେ ବହୁତ ପସନ୍ଦ କରିଛନ୍ତି। ଆମର ଆତ୍ମବିଶ୍ୱାସ ରହିଛି ଯେ ଆଗାମୀ ପାର୍ବଣ ଋତୁ ସମୟରେ, ଆମେ ଆମର ବିକ୍ରେତା ଓ ଗ୍ରାହକମାନଙ୍କ ସହିତ ଆମର ସମ୍ପର୍କକୁ ଜିଓମାର୍ଟ ସହାୟତାରେ ଆହୁରି ମଜବୁତ୍‌ କରିବାରେ ସକ୍ଷମ ହୋଇପାରିବୁ।”

ଆମେ ଆମର ପହଂଚକୁଦେଶରସବୁସ୍ଥାନକୁସଂପ୍ରସାରିତକରିବୁ ଓ ଆମର ଫିଜିକାଲ୍‌ ଷ୍ଟୋର ଯଥା ରିଲାଏନ୍‌ସ ସ୍ମାର୍ଟ, ରିଲାଏନ୍‌ସ ଟ୍ରେଣ୍ଡ୍‌ସ, ରିଲାଏନ୍‌ସ ଡିଜିଟାଲ ଇତ୍ୟାଦି ଓ ଏହାସହିତ ଥାର୍ଡ଼-ପାର୍ଟିବିକ୍ରେତା ପାର୍ଟନରଙ୍କ ସହିତ ମିଶି ବ୍ୟାପକ ନେଟୱର୍କ ମାଧ୍ୟମରେ ଏହା ଯେପରି ସଠିକ୍‌ ସମୟରେ ଡେଲିଭରି ହୋଇପାରିବ ତାହା ସୁନିଶ୍ଚିତ କରିବୁ।

ଦୀପାବଳି ସ୍ୱତନ୍ତ୍ର ଅଫର: ବିଭିନ୍ନବର୍ଗ ଯଥା ଇଲେକ୍‌ଟ୍ରୋନିକ୍‌ସ, ଗ୍ରୋସେରୀ, ଫେସନ, ହୋମ୍ ଓ କିଚେନ୍‌, ବ୍ୟୁଟିଇତ୍ୟାଦି ସାମଗ୍ରୀଉପରେ ୮୦% ପର୍ଯ୍ୟନ୍ତ ରିହାତି ଲାଭ କରନ୍ତୁ। ଦୟାକରି ପ୍ରତି ୩ ଘଂଟାରେ ଫ୍ଲାସଡିଲକୁ ଚେକ୍‌କରନ୍ତୁ ଓ ସ୍ମାର୍ଟଫୋନ୍ ପାଆନ୍ତୁ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ଟ.୬୯୯୯/-।

ଜିଓମାର୍ଟ ପାର୍ବଣ ଋତୁ
Share. Facebook Twitter LinkedIn Email WhatsApp Copy Link

Related Posts

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026
Latest News

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ଖୁବ୍ ଶୀଘ୍ର ଚାଲିବ ନୂଆ ପୁରୀ-କୋରାପୁଟ ଏକ୍ସପ୍ରେସ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.