Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ
ଆଜିର ଖବର

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ
ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

ରଣପୁର: ରଣପୁର ଅଞ୍ଚଳର ପ୍ରସିଦ୍ଧ ଆସ୍ଥା କେନ୍ଦ୍ର ମା ହାବୁଡ଼ାସିଂହୀଙ୍କ ପବିତ୍ର ପୀଠ ଗତ କିଛି ଦିନ ଧରି ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାରେ ପରିପୂର୍ଣ୍ଣ ହୋଇ ଉଠିଥିଲା। ଏଠାରେ ଆୟୋଜିତ ୨୯ତମ ଚଣ୍ଡୀ ମହାଯଜ୍ଞ ଆଜି ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ ସହ ଭକ୍ତିମୟ ଭାବେ ସମ୍ପନ୍ନ ହୋଇଛି।

ଗତ ୧୪ ତାରିଖରେ ଅଙ୍କୁରୋପଣ କାର୍ଯ୍ୟ ସହ ମହାଯଜ୍ଞାର ଶୁଭାରମ୍ଭ ହୋଇଥିଲା। ୧୫ ତାରିଖରେ ଶଙ୍ଖ, ଘଣ୍ଟ ଓ ହରିବୋଲ ଧ୍ୱନି ମଧ୍ୟରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ସମଗ୍ର ଅଞ୍ଚଳ ଭକ୍ତିରେ ଉଦ୍ଦୀପିତ ହୋଇଉଠିଥିଲା। ୧୬ ଓ ୧୭ ତାରିଖରେ ବେଦମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କାର୍ଯ୍ୟ ଅବିରତ ଚାଲିଥିଲା।

୧୮ ତାରିଖ ଗୋଧୂଳି ସମୟରେ ପୂର୍ଣ୍ଣାହୁତୀ କାର୍ଯ୍ୟ ସମ୍ପନ୍ନ ହେବା ସହିତ ମହାଯଜ୍ଞର ଉଦ୍ଦେଶ୍ୟ ସାର୍ଥକ ହୋଇଥିଲା। ଏହି ପବିତ୍ର ଅବସରରେ ଶହ ଶହ ଭକ୍ତ ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ। ପରେ ଭକ୍ତମାନଙ୍କ ପାଇଁ ବ୍ୟାପକ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।

ମହାଯଜ୍ଞକୁ ସଫଳ କରିବା ପାଇଁ ଯଜ୍ଞ କମିଟି, ସେବାୟତ, ପୂଜକବୃନ୍ଦ ଓ ସ୍ଥାନୀୟ ଭକ୍ତମାନେ ଅକ୍ଷୟ ପରିଶ୍ରମ କରିଥିଲେ। ସମଗ୍ର ପରିବେଶ ଭକ୍ତି, ଶାନ୍ତି ଓ ଆଧ୍ୟାତ୍ମିକ ଶକ୍ତିରେ ମନୋହର ହୋଇଉଠିଥିଲା।

ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ମା ହାବୁଡ଼ାସିଂହୀ ପୀଠ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026

ପ୍ରୟାଗରାଜରେ ମୌନୀ ଅମାବାସ୍ୟା: ହେଲିକପ୍ଟର ହେଲା ପୁଷ୍ପ ବର୍ଷା

January 18, 2026

ବହୁ ବର୍ଷ ଧରି କ୍ଷତି ପରେ ବିଦ୍ୟୁତ ବଣ୍ଟନ କମ୍ପାନୀଗୁଡ଼ିକର ଲାଭ: ୨୭୦୦ କୋଟିର PAT ରେକର୍ଡ

January 18, 2026
Latest News

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

January 18, 2026

ଯଦି BRICS ନିଜସ୍ୱ ମୁଦ୍ରା ଲଞ୍ଚ କରେ ତେବେ କ’ଣ ହେବ, କେତେ ଦୁର୍ବଳ ହେବ ଡଲାର?

January 18, 2026

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026

ପାଖାପାଖି ୨୦୦୦୦ରେ ପହଞ୍ଚିଲା ରିଲାଏନ୍ସ ରିଟେଲ ଷ୍ଟୋର ସଂଖ୍ୟା, ୫୦ କୋଟିରୁ ଅଧିକ ସଂଖ୍ୟକ କାରବାର

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.