Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ
ଆଜିର ଖବର

ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

January 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚିଲିକା
ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

ଚିଲିକା: ପକ୍ଷୀଙ୍କ ଭୂସ୍ବର୍ଗ ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ରବିବାର ଦିନ ଶୀତକାଳୀନ ପକ୍ଷୀ ଗଣନା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ସଂଖ୍ୟକ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଛନ୍ତି।ଯାହାକି ଚଳିତ ବର୍ଷ ଗତ ବର୍ଷ ତୁଳନାରେ ୪୯୭୨ ସଂଖ୍ୟକ ଅଧିକ ପକ୍ଷୀଙ୍କ ଆଗମନ ହେଇଛି।

ଖବର ମୁତାବକ ଆଜି ସକାଳ ୬ରୁ ଶୀତକାଳୀନ ପକ୍ଷୀଗଣନା ଜାରି ରହିଥିବା ବେଳେ ଏଥିପାଇଁ ୫ଟି ଜୋନରେ (ଜଳ ଭାଗରେ ୧୯ ଟି ଓ ସ୍ଥଳ ଭାଗରେ ୩ ଟି) ସମୁଦାୟ ୨୨ଟି ଟିମରେ ୧୩୩ ଜଣ ଗଣନାକାରୀ ନିୟୋଜିତ ରହିଥିଲେ। ଟାଙ୍ଗି ଜୋନରେ ୮ ଟି ଟିମ,ବାଲୁଗାଁରେ ୬ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ କୃଷ୍ଣପ୍ରସାଦ ଓ ଚିଲିକା ନୂଆପଡା ଜୋନରେ ଗୋଟିଏ ଲେଖାଏଁ ଟିମ ନିୟୋଜିତ ଥିଲେ। ପ୍ରତି ଟିମରେ ପକ୍ଷୀ ବିଶାରଦ, ପକ୍ଷୀ ପ୍ରେମୀ, ପକ୍ଷୀ ସୁରକ୍ଷା ବାହିନୀ, ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ବିଶେଷଜ୍ଞ, ବନ୍ୟପ୍ରାଣୀ ବିଭାଗ, ଚିଲିକା ଉର୍ଣ୍ଣୟନ କର୍ତ୍ୟୁପକ୍ଷ,ସ୍ବେତ୍ସାସେବୀ ଆଦି ୬ ରୁ ୭ ଜଣ ସଦସ୍ୟ ସାମିଲ ରହିଥିଲେ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣନା କାର୍ଯ୍ୟରେ ଗନ୍ତବ୍ୟ ସ୍ଥଳ ଚିତ୍ର,ମାନଚିତ୍ର,ପକ୍ଷୀ ଚିହ୍ନଟ ଚିତ୍ର, ଜିପିଏସ,ବାଇନାକୁଲାର,ସ୍ପୋଟିଂ ସ୍କୋପ,ନୋଟ ବୁକ,ୱାକିଟକି ଆଦି ବ୍ୟବହାର କରାଯାଇଥିଲା। ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପକ୍ଷୀ ଗଣନା ଚାଲିଥିବା ବେଳେ ସନ୍ଧ୍ୟାରେ ସିଡିଏ ଠାରେ ବମ୍ବେ ନଚୁରାଲ ହିଷ୍ଟ୍ରି ଅଫ ସୋସାଇଟି (ବିଏନଏଚଏସ) ଡେପୁଟି ଡ଼ାଇରେକ୍ଟର ସତ୍ୟା ସେଲଭମଙ୍କ ଦ୍ଵାରା ତଥ୍ୟ ପ୍ରସ୍ତୁତ କରି ଘୋଷଣା କରାଯାଇଛି।

ଚଳିତ ବର୍ଷ ବିଶେଷ କରି ଇରାନ, ଇରାକ, ରୁଷ, ମଙ୍ଗୋଲିଆ, ଜାପାନ, ସାଇବେରିଆ, ଆଫଗାନିସ୍ତାନ, କାଜିସ୍ଥାନ ଆଦି ବିଭିନ୍ନ ଅଞ୍ଚଳରୁ ୧୦୬ ପ୍ରଜାତିର ୧୧ଲକ୍ଷ ୧୦ ହଜାର ୨୫୭ ସଂଖ୍ୟକ ବିଦେଶାଗତ ଅତିଥି ପକ୍ଷୀ ଆସିଥିବା ବେଳେ ୯୦ ପ୍ରଜାତିର ୨୧ ହଜାର ୯୪୩ ଟି ସ୍ଥାନୀୟ ପକ୍ଷୀ ଆସିଛନ୍ତି।ଚଳିତ ବର୍ଷ ଚିଲିକାରେ ପାଗ ଅନୁକୂଳ ଥିବାରୁ ପ୍ରଜାତି ସଂଖ୍ୟା ସମାନ ରହିଥିବା ବେଳେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ କହିଛନ୍ତି।ପିଣ୍ଟେଲ,ଫ୍ଲେମିଙ୍ଗ,ଗ୍ରେ ହେରେନ, ପେଲିକାନ,ଗଡ଼ୱଟ,ଗାରଗ୍ରୀନ ଇତ୍ୟାଦି ବିଦେଶୀ ପକ୍ଷୀଙ୍କ ସମେତ

ଗେଣ୍ଡି,ଗେଣ୍ଡାଳିଆ,ଏରା,ଘଣ୍ଟିଆଳ,ହଂସ,ଚିଲ,ସମୁଦ୍ର କୁଆ ପ୍ରମୁଖ ସ୍ଥାନୀୟ ପକ୍ଷୀ ଦେଖିବାକୁ ମିଳିଥିଲା।ଚଳିତ ବର୍ଷ ପକ୍ଷୀ ଅଭୟାରଣ୍ୟ ନଳବଣ ଠାରେ ସର୍ବାଧିକ ୧୦୬ ପ୍ରଜାତିର ୩୯୭୫୮୭ ସଂଖ୍ୟକ ପକ୍ଷୀ ଦେଖିବାକୁ ମିଳିଥିଲା।ତନ୍ମଧ୍ୟରୁ ପ୍ଲେନ ମାର୍ଟିନ ଓ ବେଙ୍ଗଲ ବୁଶ ଲାର୍କ ପ୍ରଜାତିର ଦୁଇଟି ନୂତନ ପକ୍ଷୀ ଦେଖିବାକୁ ମିଳିଥିଲା।ସୂଚନା ଥାଉକି ଗତବର୍ଷ ୧୯୬ ପ୍ରଜାତିର ୧୧ ଲକ୍ଷ ୨୭ ହଜାର ୨୮୮ ସଂଖ୍ୟକ ପକ୍ଷୀ ଆସିଥିବା ବେଳେ ତା ପୂର୍ବ ବର୍ଷ ୧୧ ଲକ୍ଷ ୩୭ ହଜାର ୬୫୯ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥିଲା।ଚଳିତ ବର୍ଷ ଗତବର୍ଷ ତୁଳନାରେ ୪୯୭୨ ସଂଖ୍ୟକ ଅଧିକ ପକ୍ଷୀ ଆସିଛନ୍ତି।ଯାହାକି ଚଳିତ ବର୍ଷ ବିଦେଶାଗତ ପକ୍ଷୀଙ୍କ ସମାଗମ ବୃଦ୍ଧି ପାଇଥିବା ବେଳେ ସ୍ଥାନୀୟ ପକ୍ଷୀଙ୍କ ସମାଗମ ହ୍ରାସ ପାଇଛି।

ଚିଲିକା ପକ୍ଷୀ ଗଣନା
Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026

ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

January 19, 2026

ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

January 19, 2026

ଚିଲିକା ଓ ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଶେଷ ହେଲା ପକ୍ଷୀ ଗଣନା କାର୍ଯ୍ୟକ୍ରମ

January 19, 2026
Latest News

ଚିଲିକାରେ ପକ୍ଷୀ ଗଣନା: ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ ଅତିଥି ପକ୍ଷୀ

January 19, 2026

କଳାହାଣ୍ଡି ଘୁମୁରା ମହୋତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଭେଟି ଦେଲେ ୮୯୧ କୋଟି ଟଙ୍କାର ପ୍ରକଳ୍ପ

January 19, 2026

ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

January 19, 2026

ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

January 19, 2026

‘ଭିବି-ଜୀ ରାମ୍ ଜୀ ଯୋଜନାର ମିଥ୍ୟା ସୂଚନା ଦେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି’: କେନ୍ଦ୍ର ସରକାର

January 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.