ଭୁବନେଶ୍ଵର: ୨୦୨୪-୨୫ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ଆଲୁମିନିୟମ କମ୍ପାନୀ ଲିମିଟେଡ୍ – ନାଲ୍କୋ ଦୃଢ ଆର୍ଥିକ ପ୍ରଦର୍ଶନ କରିଛି। କମ୍ପାନୀର ମୋଟ ରାଜସ୍ୱ ୧୬ ହଜାର ୭୮୮ କୋଟି ଟଙ୍କାରେ ପହଞ୍ଚିଛି। ଟିକସ ପରବର୍ତ୍ତୀ ଲାଭ ୫ ହଜାର ୩୨୫ କୋଟି ଟଙ୍କା ଛୁଇଁବା ସହିତ କମ୍ପାନୀ ବର୍ତ୍ତମାନ ସୁଦ୍ଧା ସର୍ବଶ୍ରେଷ୍ଠ ଆର୍ଥିକ ପ୍ରଦର୍ଶନ ରେକର୍ଡ କରିଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ କମ୍ପାନୀ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଥିବା ନାଲ୍କୋ ସିଏମଡି ବ୍ରିଜେନ୍ଦ୍ର ପ୍ରତାପ ସିଂ କହିଛନ୍ତି।
ଚଳିତ ବର୍ଷ ପଟାଙ୍ଗି ବକ୍ସାଇଟ୍ ଖଣି, ଦାମନଯୋଡି ଆଲୁମିନା ବିଶୋଧନାଗାର କାର୍ଯ୍ୟକ୍ଷମ ହେବ। ଆଗାମୀ 2030-31 ବେଳକୁ ଅନୁଗୁଳ ଆଲୁମିନିୟମ ସ୍ମେଲଟରର ସଂପ୍ରସାରଣ ସହ ନୂଆ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


