Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଆ ଚଳଚ୍ଚିତ୍ର “ପରୀ”ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି
ଆଜିର ଖବର

ଓଡିଆ ଚଳଚ୍ଚିତ୍ର “ପରୀ”ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି

January 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଆ ଚଳଚ୍ଚିତ୍ର "ପରୀ"ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି
ଓଡିଆ ଚଳଚ୍ଚିତ୍ର "ପରୀ"ର ଅଡିଓ ଲୋକାର୍ପିତ, ଜାନୁୟାରୀ ୩୦ରେ ବଡ଼ ପରଦାରେ ଶୁଭମୁକ୍ତି

ଭୁବନେଶ୍ଵର: ଆସନ୍ତା ୩୦ ଜାନୁଆରୀରେ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ” ବଡ଼ ପରଦାରେ ମୁକ୍ତିଲାଭ କରିବ। ସେହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ପ୍ରେସ୍ କ୍ଲବଠାରେ ପରୀ ଟିମ୍ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଯୋଜକ ସଞ୍ଜୟ ମହାନ୍ତି, ନିର୍ଦ୍ଦେଶକ ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ, ଟିକି ପଟ୍ଟନାୟକ, ଅଭିନେତା ଜ୍ୟୋତି ରଞ୍ଜନ ନାୟକ, ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ପଶ୍ଚିମ ଓଡିଶାକୁ ଦୁଲୁକଉଥିବା କଣ୍ଠଶିଳ୍ପୀ ରୁକୁ ସୁନା, ଡାକ୍ତର ରୋହନ ବିଶ୍ୱାଳ, କୋରିଓଗ୍ରାଫର ଅମିତ ନାୟକ, ଅଭିନେତା ନୀଳମଣି ସାହୁ, ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।

ସମାଜରେ କ୍ରମାଗତ ଭାବରେ କୋମଳମତି ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି। “ପରୀ” ଏକ ନିରୀହ, କୋମଳ ଫୁଲ କଢି। ତାକୁ ନେଇ ଅନେକ ସ୍ୱପ୍ନ ଥିଲା ବାପାମାଆଙ୍କର। ମାତ୍ର ଅକାଳରେ ସେ ଝରି ପଡିଲା କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ। ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଇଛି ବିଚରା ବାପାମାଆଙ୍କର। ହେଲେ ପରିଶେଷରେ କ’ଣ ପରୀ କୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକତାର କାହାଣୀ ଉପରେ ପରୀ ର କାହାଣୀ ଗତିଶୀଳ।

କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି। ସହ ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ।
ସଂଳାପ ଡଃ ରଜନୀ ରଞ୍ଜନ ରଚନା କରିଛନ୍ତି ଏବଂ ଜାପାନୀ ଭାଇ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରମୋଦ ପରିଡା ରଚନା କରିଥିବା ଗୀତଗୁଡିକୁ ଗାୟକ ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ନାୟକ, ରୁକୁ ସୁନା, ଡକ୍ଟର ରୋହନ ବିଶ୍ୱାଳ କଣ୍ଠଦାନ କରିଛନ୍ତି।

ଧ୍ରୁବାନନ୍ଦ ପଣ୍ଡା (ଲିଟୁ) ଡିଓପି ରହିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି କୁମାର ସାହୁ।

କୋରିଓଗ୍ରାଫର ଏସ୍ କେ ମୁରଲୀଧରନ୍ ଏବଂ ଅମିତ ନାୟକ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି।

ଏହି ଫିଲ୍ମରେ ବହୁ ଅଭିଜ୍ଞ ଆର୍ଟିଷ୍ଟ ଯଥା- ଜ୍ୟୋତି, ଅନୁରାଧା ପାଣିଗ୍ରାହୀ, ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ବିଶାଲ, ପପି ସାନ୍ତୁକା, ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହା ପ୍ରମୁଖ ଅଭିନୟ କରିଛନ୍ତି। ତେବେ ପରୀ ଆସନ୍ତା ୩୦ ଜାନୁଆରୀରେ ମୁକ୍ତିଲାଭ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ଏବଂ ସାରା ଓଡିଶାର ପୂର୍ଣ୍ଣ ପ୍ରେକ୍ଷାଳୟରେ ଦର୍ଶକ ଦେଖିବାକୁ ପାଇବେ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛି।

ଅଡିଓ ଲୋକାର୍ପିତ ଓଡିଆ ଚଳଚ୍ଚିତ୍ର ଜାନୁୟାରୀ ୩୦ ପରୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Latest News

PM Maan Ki Baat: ବିଶ୍ବର ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

March 29, 2026

ବିଜେପିରେ କାହିଁକି ଯୋଗ ଦେଉଛନ୍ତି କଂଗ୍ରେସ ନେତା?: କାରଣ କହିଲେ ରାହୁଲ ଗାନ୍ଧୀଙ୍କ ସହଯୋଗୀ

March 29, 2026

ଆସନ୍ତା ୩ ଯାଏଁ ଜାରି ରହିବ କାଳବୈଶାଖୀ ପ୍ରକୋପ: ଏହି ଜିଲ୍ଲାଗୁଡିକରେ ବଜ୍ରପାତ ସହ ବର୍ଷା ଆଶଙ୍କା

March 29, 2026

ଆଜି ଆଇପିଏଲ ରେ ମୁମ୍ବାଇ ଏବଂ କୋଲକାତା ମଧ୍ୟରେ ମ୍ୟାଚ୍: ଜାଣନ୍ତୁ ପ୍ଲେଇଂ ଇଲେଭେନ

March 29, 2026

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଆଜି ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ

March 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.