ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ନୂତନ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ସଂକଳ୍ପ ସ୍ୱସ୍ତିକ ସାହୁ। ୨୦୧୬ ବ୍ୟାଚ ଓଏଏସ ଅଧିକାରୀ ଶ୍ରୀ ସାହୁ ଏହା ପୁର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କ କାର୍ଯ୍ୟାଳୟରେ ଅନୁ ସଚିବ ଭାବେ କାର୍ଯ୍ୟରତ ଥିଲେ। ଜଣେ ଦକ୍ଷ ପ୍ରଶାସକ ଭାବେ ସେ ବେଶ ଜଣାଶୁଣା। ଆଜି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଉପ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଅନୁରୂପ ଭାବେ ଜିଲ୍ଲାର ବହୁ ସରକାରୀ ଅଧିକାରୀ ଏବଂ ଜନସାଧାରଣ ମଧ୍ୟ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ।ରାଜ୍ୟର ଖୋର୍ଦ୍ଧା ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ହୋଇଥିବା ବେଳେ ଏଠାରେ ପ୍ରଶାସନ ପାଇଁ ଏକାଧିକ ଚ୍ୟାଲେଞ୍ଜ ରହିଛି। ଜିଲ୍ଲାରେ ବେଆଇନ ଖଣି କାରବାର, ନିଶା କାରବାର ଆଦିକୁ ରୋକିବା, ବିଭିନ୍ନ ସ୍ଥାନରେ ଜବରଦଖଲ ଉଛେଦ,ଆଇନ ଶୃଙ୍ଖଳା ବଜାୟ ରଖିବା, ଜନସାଧାରଣଙ୍କ ଅଭିଯୋଗ ସମାଧାନ ଆଦି ପ୍ରଥମିକତା ରହିବ ବୋଲି କହିଛନ୍ତି ନୂତନ ଉପ ଜିଲ୍ଲାପାଳ ଶ୍ରୀ ସାହୁ।
ସୂଚନା ଥାଉକି ଖୋର୍ଦ୍ଧା ପୂର୍ବତନ ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡାଙ୍କ ବରଗଡ଼ ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି।


