ଭୁବନେଶ୍ଵର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ ଖେଳାଯିବ 23 ବର୍ଷରୁ କମ୍ ବର୍ଗରେ ସିକେ ନାଇଡୁ କ୍ରିକେଟ କପ। ଆସନ୍ତା 23 ତାରିଖରେ ଓଡିଶା ଓ ହରିୟାଣା ମଧ୍ୟରେ ଏହି ମ୍ୟାଚ ଖେଳାଯିବ। 4 ଦିନ ଧରି ହେବାକୁ ଥିବା ଏହି ମ୍ୟାଚ ପାଇଁ ହରିୟାଣା ଟିମ୍ ଗତକାଲି ସମ୍ଵଲପୁରରେ ପହଞ୍ଚିଥିବା ବେଳେ 17 ତାରିଖରୁ ଓଡିଶା ଦଳ ପହଞ୍ଚି ଅଭ୍ୟାସ ଜାରି ରଖିଛି। ଏ ନେଇ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଏକ ସମ୍ୱାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି।


