Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା
ଆଜିର ଖବର

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା
ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

ଭୁବନେଶ୍ଵର: ଛତିଶଗଡ଼ର ବାଲୋଦ ଜିଲ୍ଲା ଦୁଧଲିଠାରେ ଆୟୋଜିତ ପ୍ରଥମ ରୋଭର୍ସ ଏବଂ ରେଞ୍ଜର୍ସ ଜାମ୍ବୋରୀ-୨୦୨୬ ରେ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ସ୍ବେଚ୍ଛାସେବୀମାନେ ଯୋଗଦେଇ ଓଡ଼ିଶା ତଥା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଗତ ଜାନୁଆରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଭବ୍ୟ ରାଷ୍ଟ୍ରୀୟ ଶିବିରରେ ମହାବିଦ୍ୟାଳୟର ୧୧ ଜଣ ରେଞ୍ଜର୍ସ ଏବଂ ୭ ଜଣ ରୋଭର୍ସ ଅଂଶଗ୍ରହଣ କରିଥିଲେ। ରେଞ୍ଜର୍ ଲିଡର ଉତ୍କଳିକା ପାଢ଼ୀଙ୍କ ନେତୃତ୍ୱରେ ଏହି ଦଳ ଜାନୁଆରୀ ୭ ତାରିଖରେ ଯାତ୍ରା ଆରମ୍ଭ କରି ୮ ତାରିଖରେ ଶିବିର ସ୍ଥଳରେ ପହଞ୍ଚିଥିଲେ।

ଉଦଘାଟନୀ ସମାରୋହରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶାର ‘କଲର୍ ପାର୍ଟି’ (Color Party) ରେ ରେଞ୍ଜର୍ ସ୍ମୃତି ସ୍ଥାନ ପାଇଥିବା ବେଳେ ଶର୍ମିଷ୍ଠା ମାର୍ଚ୍ଚ ପାଷ୍ଟରେ ନିଜର ଶୃଙ୍ଖଳା ପ୍ରଦର୍ଶନ କରିଥିଲେ। ସେହିପରି ରାଜ୍ୟ ପ୍ରଦର୍ଶନୀରେ ତୁଷାର ଓଡ଼ିଶାର କଳାକୃତିକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶକ୍ତି ଓ ସୁମନ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଥିଲେ।

ଶିବିର ଅବଧି ମଧ୍ୟରେ ସ୍ୱେଚ୍ଛାସେବୀମାନେ ବିଭିନ୍ନ ସାହସିକ କାର୍ଯ୍ୟକ୍ରମ ଯଥା: ବ୍ୟାକ୍ ଟାୟାର କ୍ରସିଂ, ରୋପ୍ କ୍ଲାଇମ୍ବିଂ, ଜିପ୍ ଲାଇନିଂ, ରାଇଫଲ୍ ସୁଟିଂ, ତୀର ଚାଳନା ଏବଂ ହଟ୍ ଏୟାର ବାଲୁନ୍ ଆଦିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହା ସହିତ ସମସ୍ତ ସ୍ୱେଚ୍ଛାସେବୀ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) କାର୍ଯ୍ୟକ୍ରମ, ଗ୍ଲୋବାଲ୍ ଭିଲେଜ୍ ଆକ୍ଟିଭିଟି ଏବଂ ମହିଳା ସଶକ୍ତିକରଣ (Women Empowerment) ଅଧିବେଶନରେ ଯୋଗଦେଇ ନୂତନ ଜ୍ଞାନ ଆହରଣ କରିଥିଲେ।

ଜାନୁଆରୀ ୧୨ ତାରିଖରେ ରୋଭର୍ ସ୍ୱୟଂ ରକ୍ତଦାନ କରି ସେବା ମନୋଭାବର ପରିଚୟ ଦେଇଥିଲେ। ପେଜେଣ୍ଟ ସୋ’ (Pageant Show) ସମୟରେ ରୋଭର୍ ଆକାଶ, ରୁଦ୍ର ଓ କୁନା ଅତ୍ୟନ୍ତ ନିଷ୍ଠାର ସହ ରଥ ଟାଣିବା (Chariot Pulling) କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରେଞ୍ଜର୍ ଇତିଶ୍ରୀ ଓ ବିଷ୍ଣୁପ୍ରିୟା ଏହି ସୋ’ରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠତା ପାଇଁ ଛତିଶଗଡ଼ର ଉପ-ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିବା ପାଇଁ ରେଞ୍ଜର୍ ଲିଡର ଉତ୍କଳିକା ପାଢ଼ୀଙ୍କ ସହ ରାଜ୍ୟ ମୁଖ୍ୟାଳୟର ଏ.ଏଲ.ଟି (ALT) ଅନିଲ କୁମାର ମହାନ୍ତି ମଞ୍ଚକୁ ଯାଇଥିଲେ।

ଜାନୁଆରୀ ୧୪ ତାରିଖରେ ସମସ୍ତ ପ୍ରତିଯୋଗୀ ବାଣପୁର ଫେରିବା ପରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ସେମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସ୍ୱେଚ୍ଛାସେବୀଙ୍କ ଏହି ଗୌରବମୟ କୃତିତ୍ୱ ପାଇଁ ମହାବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଗୋଦାବରୀଶ ମହାବିଦ୍ୟାଳୟ ଛତିଶଗଡ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Latest News

ଏନ୍ଏଚ୍ଆରସି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କ ଏମ୍ସ ଭୁବନେଶ୍ୱର ପରିଦର୍ଶନ

March 26, 2026

ମା’ ଭବବତୀଙ୍କ ପୀଠରେ ଅଶୋକାଷ୍ଟମୀ ଚଇତି ପର୍ବ: ବର୍ଷର ଶେଷ ପର୍ବରେ ଦକ୍ଷିଣାୟନ ଯାତ୍ରା କଲେ ମା

March 26, 2026

ସାରା ଦେଶରେ ସୁବିଧାଜନକ ଉପମାର୍ଗ ନିର୍ମାଣ ପାଇଁ ରେଳମନ୍ତ୍ରୀଙ୍କ ନିର୍ଦ୍ଦେଶ

March 26, 2026

ରାଷ୍ଟ୍ରୀୟ ବୌଦ୍ଧିକ ଦିବ୍ୟାଙ୍ଗଜନ ସଶକ୍ତିକରଣ ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ

March 26, 2026

ଆଜି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜ କ’ଣ ପାଇଁ ଭକ୍ତଙ୍କୁ ରଥରେ ଦିଅନ୍ତି ଦର୍ଶନ?

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.