Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା
ଆଜିର ଖବର

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା
ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

ଭୁବନେଶ୍ଵର: ଛତିଶଗଡ଼ର ବାଲୋଦ ଜିଲ୍ଲା ଦୁଧଲିଠାରେ ଆୟୋଜିତ ପ୍ରଥମ ରୋଭର୍ସ ଏବଂ ରେଞ୍ଜର୍ସ ଜାମ୍ବୋରୀ-୨୦୨୬ ରେ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ସ୍ବେଚ୍ଛାସେବୀମାନେ ଯୋଗଦେଇ ଓଡ଼ିଶା ତଥା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଗତ ଜାନୁଆରୀ ୯ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଭବ୍ୟ ରାଷ୍ଟ୍ରୀୟ ଶିବିରରେ ମହାବିଦ୍ୟାଳୟର ୧୧ ଜଣ ରେଞ୍ଜର୍ସ ଏବଂ ୭ ଜଣ ରୋଭର୍ସ ଅଂଶଗ୍ରହଣ କରିଥିଲେ। ରେଞ୍ଜର୍ ଲିଡର ଉତ୍କଳିକା ପାଢ଼ୀଙ୍କ ନେତୃତ୍ୱରେ ଏହି ଦଳ ଜାନୁଆରୀ ୭ ତାରିଖରେ ଯାତ୍ରା ଆରମ୍ଭ କରି ୮ ତାରିଖରେ ଶିବିର ସ୍ଥଳରେ ପହଞ୍ଚିଥିଲେ।

ଉଦଘାଟନୀ ସମାରୋହରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଓଡ଼ିଶାର ‘କଲର୍ ପାର୍ଟି’ (Color Party) ରେ ରେଞ୍ଜର୍ ସ୍ମୃତି ସ୍ଥାନ ପାଇଥିବା ବେଳେ ଶର୍ମିଷ୍ଠା ମାର୍ଚ୍ଚ ପାଷ୍ଟରେ ନିଜର ଶୃଙ୍ଖଳା ପ୍ରଦର୍ଶନ କରିଥିଲେ। ସେହିପରି ରାଜ୍ୟ ପ୍ରଦର୍ଶନୀରେ ତୁଷାର ଓଡ଼ିଶାର କଳାକୃତିକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶକ୍ତି ଓ ସୁମନ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଥିଲେ।

ଶିବିର ଅବଧି ମଧ୍ୟରେ ସ୍ୱେଚ୍ଛାସେବୀମାନେ ବିଭିନ୍ନ ସାହସିକ କାର୍ଯ୍ୟକ୍ରମ ଯଥା: ବ୍ୟାକ୍ ଟାୟାର କ୍ରସିଂ, ରୋପ୍ କ୍ଲାଇମ୍ବିଂ, ଜିପ୍ ଲାଇନିଂ, ରାଇଫଲ୍ ସୁଟିଂ, ତୀର ଚାଳନା ଏବଂ ହଟ୍ ଏୟାର ବାଲୁନ୍ ଆଦିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହା ସହିତ ସମସ୍ତ ସ୍ୱେଚ୍ଛାସେବୀ ସ୍ଥାୟୀ ବିକାଶ ଲକ୍ଷ୍ୟ (SDG) କାର୍ଯ୍ୟକ୍ରମ, ଗ୍ଲୋବାଲ୍ ଭିଲେଜ୍ ଆକ୍ଟିଭିଟି ଏବଂ ମହିଳା ସଶକ୍ତିକରଣ (Women Empowerment) ଅଧିବେଶନରେ ଯୋଗଦେଇ ନୂତନ ଜ୍ଞାନ ଆହରଣ କରିଥିଲେ।

ଜାନୁଆରୀ ୧୨ ତାରିଖରେ ରୋଭର୍ ସ୍ୱୟଂ ରକ୍ତଦାନ କରି ସେବା ମନୋଭାବର ପରିଚୟ ଦେଇଥିଲେ। ପେଜେଣ୍ଟ ସୋ’ (Pageant Show) ସମୟରେ ରୋଭର୍ ଆକାଶ, ରୁଦ୍ର ଓ କୁନା ଅତ୍ୟନ୍ତ ନିଷ୍ଠାର ସହ ରଥ ଟାଣିବା (Chariot Pulling) କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ରେଞ୍ଜର୍ ଇତିଶ୍ରୀ ଓ ବିଷ୍ଣୁପ୍ରିୟା ଏହି ସୋ’ରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠତା ପାଇଁ ଛତିଶଗଡ଼ର ଉପ-ମୁଖ୍ୟମନ୍ତ୍ରୀଙ୍କ ହାତରୁ ପୁରସ୍କାର ଗ୍ରହଣ କରିବା ପାଇଁ ରେଞ୍ଜର୍ ଲିଡର ଉତ୍କଳିକା ପାଢ଼ୀଙ୍କ ସହ ରାଜ୍ୟ ମୁଖ୍ୟାଳୟର ଏ.ଏଲ.ଟି (ALT) ଅନିଲ କୁମାର ମହାନ୍ତି ମଞ୍ଚକୁ ଯାଇଥିଲେ।

ଜାନୁଆରୀ ୧୪ ତାରିଖରେ ସମସ୍ତ ପ୍ରତିଯୋଗୀ ବାଣପୁର ଫେରିବା ପରେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ସେମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ସ୍ୱେଚ୍ଛାସେବୀଙ୍କ ଏହି ଗୌରବମୟ କୃତିତ୍ୱ ପାଇଁ ମହାବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ଗୋଦାବରୀଶ ମହାବିଦ୍ୟାଳୟ ଛତିଶଗଡ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଏପ୍ରିଲରେ ଖାଲି ହେବ ୩୭ ଟି ଆସନ

January 22, 2026
Latest News

ଛତିଶଗଡ଼ ଜାତୀୟ ରୋଭର୍ସ-ରେଞ୍ଜର୍ସ ଜାମ୍ବୋରୀରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ସଫଳତା

January 22, 2026

ଗ୍ରାମରକ୍ଷୀଙ୍କ ପାଇଁ ବଡ ଖବର: ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 22, 2026

ପୁରୀ ଜିଲ୍ଲାରେ ୭୨ ପ୍ରଧାନଶିକ୍ଷକଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ଡିଇଓ

January 22, 2026

୪ ଲକ୍ଷ ୫୭ ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

January 22, 2026

“ଭାରତ ବିନା ଆମେ ଅସମ୍ପୂର୍ଣ୍ଣ”: EU ର ଏହି ବୟାନରେ ଚୀନ ଓ ପାକିସ୍ତାନ ଅସ୍ଥିର

January 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.