ଭୁବନେଶ୍ଵର: ରାଷ୍ଟ୍ରୀୟ ଯୁବ ଦିବସ, ବିବେକାନନ୍ଦ ଜୟନ୍ତୀ ଓ ନେତାଜୀ ଜୟନ୍ତୀ ପାଳନ ଉପଲକ୍ଷେ ସମର୍ପଣ ପକ୍ଷରୁ ବାଙ୍କୀ ଅଞ୍ଚଳର ଯୁବ ସମୁଦାୟଙ୍କ ପ୍ରତିଭାକୁ ଉତ୍ସାହିତ କରିବା ଏବଂ ତାଙ୍କ ମଧ୍ୟରେ କୌଶଳ ବିକାଶକୁ ପ୍ରୋତ୍ସାହ ଦେବା ଉଦ୍ଦେଶ୍ୟରେ ବାଙ୍କୀ ଯୁବ ମହୋତ୍ସବ ଓ ପ୍ରତିଭା ସମ୍ମାନ ସଫଳତାର ସହିତ କମଳା ମଣ୍ଡପ,ବାଙ୍କୀଠାରେ ଆୟୋଜିତ ହୋଇଛି।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାଙ୍କୀର ଯୁବମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ନିଜ ଦକ୍ଷତାକୁ ଚିହ୍ନଟ କରିବା ସହିତ ସମୟୋପଯୋଗୀ କୌଶଳ ଶିକ୍ଷା ମାଧ୍ୟମରେ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା। କାର୍ଯ୍ୟକ୍ରମରେ କୌଶଳ ବିକାଶ, କ୍ୟାରିୟର ମାର୍ଗଦର୍ଶନ, ନେତୃତ୍ୱ ଗୁଣ ବିକାଶ ଓ ଯୁବ ସଶକ୍ତିକରଣ ଉପରେ ଗୁରୁତ୍ଵ ଦିଆଯାଇଥିଲା।
ସମର୍ପଣ ପକ୍ଷରୁ ବିଶ୍ବାସ କରାଯାଏ ଯେ ଯୁବଶକ୍ତି ହେଉଛି ଦେଶର ସର୍ବଶ୍ରେଷ୍ଠ ସମ୍ପଦ। ଯଦି ସେମାନଙ୍କୁ ଠିକ୍ ଦିଗନିର୍ଦ୍ଦେଶନା ଓ ସୁଯୋଗ ଦିଆଯାଏ, ତେବେ ସେମାନେ ନିଜ ଅଞ୍ଚଳ ସହିତ ସମଗ୍ର ଦେଶର ଉନ୍ନତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବେ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ-ଯୁବତୀମାନେ ଯୋଗଦେଇଲେ। ଅତିଥି ଭାବେ ବିନୟ କୁମାର ଭୂୟାଁ, କ୍ଷେତ୍ର ପ୍ରମୁଖ, ଧର୍ମ ଜାଗରଣ, ସାରଦା ପ୍ରସାଦ ଶତପଥି, ରାଜ୍ୟ ସାଧାରଣ ସମ୍ପାଦକ, ବିଜେପି, ସବ୍ୟସାଚୀ ମିଶ୍ର, ସିନେ ତାରକା ଏବଂ ସମାଜସେବୀ, ଦିବ୍ୟସ୍ରତ ମହାନ୍ତି, ଅଧ୍ୟକ୍ଷ, ସମର୍ପଣ ଏବଂ ସିନେ କଳାକାର ଓ ଆଶୀଷ ବିଭୂରେନ୍ଦ୍ର ଛୋଟରାୟ, ସହ ସଂଯୋଜକ, ହିନ୍ଦୁ ଜାଗରଣ ମଞ୍ଚ, ଦିବ୍ୟାସ୍ନତା ମହାନ୍ତି, ସଭାପତି, ସମର୍ପଣ ପ୍ରମୁଖ ଅଂଶଗ୍ରହଣ କରି ନିଜ ଅନୁଭବ ଓ ଆଗାମୀ ସ୍ୱପ୍ନ ବାଣ୍ଟିଥିଲେ। ସମର୍ପଣ ଆଗାମୀ ଦିନରେ ମଧ୍ୟ ଏପରି ଅନେକ ଯୁବମୁଖୀ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରତିବଦ୍ଧ।
ଉକ୍ତ କାର୍ଯ୍ୟକ୍ରମକୁ ରାକେଶ, ରଣଦୀପ, ନୟନ, ସନ୍ଦୀପ, ଅଭିଜିତ, ଶୁଭ୍ର ରଞ୍ଜନ, ଅମିତ, ସୁମନ, ପ୍ରମୁଖ ବାଙ୍କୀର
ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟରୁ ପ୍ରତିଭା ଅନ୍ଵେଷଣ କରିଥିଲେ ଓ ସମ୍ପୂ ର୍ଣ୍ଣ କାର୍ଯ୍ୟକ୍ରମକୁ ଶୁଭାଶିଷ ମିଶ୍ର
ସଂଯୋଜନା କରିଥିଲେ।


