Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ
ଆଜିର ଖବର

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ
ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ୨୦୨୫-୨୬ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ କଲେଜର ବାର୍ଷିକ ଉତ୍ସବ ଏଠାରେ ଶୁକ୍ରବାର ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସମାନେ ହେଉଛନ୍ତି ତ୍ୟାଗ ଓ ସେବାର ପ୍ରତୀକ।  ତାଙ୍କ ହାତରେ ମଣିଷର ଜୀବନ ନିର୍ଭର କରେ। ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରିବା ଆବଶ୍ୟକ। ଏହା ଏକ ମହତ ବୃତି ଯାହାକୁ ତୁଲାଇବାକୁ ହେଲେ ନିଜ ଭିତରେ ଦୟା, କରୁଣା ଓ ସେବା ମନୋବୃତି ରଖିବା ଜରୁରୀ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇନଜୀବି, ସ୍ୱେଚ୍ଛାସେବୀ ତଥା ମା’ଘର ଫାଉଣ୍ଡେସନ୍ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଶ୍ରୀମତି ଋତୁପୂର୍ଣ୍ଣା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମସ୍ତ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। କ୍ଲାସ୍ ରୁମ୍ ପାଠ ସହ କ୍ଲିନିକାଲ୍ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି। ତେଣୁ ସାବଧାନତାର ସହ ରୋଗୀ ସେବା  ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସତ୍ୟ, ନିଷ୍ଠା, ସକାରାତ୍ମକ ଚିନ୍ତାଧାରା, ନିଃସ୍ୱାର୍ଥପର ମନୋଭାବ, ଧର୍ମପରାୟଣତା, ଶୃଙ୍ଖଳିତ ଓ ସେବା ମନୋଭାବ ସହ ନିଜର କାର୍ଯ୍ୟ ପ୍ରତି ସମର୍ପିତ ହୋଇ ସେବା କରିବା ଜରୁରୀ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ନିର୍ଦ୍ଦେଶିକା ତଥା ଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ ଯେ ପ୍ରତ୍ୟେକ ଚିକିତ୍ସାଳୟରେ ନର୍ସମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସ୍ନେହ, ଦୟା ମନୋଭାବ, ମଣିଷପଣିଆ ଓ ଯତ୍ନ ନେବା ଶିକ୍ଷା କରିବା ଆବଶ୍ୟକ ବୋଲି ସେ କହିଥିଲେ।
ନର୍ସମାନଙ୍କୁ ସ୍ୱାସ୍ଥ୍ୟକ୍ଷେତ୍ରର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ୱାସ୍ଥ୍ୟକ୍ଷେତ୍ରରେ ଡାକ୍ତର ଓ ନର୍ସମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ହସ୍ପିଟାଲରେ ଭର୍ତି ହେବା ଠାରୁ ସଂପୂର୍ଣ୍ଣ ରୂପରେ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ରୋଗୀ ସହିତ ନର୍ସ ଓତଃପ୍ରୋତ ଭାବରେ ଜଡିତ ହୋଇ ରହିଥାଏ। ତେଣୁ ରୋଗୀଟିର ମୁହଁରେ ହସ ଫୁଟେଇବାରେ ନର୍ସ ସହାୟକ ହୋଇଥାଏ ବୋଲି ଶ୍ରୀମତି ତ୍ରିପାଠୀ କହିଥିଲେ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏମ୍ସ ନର୍ସିଂ କଲେଜର ଅଧ୍ୟକ୍ଷା ପ୍ରଫେସର (ଡକ୍ଟର) ଆଶା ପି. ସେଟ୍ଟୀ ବୃତିଗତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୋଭିଡ୍ ସମୟରେ ନର୍ସମାନେ ଯୋଦ୍ଧା ପରି ଅହରହ ଭାବେ ସେବା କରି ଚାଲିଥିଲେ। ଏହା ଏକ ମହାନ ବୃତ୍ତି। ଏହି ବୃତିକୁ ଚୟନ କରିଥିବାରୁ ସେ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ।
ଏଥିରେ ସମ୍ ନର୍ସିଂ କଲେଜର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏସ୍‌ଏନ୍‌ସି-୧ର ଡିନ୍ ପ୍ରଫେସର ସସ୍ମିତା ଦାସ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଏସ୍‌ଏନ୍‌ସି-୧ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ତପତି ସାହା ବକ୍ତବ୍ୟ ରଖିଥିବା ବେଳେ ଆସୋସିଏଟ୍ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଶପଥ ପାଠ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ୨୦୦ ଜଣ ୨୦୨୫-୨୬ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀ ଶପଥ ପାଠ କରିବା ସହିତ ଏକ ପୁସ୍ତିକା ଉନ୍ମୋଚନ ମଧ୍ୟ କରାଯାଇଥିଲା।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏସ୍‌ଏନ୍‌ସିର ଚାଇଲ୍ଡ ହେଲଥ୍ ନର୍ସିଂ ବିଭାଗର ଆସୋସିଏଟ୍ ପ୍ରଫେସର ରୁବି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
‘ରିଦିମ୍ -୨୦୨୬’ ଜିଏନ୍‌ଏମ୍‌ ବାର୍ଷିକ ଉତ୍ସବ ବିଏସ୍‌ସି ନର୍ସିଂ ଶପଥ ପାଠ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026
Latest News

ପୋଷ୍ଟିଂ ଅର୍ଡର ବିଳମ୍ବକୁ ନେଇ କଡା ହେଲେ ସରକାର

May 16, 2026

ଯୁବକଙ୍କୁ ଅପହରଣ ପରେ ହତ୍ୟା : ତିନି ଗିରଫ

May 16, 2026

ଟପ ISIS ଆତଙ୍କୀ ନିହତ

May 16, 2026

ଖଣି ଅଧିକାରୀଙ୍କ ଗାଡି କାଚ ଭାଙ୍ଗିଲେ ମଫିଆ

May 16, 2026

ଘରେ ପଶି ମାଇଁଙ୍କ ଭଉଣୀକୁ ହାଣିଲା ଭଣଜା

May 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.