Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

February 7, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ
ପୁରୀରେ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଶ୍ରମିକ କଲ୍ୟାଣ କେବଳ ଏକ ସାଂଗଠନିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ଦାୟିତ୍ୱବାନ ବୈଚାରିକ ଆନ୍ଦୋଳନ ଯାହା ରାଷ୍ଟ୍ର ନିର୍ମାଣର ମୂଳଦୁଆ ସଦୃଶ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଧାମ ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ତ୍ରୈବାର୍ଷିକ ଅଧିବେଶନରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରମିକମାନଙ୍କୁ ଦେଶ ଗଠନର ମୁଖ୍ୟ ଆଧାରଶିଳା ଭାବେ ଅଭିହିତ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ଆଦର୍ଶରେ ‘ଶ୍ରମର ସମ୍ମାନ’ ପାଇଁ ଭାରତୀୟ ମଜଦୁର ସଂଘ ସର୍ବଦା ସମର୍ପିତ। ସଂଗଠନ ନିଜର ପ୍ରତିଷ୍ଠା କାଳରୁ ରାଷ୍ଟ୍ରହିତ, ଶ୍ରମିକ କଲ୍ୟାଣ ଏବଂ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ସହିତ କାର୍ଯ୍ୟ କରି ଶ୍ରମିକମାନଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟକୁ ସୁଦୃଢ଼ କରିବାରେ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଛି। ଶ୍ରମଶକ୍ତିକୁ ସସମ୍ମାନ ଜୀବନ ଦେଲେ ଅର୍ଥନୀତି ଦୁଇଗୁଣିତ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଅନେକ ବର୍ଷ ପରେ ଶ୍ରମିକଙ୍କ ପାଇଁ ‘ସର୍ବନିମ୍ନ ମଜୁରୀ’ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ୨୫ ଲକ୍ଷ ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର ନିରନ୍ତର କାମ କରୁଛନ୍ତି।

ନିଜର ବ୍ୟକ୍ତିଗତ ଅଭିଜ୍ଞତା ବାବଦରେ ସୂଚନା ଦେଇ ସେ କହିଛନ୍ତି, ମୋର ସାମାଜିକ ଜୀବନର ପ୍ରାରମ୍ଭରେ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ଭାରତୀୟ ମଜଦୁର ସଂଘ ଆଜି ଏକ ଦାୟିତ୍ୱବାନ ସାମାଜିକ ଆନ୍ଦୋଳନର ରୂପ ନେଇଛି। ଏହି ସଂଗଠନ ଶ୍ରମକୁ କେବଳ ଜୀବିକାର ମାଧ୍ୟମ ନୁହେଁ, ବରଂ ରାଷ୍ଟ୍ର ନିର୍ମାଣର ଆଧାରଶିଳା ଭାବେ ଗ୍ରହଣ କରି ସନ୍ତୁଳିତ ଓ ସମନ୍ୱିତ ବିକାଶର ମାର୍ଗ ପ୍ରଶସ୍ତ କରୁଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତରେ ‘ୱାର୍କିଂ ଏଜ୍ ଗ୍ରୁପ୍’ ମଧ୍ୟରେ ପ୍ରାୟ ୯୦ କୋଟି ଲୋକ ଅଛନ୍ତି, ଯେଉଁଥିରୁ ପ୍ରାୟ ୫୦ ପ୍ରତିଶତ ବାସ୍ତବରେ କାର୍ଯ୍ୟରତ। ଏହି ୫୦ କୋଟି ଶ୍ରମଜୀବୀଙ୍କୁ ବୈଚାରିକ ସ୍ପଷ୍ଟତା ପ୍ରଦାନ କରିବାରେ ବିଏମଏସ ଏକ ‘କଷଟି ପଥର’ ସଦୃଶ କାର୍ଯ୍ୟ କରିଛି । ବର୍ତ୍ତମାନର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଯୁଗରେ ଆମ ଶ୍ରମଶକ୍ତିର ଅଂଶଗ୍ରହଣକୁ ୫୦ ପ୍ରତିଶତରୁ ୭୫ ପ୍ରତିଶତକୁ ବୃଦ୍ଧି କଲେ ହିଁ ଦେଶ ବିକଶିତ ହେବାର ଲକ୍ଷ୍ୟ ପୂରଣ କରିପାରିବ।

ଆଗାମୀ ଦିନର ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରଧାନ ଦେଶ ୱାର୍କଫୋର୍ସକୁ ନିରନ୍ତର ‘ସ୍କିଲିଂ, ରି-ସ୍କିଲିଂ ଏବଂ ଅପ-ସ୍କିଲିଂ’ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଜାତୀୟ ଶିକ୍ଷା ନୀତିରେ ‘ରୋଜଗାର ସହିତ ପଢିବା’ ବ୍ୟବସ୍ଥା କରାଯାଇଛି। ଏକବିଂଶ ଶତାବ୍ଦୀର ୱାର୍କଫୋର୍ସକୁ ‘ଗ୍ଲୋବାଲ ଷ୍ଟାଣ୍ଡାର୍ଡ’ କରିବା, ଯାହା ବିଶ୍ୱର କଲ୍ୟାଣ ସବୁବେଳେ ଆଗଭର ରହିବ ବୋଲି ସେ ମତପ୍ରକାଶ କରିଛନ୍ତି।

ଅଖିଳ ଭାରତୀୟ ଅଧିବେଶନ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଭାରତୀୟ ମଜଦୁର ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

February 28, 2026

ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କଲେ ଉପରାଷ୍ଟ୍ରପତି

February 28, 2026

ବଜେଟ୍-ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 28, 2026
Latest News

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

February 28, 2026

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

February 28, 2026

ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କଲେ ଉପରାଷ୍ଟ୍ରପତି

February 28, 2026

ଆଜି ୧୪ ବର୍ଷର ବାଳିକାଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଏଚପିଭି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

February 28, 2026

ବଜେଟ୍-ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

February 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.