ରଣପୁର: ଗତ ଦୁଇଦିନତଳେ କେରଣ୍ଡାଟାଙ୍ଗୀ ପଞ୍ଚାୟତ କୁକୁଡାଝରି ଗ୍ରାମରେ ଦନ୍ତା ହାତୀ ଜଣକୁ ଆକ୍ରମଣ କରିଥିବା ବେଳେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ରାତ୍ର ୮ଟାବେଳେ ମହତପଲ୍ଲା ଗ୍ରାମପଞ୍ଚାୟତର ବିରୁଡ଼ା ଗ୍ରାମ କୋଠଘର ନିକଟରେ ଭିକାରି ବେହେରା (୫୦) ନାମକ ଜଣେ ବ୍ୟକ୍ତି ବସିଥିବା ବେଳେ ହଠାତ ଏକ ହାତୀ ତାଙ୍କୁ ଶୁଣ୍ଢରେ ଉଠାଇ ନେଇ ଚକଟି ଦେଇଥିଲା। ଫଳରେ ହାତୀ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି।
ଏହି ଖବର ଶୁଣିବା ପରେ ଆଖପାଖ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହିଭଳି ଘଟଣା ବାରମ୍ବାର ଘଟୁଥିବା ସହ ଲୋକମାନଙ୍କର ଫସଲ ଓ ଧନ ଜୀବନ ପ୍ରତି ବିପଦ ଲାଗିରହିଥିବା ବେଳେ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି।


