Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା
ଆଜିର ଖବର

ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

February 8, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ସାମାଜିକ କର୍ମୀ
ଓଡ଼ିଶା ସାମାଜିକ କର୍ମୀ ସମ୍ମେଳନ, ଓଡ଼ିଶା ଭିଜନ ଓ ବିକଳ୍ପ ଚିନ୍ତନ ଉପରେ ଆଲୋଚନା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ପ୍ରଶାସନିକ ଅରାଜକତା, ସାମାଜିକ ସ୍ଥାଣୁତା, ରାଜନୈତିକ ଅପାରଗତା ଯୋଗୁଁ ଏକ ବିରାଟ ସରକାର ବିରୋଧୀ ଜନମତ ସୃଷ୍ଟି ହୋଇଛି। ଦୀର୍ଘ ୨୪ ବର୍ଷର ବିଜେଡ଼ି ସରକାରକୁ ପରିବର୍ତ୍ତନ କରି ଲୋକେ ବିଜେପିକୁ ଭୋଟ ଦେଇ ସରକାରକୁ ଆଣିଥିଲେ। ହେଲେ ଅର୍ଥନୈତିକ ଅବ୍ୟବସ୍ଥା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଅପରିଣାମଦର୍ଶୀ ନିଷ୍ପତ୍ତି ରାଜ୍ୟବାସୀଙ୍କ ଉପରେ ଭାରି ପଡ଼ି ଚାଲିଛି । ପରିସ୍ଥିତି ଏପରି ଜଟିଳ ହୋଇପଡ଼ିଛି ଯେ, ଜନସାଧାରଣ ସନ୍ଦିହାନ ଅବସ୍ଥାରେ।

ପ୍ରାୟତଃ ସାରା ରାଜ୍ୟରେ ସରକାରଙ୍କ ଦାୟିତ୍ୱହୀନତା ପାଇଁ ଗଳିକନ୍ଧିରେ ଏକ ସ୍ୱତନ୍ତ୍ର ରାଜନୈତିକ ବିକଳ୍ପ ପାଇଁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି । ସରକାର ଗଠନର ଦୁଇବର୍ଷ ବି ପୂରିନି, କାହିଁକି ଏଭଳି ପରିସ୍ଥିତି ସୃଷ୍ଟିହେଲା ଓ ରାଜ୍ୟରେ ଏକ ରାଜନୈତିକ ବିକଳ୍ପର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ଆଲୋଚନା ପାଇଁ ଆମ ଜନତା ଅଧିକାର ନିଷ୍ପତ୍ତି ନେଇଥିଲା । ଏହି ପରିସ୍ଥିତିରେ ଶନିବାର ସାରା ରାଜ୍ୟର କୋଣ ଅନୁକୋଣରୁ ସାମାଜିକ କର୍ମୀ ଏକତ୍ରିତ ହୋଇ ବିଷଦ ଆଲୋଚନା ସହ ସମାଧାନର ସୂତ୍ର ବାହାର କରିବାକୁ ମାନସ ମନ୍ଥନ କରିଛନ୍ତି । ଆମ ଜନତା ଅଧିକାର ଏବଂ ଓଡ଼ିଶା ସାମାଜିକ ସଂଗଠନ ସମୂହର ଉଦ୍ୟମରେ ଅନୁଷ୍ଠିତ ଏହି ସମ୍ମେଳନରେ ଦିନତମାମ ସମସ୍ୟା, ଆହ୍ୱାନ ଓ ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା।

ଆମ ଜନତା ଅଧିକାରର ଆବାହକ ମନୋଜ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ଆବାହକ ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ, ସୂଚନା ଅଧିକାର ଅଭିଯାନ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଲକ୍ଷ୍ୟ ଆଭିମୁଖ୍ୟ ବିଷୟରେ କହିଥିଲେ। ମୁଖ୍ୟ ସଂଯୋଜକ ପ୍ରସନ୍ନ ବିଷୋୟୀ ଆଲୋଚନା ସଭାର ନିର୍ଯ୍ୟାସ ଉପରେ ବକ୍ତବ୍ୟ ରଖିଥିଲେ । ପୂର୍ବତନ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ କହିଲେ ଯେ, ମୁଁ ଓଡ଼ିଆ ଝିଅଙ୍କୁ ରାଷ୍ଟ୍ରପତି ପାଇଁ ସମର୍ଥନ ଦେଇଛି। ଓଡ଼ିଆ ଏବଂ ଓଡ଼ିଶାର ବିକାଶ ଓ ସ୍ୱାର୍ଥର ସୁରକ୍ଷା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ । ନିର୍ଭିକ, ସାହସୀ, ପ୍ରଗତିଶୀଳ ଚିନ୍ତାଧାରା ଓ ସକରାତ୍ମକ ମନୋଭାବ ଥିବା ସମଭାବାପନ୍ନ ବ୍ୟକ୍ତି ମିଶି ଓଡ଼ିଶାର ସାମଗ୍ରିକ ବିକାଶ କ୍ଷେତ୍ରରେ ସଂଗଠିତ ହୋଇ କାର୍ଯ୍ୟକଲେ ଲୋକଙ୍କ ବିଶ୍ୱାସଭାଜନ ହେବ । ସେହି ସଂଗଠନ ମଧ୍ୟ ଏକ ଦୃଢ ରାଜନୈତିକ ବିକଳ୍ପ ହୋଇ ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା, ଭରସା ନେଇ ଦୃଢୀଭୂତ ହୋଇ ତାଙ୍କ ଆଶୀର୍ବାଦରେ ତାଙ୍କର ସମସ୍ତ ଜିଜ୍ଞାସା ପୂରଣ କରିବାରେ ସକ୍ଷମ ହୋଇପାରିବ।

ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ଯେ, ରାଜନୈତିକ ବିକଳ୍ପ ସାଧାରଣ ଲୋକଙ୍କ ଶାଣିତ ସ୍ୱର ହେଲେ ଲୋକେ ନିଶ୍ଚୟ ଗ୍ରହଣ କରି ତାଙ୍କର ନେତା ଭାବେ ବିବେଚିତ କରିବେ । ଅକ୍ଷୟ ସାହୁ କହିଲେ ଯେ, ପୂର୍ବରୁ ରାଜ୍ୟରେ ଯେତେ ରାଜନୈତିକ ଦଳ ଗଠନ ହୋଇଛି ସେଗୁଡ଼ିକ ଦଳୀୟ କନ୍ଦଳ ଓ ରାଜନୈତିକ ସ୍ୱାର୍ଥ ପାଇଁ ଗଠନ ହୋଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଯଦି ବିକଳ୍ପ ଦଳ ବାସ୍ତବବାଦୀ ହୋଇ ନିଜର ଲକ୍ଷ୍ୟ ଓ ଆଭିମୁଖ୍ୟରେ ସ୍ପଷ୍ଟତା ଆଣିବ ଲୋକେ ମଧ୍ୟ ଆସ୍ତେ ଆସ୍ତେ ତାକୁ ବିଶ୍ୱାସକୁ ନେବେ । ସନ୍ଦୀପ ମିଶ୍ର କହିଲେ ଯେ, ଚୁପ୍ ନରହି ସାହସୀ ଓ ସଚ୍ଚୋଟ ଭାବେ ବିଶ୍ୱାସଯୋଗ୍ୟ ହେଲାଭଳି କାର୍ଯ୍ୟ କଲେ ବିକଳ୍ପ ହୋଇପାରିବ । ପ୍ରଭୁତ୍ୱ ମାନସିକତା ଛାଡ଼ି ଉଦ୍ୟମୀ ଏବଂ ଉଦ୍ୟୋଗୀ ମନୋଭାବ ହେଲେ ସବୁ ସମ୍ଭବ ।

ସୁପ୍ରିୟା ଦାସ କହିଲେ ଯେ ସମାଜର ଅଧା ଜନସଂଖ୍ୟା ମହିଳାଙ୍କ ବିକାଶ କ୍ଷେତ୍ରରେ ସହଭାଗିତା ମଧ୍ୟ ରାଜନୈତିକ ବକଳ୍ପ ପାଇଁ ସ୍ୱତନ୍ତ୍ର ଆହ୍ୱାନ । ନାଗରିକ ସମାଜର ରାଜନୈତିକ ବିକଳ୍ପରେ ଭାଗିଦାର ଏକ ଶୁଭ ସଙ୍କେତ । ଦେବେନ୍ଦ୍ର ପୃଷ୍ଟି କହିଲେ ଯେ, ଓଡ଼ିଆ ଲୋକଙ୍କ ହାତରେ ଓଡ଼ିଶା ଶାସନର ମଙ୍ଗ ରହିବା ଉଚିତ୍ । ଅଣଓଡ଼ିଆ କର୍ପୋରେଟରଙ୍କ ବିକାଶ ଓଡ଼ିଶାର ବିକାଶ ନୁହେଁ । କୃଷି ଓ କୁଟୀର ଶିଳ୍ପ ଓଡ଼ିଆ ଉଦ୍ୟୋଗୀଙ୍କ ବିକାଶରେ ଓଡ଼ିଶା ବିକାଶର ନକ୍ସା ବିକଳ୍ପ ସଂଗଠନ କରିବା ଉଚିତ୍ । ଅର୍ଥନୀତି ବିଶାରଦ କୁମରବର ଦାସ କହିଲେ ଯେ ଖଣି ଖାଦାନ ବିକି ଓଡ଼ିଶା ବିକାଶର ରଙ୍ଗୀନ ସ୍ୱପ୍ନରୁ ବାହାରି ତଥା ଚିରାଚରିତ ବ୍ୟବସ୍ଥାରେ ସଂସ୍କାର ଆଣି ଯଦି ବିକଳ୍ପ ସଂଗଠନ କାର୍ଯ୍ୟ କରିବ ଲୋକଙ୍କ ବିଶ୍ୱାସଭାଜନ ହୋଇପାରିଲେ ଓଡ଼ିଶାର ସାମଗ୍ରିକ ବିକାଶ ଅବଶ୍ୟମ୍ଭାବୀ ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ବିରଜା ପ୍ରସାଦ ମହାପାତ୍ର କହିଲେଯେ, ରାଜନୈତିକ ଦଳ ଟିକେଟ ଦେଇ ଲୋକଙ୍କ ଉପରେ ନେତୃତ୍ୱ ନ ଲଦି ଲୋକଙ୍କ ଭିତରୁ ନେତୃତ୍ୱ ବିକଳ୍ପ ସଂଗଠନ ବାହାର କରିବା ଦରକାର । ପୂର୍ବତନ ପ୍ରଶାସକ ଜୟନ୍ତ ଦାସ ପ୍ରଶାସନିକ ଉଦାସୀନତା ପାଇଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବିବେକ ପଟ୍ଟନାୟକ, ପ୍ରବୀର ପ୍ରଧାନ, ବିମଳ ଦାସ, କଳ୍ପନା ସାହୁ, ନରସିଂହ ନାୟକ, ଶ୍ରୀଧର ଦାସ, ଦେବେନ୍ଦ୍ର ବାଗ, ବେବି ନାୟକ, ଶଙ୍କର ପାଣିଗ୍ରାହୀ, ବିକ୍ରମ ବସ୍ତିଆ, ସୁରେଶ ସ୍ୱାଇଁ, ରାଜୀବ ପଟ୍ଟନାୟକ, ଅମିତ ଦାସ, ଶଙ୍କର ବାବହୁ, ସିମାଞ୍ଚଳ ପାତ୍ର, ମହେଶ୍ୱର ମହାନ୍ତି, ନିରୂପମା ରଥ, କୁଶ ବେହେରା, ସନ୍ତୋଷ ରାଉତଙ୍କ ଭଳି ଓଡ଼ିଶାର ବରିଷ୍ଠ ସାମାଜିକ କର୍ମୀ ବକ୍ତବ୍ୟ ରଖିବା ସହ ଓଡ଼ିଶା ବିକାଶ ପାଇଁ ସଂକଳ୍ପ ନେଇଥିଲେ । ସାମାଜିକ ସଂଗଠନ ସହ ସାରା ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ସାମାଜିକ କର୍ମୀ, ମାନବାଧିକାର କର୍ମୀ, ସୂଚନାଧିକାର କର୍ମୀ ଏହି ସମ୍ମେଳନରେ ଯୋଗ ଦେଇଥିଲେ ।

ଓଡ଼ିଶା ସାମାଜିକ କର୍ମୀ
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.