ନବୀନଙ୍କ ପୁଣି କାର୍ଯ୍ୟାନୁଷ୍ଠାନ: ପୁଣି ଥରେ ବିଜେଡି ସୁପ୍ରିମୋ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ନିକଟରେ ଅରବିନ୍ଦ ମହାପାତ୍ର ଏବଂ ସନାତନ ମାହକୁଡଙ୍କୁ ନିଲମ୍ବନ କରି ନବୀନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ବ୍ୟବଧାନରେ ନବୀନ ପୁଣି ଥର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ତରାଇଙ୍କୁ ଦଳରୁ ନିଲମ୍ବନ କରାଯାଇଛି।

ଏ ନେଇ ଦଳ ତରଫରୁ ଉପସଭାପତି ପ୍ରତାପ ଜେନାଙ୍କୁ ଦସ୍ତଖତରେ ଏକ ନୋଟିସ ଜରୀ କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରାଇଙ୍କୁ ନିଲମ୍ବନ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


