Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ
ଆଜିର ଖବର

କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

February 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ
କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ରେ ସାମୁହିକ ବିବାହ ଉତ୍ସବ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ୨୦ ତାରିଖରେ ସାମୁହିକ ବିବାହ ଉତ୍ସବ ଗୀତା ଭବନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଆଜି ଷ୍ଟେସନ୍ ରୋଡ ସର୍କିଟ ହାଉସ ଠାରେ ଟ୍ରଷ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ର ,ରବୀନ୍ଦ୍ର ନାଥ ମିଶ୍ର, ତରୁଣ କୁମାର ପାଢ଼ୀ ଏବଂ ସୁସ୍ମିତା ଶର୍ମାଏହି ସମ୍ମିଳନୀର ଉଦ୍ଦେଶ୍ୟ ଓ ଟ୍ରଷ୍ଟର ଲକ୍ଷ୍ୟ ବିଷୟରେ ଆଲୋଚନା କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ବ୍ରହ୍ମପୁର ସହରର ବହୁ ବରିଷ୍ଠ ସାମ୍ବାଦିକ ଗଣମାଧ୍ୟମ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆମ ସମାଜରେ ପ୍ରଚଳିତ କୁସଂସ୍କାର ଯୌତୁକ ପ୍ରଥା ଏବଂ ବାଲ୍ୟ ବିବାହ ପ୍ରଥା ଦୂର କରିବା ସହ ଅବିବାହିତଙ୍କ ମୁହଁରେ ହସ ଫୁଟାଇଏକ ନୂତନ ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ପ୍ରେରଣା ଦେବା ଏହି ସାମୁହିକ ବିବାହ ଉତ୍ସବର ଉଦ୍ଦେଶ୍ୟ ବୋଲି ଟ୍ରଷ୍ଟ ସଭାନେତ୍ରୀ ରଞ୍ଜନା ମିଶ୍ର ପ୍ରକାଶ କରିଛନ୍ତି।

ବନ୍ଧୁତା ଓ ସେବା ମନୋବୃତି ନେଇ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ କରାଯିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଟ୍ରଷ୍ଟ ପକ୍ଷରୁ ପ୍ରକାଶ କରାଯାଇଛି। ରଞ୍ଜନା ମିଶ୍ରଙ୍କ ତତ୍ତ୍ଵାବଧାନରେ ଟ୍ରଷ୍ଟ ସଦସ୍ୟ ସଦସ୍ୟା ଯଥା ମୁରଲୀ ମୋହନା ଆଚାର୍ଯ୍ୟ, ଲକ୍ଷ୍ମୀ ପ୍ରସାଦପଟ୍ଟନାୟକ, ଇନ୍ଦିରା ପଟ୍ଟନୟକ, ପ୍ରସନ୍ନ ମହାପାତ୍ର, ଅଞ୍ଜଳି ମହାନ୍ତି, ଜିତେନ୍ଦ୍ର ନାହାକ, ପ୍ରଦୀପ ସେଠୀ, ସନ୍ତୋଷ ପଣ୍ଡା, ରୋନାଲି ପାଣିଗ୍ରାହୀ, ରିତାଞ୍ଜଳିସ୍ୱାଇଁ, ରାଗିଣୀ ସାହା, ସଂଯୁକ୍ତା ତ୍ରିପାଠୀ, ଅନିମା ମିଶ୍ର, ବିନୋଦ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ଭେଙ୍କଟ ରମଣ ସୁବୁଦ୍ଧି, ବିଶ୍ଵନାଥ ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ସାମ୍ବାଦିକ ବନ୍ଧୁମାନେ ନିଜ ନିଜର ମତ ପ୍ରକାଶ କରିବା ସହ ଟ୍ରଷ୍ଟର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ପରିଶେଷରେ ଟ୍ରଷ୍ଟ ତରଫରୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କ ସହଯୋଗ କାମନା କରିବା ସହ ସେମାନଙ୍କ ଉପସ୍ଥିତି ପାଇଁ ଟ୍ରଷ୍ଟ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।

କାହ୍ନା ଚାରିଟେବୁଲ ଟ୍ରଷ୍ଟ ବାଲ୍ୟ ବିବାହ ପ୍ରଥା ବ୍ରହ୍ମପୁର ସହର ସାମୁହିକ ବିବାହ ଉତ୍ସବ ସ୍ଵେଚ୍ଛାସେବୀ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ: ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଓ ପ୍ରଯୁକ୍ତିର ଅସ୍ତ୍ରୀକରଣ ବିଶ୍ୱ ପ୍ରଗତିରେ ଆଣିବ ବାଧା

September 13, 2026

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026
Latest News

ବ୍ରିକ୍ସ ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ: ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦ ଓ ପ୍ରଯୁକ୍ତିର ଅସ୍ତ୍ରୀକରଣ ବିଶ୍ୱ ପ୍ରଗତିରେ ଆଣିବ ବାଧା

September 13, 2026

ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’, ପୁଲିସର ତନାଘନା ଜାରି

September 13, 2026

ରେଳବାଇର ପୋଲିସ ଦ୍ବାରା ଟ୍ରେନ ଲୁଟେରା ଗିରଫ

September 13, 2026

ଜୟଦେବ ବିହାରରେ ଲେଡିଜ୍ ହଷ୍ଟେଲ ମାଲିକାଣୀଙ୍କ ଗୁଣ୍ଡାଗର୍ଦ୍ଦି

September 13, 2026

ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.