Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲେସିଆର ଚାରିଜଣ ଶିଳ୍ପପତିଙ୍କ ସହ ମତବିନିମୟ କରିଛନ୍ତି। ସେ ପେଟ୍ରୋନାସର ସଭାପତି ତଥା ଗ୍ରୁପ୍ ସିଇଓ ତନ୍ ତେଙ୍ଗକୁ ମହମ୍ମଦ ତୌଫିକ; ବରଜୟା କର୍ପୋରେସନର ବରହାଦର ପ୍ରତିଷ୍ଠାତା ତନ୍ ଦାତୋ ସେରି ଭିନ୍ସେଣ୍ଟ ତନ୍ ଚି ୟିଉନ୍; ଖଜାନାହ ନେସନାଲ ବରହାଦ ପରିଚାଳନା ନିର୍ଦ୍ଦେଶକ ଦାତୋ ଅମୀରୁଲ ଫୈସଲ ୱାନ ଜାହିର; ଏବଂ ଫିସନ୍‌ ଇଲେକ୍ଟ୍ରୋନିକ୍ସର ପ୍ରତିଷ୍ଠାତା ଦାତୋ ପୁଆ ଖେନ୍‌ ସାଙ୍ଗଙ୍କ ସହ କଥା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଭାରତ ଏବଂ ମାଲେସିଆ ମଧ୍ୟରେ ବଢ଼ୁଥିବା ବ୍ୟବସାୟିକ ସମ୍ପର୍କ ଏବଂ ଭାରତର ବିକାଶ କାହାଣୀରେ ମାଲେସୀୟ କମ୍ପାନୀଗୁଡ଼ିକର ଆଗ୍ରହକୁ ପ୍ରଶଂସା କରିଥିଲେ। ସେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତରେ ବ୍ୟବସାୟ କରିବା ଲାଗି ସହଜ ପରିବେଶକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥିର, ଦକ୍ଷ ଓ ପୂର୍ବାନୁମାନଯୋଗ୍ୟ ବ୍ୟବସାୟ ଏବଂ ନୀତିଗତ ପରିବେଶ ସୃଷ୍ଟି କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଓ ସଂସ୍କାରଗୁଡ଼ିକୁ ଉଲ୍ଲେଖ କରିଥିଲେ। ସେ ବିଶେଷକରି ଭିତ୍ତିଭୂମି, ଅକ୍ଷୟ ଶକ୍ତି, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ମାଲେସୀୟ ବ୍ୟବସାୟ ସଂସ୍ଥାଗୁଡ଼ିକୁ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ସୁଯୋଗର ଲାଭ ନେବାକୁ ଉତ୍ସାହିତ କରିଥିଲେ। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ୭ ଫେବୃଆରୀ ୨୦୨୬ରେ କୁଆଲାଲମ୍ପୁରରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଭାରତ-ମାଲେସିଆ ସିଇଓ ଫୋରମକୁ ସ୍ୱାଗତ କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଏହି ଆଲୋଚନାଗୁଡ଼ିକ ଭାରତ-ମାଲେସିଆ ବାଣିଜ୍ୟ ଓ ନିବେଶ ସମ୍ପର୍କକୁ ଆହୁରି ମଜବୁତ କରିବ।

ଶିଳ୍ପପତିମାନେ ଏକ ବିକଶିତ ଭାରତ ଗଠନ ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାରକୁ ପ୍ରଶଂସା କରିଥିଲେ ଏବଂ ଭାରତର ଅଭିବୃଦ୍ଧି କାହାଣୀ ଉପରେ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ। ସେମାନେ ନିଜର ନିବେଶ ପୋର୍ଟଫୋଲିଓକୁ ବିସ୍ତାର କରି ଏବଂ ଭାରତୀୟ ପ୍ରତିପକ୍ଷଙ୍କ ସହିତ ମିଳିତ ଉଦ୍ୟୋଗ ଅନୁସନ୍ଧାନ କରି ଭାରତରେ ସେମାନଙ୍କର ବ୍ୟବସାୟିକ ଉପସ୍ଥିତିକୁ ବିସ୍ତାର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ନରେନ୍ଦ୍ର ମୋଦୀ ମାଲେସିଆ
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026

NEET UG 2026: ଆରମ୍ଭ ହେଲା ପଞ୍ଜୀକରଣ, ମେ ମାସରେ ପରୀକ୍ଷା

February 8, 2026
Latest News

ମାଲେସିଆର ଅଗ୍ରଣୀ ବ୍ୟବସାୟୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

February 9, 2026

ବାମପନ୍ଥୀ ଉଗ୍ରବାଦ ଉପରେ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

February 9, 2026

ନୂତନ ଆସାନସୋଲ-ବୋକାରୋ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳମନ୍ତ୍ରୀ

February 9, 2026

ଆଜି ଫେବୃୟାରୀ ୯ ତାରିଖ ସୋମବାରରେ ଏହି ରାଶିଗୁଡିକର ହେବ ଧନ ବୃଦ୍ଧି

February 9, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଲେସିଆ ଗସ୍ତ ଅବସରରେ ଭାରତ-ମାଲେସିଆ ମିଳିତ ବିବୃତ୍ତି

February 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.