Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା
ଆଜିର ଖବର

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା
ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

ଖୋର୍ଦ୍ଧା: ବାଲ୍ୟ ବିବାହ ବର୍ତ୍ତମାନ ସମାଜର ଏକ ଗୁରୁତର ବ୍ୟାଧି, ବାଲ୍ୟ ବିବାହକୁ ରୋକିବାକୁ ହେଲେ ତୃଣମୂଳ ସ୍ତରରୁ ସମାଜରେ ବସବାସ କରୁଥିବା ସମସ୍ତ ମାନବ ଜାତି ଏଥି ପାଇଁ ଉତ୍ତର ଦାୟୀ ରହିବା ଦରକାର ,ବିଶେଷ କରି ଯେଉଁମାନେ କ୍ଷେତ୍ରକର୍ମଚାରି ଉଭୟ ସରକାରୀ ଓ ବେସରକାରୀ ସମସ୍ତେ ଅତ୍ୟନ୍ତ ନିଷ୍ଠାର ସହିତ ଦୃଢ଼ ମନବଳ ନେଇ ବଦ୍ଧ ପରୀକର ଭାବରେ ଜନଜାଗରଣ ସୃଷ୍ଟି କରି ପାରିଲେ ବାଲ୍ୟ ବିବାହ ଭଳି ଅତ୍ୟନ୍ତ ସାମାଜିକ ଅବନତି ପ୍ରଥା ଉଚ୍ଛେଦ ହେବ ବୋଲି ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସହେ ଦିନିଆ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ପ୍ରତାପ ଚନ୍ଦ୍ର ବେଉରା ପ୍ରକାଶ କରିଛନ୍ତି। ଶ୍ରୀ ବେଉରା ଆହୁରି ମଧ୍ୟ କହିଛନ୍ତି ଯେ ବାଲ୍ୟ ବିବାହ ପାଇଁ ମୁଖ୍ୟତ ଯେଉଁମାନେ ଦାୟୀ ସେମାନ ଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ସହ ଦଣ୍ଡ ବିଧାନ ପ୍ରତି ସଚେତନ କରାଗଲେ ଏହି ପ୍ରଥା ଉଚ୍ଛେଦ ଆହୁରି ଫଳପ୍ରଦ ହୋଇ ପାରିବ ବୋଲି କହିଥିଲେ। ପଞ୍ଚାୟତ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା ଦିଦି, ପୁଅ ଏବଂ ଝିଅର ପିତା ମାତା, ବନ୍ଧୁ ବାନ୍ଧବ, ଭୋଜି ଖାଇବାକୁ ଆସିଥିବା ଅତିଥି ଵୁନ୍ଦ, ମନ୍ଦିର ପୂଜକ, ବିବାହ କର୍ମ ପାଇଁ ପୁରୋହିତ ଏସବୁ ସାମାଜିକ ଅବନତି ପ୍ରଥାକୁ କେହିହେଲେ ପ୍ରୋତ୍ସାହିତ କରିବା ଆଦୌ ଉଚିତ୍ ନୁହଁ ବୋଲି ଉତ୍ଥାପନ କରି ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଗଲେ ଲୋକଙ୍କ ମନରେ ଏହାର ଭୟଭୟତା ଜାଗରଣ ସୃଷ୍ଟି ହେବ ଅତିରିକ୍ତ ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ।

ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମ ଶାଳାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ରୁଚିକା ସ୍ବେଛାସେବୀ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ବେଣୁଧର ସେନାପତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ, ଯୋଗଦେଇ ୧୦୦ ଦିନିଆ ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଜାନ ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିବା ସହ ସରକାରୀ ଓ ବେସରକାରୀ ସବୁ ଦିଗରେ ସମସ୍ତେ ମିଳିତ ଭାବେ ଏଭଳି ସାମାଜିକ ନିମ୍ନ ଗାମୀ ପ୍ରଥାକୁ ଉଚ୍ଛେଦ ଦିଗରେ ଶପଥ ନେଇ ଏହାର ଦୃଢ଼ ପ୍ରତିରୋଧ ଓ ପ୍ରତିହତ କରିବାକୁ ଆହ୍ଵାନ ନିଜ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ। ସଚେତନତା କର୍ମଶାଳା ଉପଲକ୍ଷେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଶପଥ ପାଠ କରାଇଥିଲେ।

ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୌଦାମିନୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଆଜିର ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟର ଯୋଜନା ଅଧିକାରୀ ବୃନ୍ଦ, ମୁଖ୍ୟ ପରିଦର୍ଶିକା, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ କର୍ମକର୍ତ୍ତା, ଶକ୍ତି ସଦନ ଏବଂ ୱାନ ଷ୍ଟପ ସେଣ୍ଟର ର କମଚାରି ବୃନ୍ଦ, ହବ ଷ୍ଟାଫ୍, ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କିଶୋରୀ ବାଳିକା ଏବଂ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଖୋର୍ଦ୍ଧା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସଚେତନତା କର୍ମଶାଳା
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026
Latest News

ଆଜିଠାରୁ ୨୦୨୬ ଆଇପିଏଲ: ପ୍ରଥମ ମ୍ୟାଚ୍‌ରେ RCB ବନାମ SRH, ଇତିହାସ ରଚିବେ ଇଶାନ

March 28, 2026

ଦିଲ୍ଲୀ ବିମାନବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ

March 28, 2026

ଉତ୍ତରାଖଣ୍ଡରେ ବଡ଼ ରାଜନୈତିକ ଅସ୍ଥିରତା: କଂଗ୍ରେସ ଦଳରେ ଯୋଗଦେବେ ଅନେକ ପ୍ରମୁଖ ନେତା!

March 28, 2026

IPL ର ପ୍ରଥମ ମ୍ୟାଚରେ ବଡ଼ ସଫଳତା ହାସଲ କରିବେ ବିରାଟ କୋହଲି: ମାତ୍ର ୨୯ ଆବଶ୍ୟକ

March 28, 2026

କେରଳ ବିଧାନସଭା ନିର୍ବାଚନ: ​​ସମାନ ନାମର ଅନେକ ପ୍ରାର୍ଥୀ ସୃଷ୍ଟି କରୁଛନ୍ତି ଦ୍ୱନ୍ଦ୍ୱ

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.