(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଞ୍ଚଳର ଜଣେ ୪ ବର୍ଷ ର ଶିଶୁକୁ ଯୌନ ସମ୍ପର୍କ ଓ ପରେ ହତ୍ୟା ଅଭିଯୋଗରେ ମାନ୍ୟବର ସ୍ବତନ୍ତ୍ର ପୋକ୍ସ ଅଦାଲତ ଅଭିଯୁକ୍ତ ଶ୍ରୀନିବାସ ସେଠୀକୁ ଆଜୀବନ କାରାଦଣ୍ଡ ସହ ନଗଦ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନ୍ୟ ପକ୍ଷରେ କ୍ଷତିପୂରଣ ବାବଦରେ ମୃତ ଶିଶୁର ପରିବାର ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦୨୩ ମସିହା ଜାନୁଆରୀ ୨୪ ତାରିଖରେ ଜଣେ ଶିଶୁ ନିଖୋଜ ବିଷୟରେ ପରିବାର ଲୋକେ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରି ନିକଟସ୍ଥ ଶ୍ରୀନିବାସ ସେଠୀର ଘର ଉପରେ ମୃତ ଶିଶୁର ଶବ ଉଦ୍ଧାର କରି ଶ୍ରୀନିବାସକୁ ଥାନାରେ ନେଇ ଜେରା କରିବା ବେଳେ ଉକ୍ତ ଶିଶୁକୁ ଅପ୍ରାକୃତିକ ଯୌନ ସମ୍ପର୍କ ସହ ହତ୍ୟା କରିଥିବା ରାଜି ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏହି ଅବସରରେ ମାନ୍ୟବର ଅଦାଲତ ୧୭ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି ଉକ୍ତ ରାୟ ଶୁଣାଇଛନ୍ତି।


