Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’: ୬ ଗିରଫ, ୫୧ ଟି ଆଇନଗତ ନୋଟିସ୍
ଆଜିର ଖବର

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’: ୬ ଗିରଫ, ୫୧ ଟି ଆଇନଗତ ନୋଟିସ୍

February 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାଇବର ଗ୍ୟାଙ୍ଗ
ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ସାଇବର ଅପରାଧ ନେଟୱର୍କକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଜାରି ରହିଛି। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଇବର ଠକେଇ ପାଇଁ ବ୍ୟବହାର ହେଉଥିବା ‘ବେନାମୀ ବ୍ୟାଙ୍କ ଆକାଉଣ୍ଟ’ (Mule Accounts) ଏବଂ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଜି ସମଗ୍ର ରାଜ୍ୟରେ ମୋଟ ୭୩ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି। ପୋଲିସ ୩ଟି ନୂତନ ସାଇବର ମାମଲା ରୁଜୁ କରିବା ସହ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଓ ସାଇବର ଅପରାଧରେ ସହାୟତା କରୁଥିବା ୫୧ ଜଣ ବ୍ୟକ୍ତିଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନରେ ବୌଦ୍ଧ ଜିଲ୍ଲାରେ ୪୫ଟି ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବା ସହ ୧ଟି ନୂତନ ମାମଲା ରୁଜୁ କରାଯାଇଛି ଏବଂ ୪୫ ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ସେହିପରି ମାଲକାନଗିରି ଜିଲ୍ଲାରେ ୨୦ଟି ମବେନାମୀ ଆକାଉଣ୍ଟ୍ ଯାଞ୍ଚ କରାଯାଇ ୧ଟି ନୂତନ ମାମଲା ରୁଜୁ ହୋଇଛି। ସୁନ୍ଦରଗଡ଼ ଜିଲ୍ଲାରେ ୨ଟି ବେନାମୀ ଆକାଉଣ୍ଟ୍ ଯାଞ୍ଚ କରାଯାଇଛି। ପୂର୍ବରୁ ରୁଜୁ ହୋଇଥିବା ମାମଲା ସହ ୨ଟି ଲିଙ୍କ୍ ମିଳିବା ପରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ସେହିପରି କଟକ (UPD) ରେ ୬ଟି ମ୍ୟୁଲ୍ ଆକାଉଣ୍ଟ୍ ଯାଞ୍ଚ ସହ ୧ଟି ନୂତନ ମାମଲା ରୁଜୁ କରାଯାଇ ୬ ଜଣଙ୍କୁ ନୋଟିସ୍ ଦିଆଯାଇଛି।

ଏହି ଅଭିଯାନରେ ଜିଲ୍ଲା ଏସ.ପି. ଏବଂ ଡି.ସି.ପି. ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର ଟିମ୍ ସାମିଲ ହୋଇଥିଲେ।

ସାଇବର ଅପରାଧୀଙ୍କ ଆର୍ଥିକ ଭିତ୍ତିଭୂମିକୁ ନଷ୍ଟ କରିବା ଏହି ‘ସାଇବର କବଚ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଜନସାଧାରଣଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ସଂକଳ୍ପ ବଦ୍ଧ।

ଆଇନଗତ ନୋଟିସ୍ ଓଡିଶା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ସାଇବର ଅପରାଧ ସାଇବର କବଚ
Share. Facebook Twitter LinkedIn Email WhatsApp Copy Link

Related Posts

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026
Latest News

ତାଳଚେର ଷ୍ଟେସନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 27, 2026

ଚୀନକୁ ବଡ଼ ଝଟକା ଦେଲା: ହର୍ମୁଜ୍ ପ୍ରଣାଳୀରୁ ଫେରାଇଲା ଦୁଇଟି ବେଜିଂ ଜାହାଜ

March 27, 2026

ଜିଓ ଫାଇନାନ୍ସିଆଲ୍ – ଆଲିଆଞ୍ଜ୍ ପୁନଃବୀମା ମିଳିତ ଉଦ୍ୟୋଗର ଭାରତରେ କାର୍ଯ୍ୟ ଆରମ୍ଭ

March 27, 2026

ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ ହ୍ରାସ ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

March 27, 2026

“ହର୍ମୁଜ୍ ପଥ ଦେଇ ଭାରତ ଆସୁଛି ଆଉ ଚାରୋଟି ଏଲପିଜି ଜାହାଜ”: ବୈଦେଶିକ ମନ୍ତ୍ରଣାଳୟ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.