ଭୁବନେଶ୍ୱର: ଆସନ୍ତା ହୋଲି ଏବଂ ଦୋଳ ଯାତ୍ରା ପର୍ବ ସମୟରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ, ପୂର୍ବ ତଟ ରେଳପଥ ଏକାଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳଗୁଡ଼ିକ ମଧ୍ୟରେ ଅତିରିକ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକୁ ପ୍ରଚଳନ କରାଯାଉଛି।
ପାର୍ବଣ ଋତୁରେ, ଯାତ୍ରୀଙ୍କ ଗତିବିଧିରେ ଯଥେଷ୍ଟ ବୃଦ୍ଧି ଘଟିଛି କାରଣ ଲୋକମାନେ ସେମାନଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହ ଉତ୍ସବ ପାଳନ କରିବାକୁ ଯାତ୍ରା କରନ୍ତି। ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ ଭୁବନେଶ୍ୱର, ବିଶାଖାପାଟଣା ଏବଂ ସମ୍ବଲପୁରକୁ ଯଶବନ୍ତପୁର, ଏସ୍. ଏମ୍. ଭି. ବି. ବେଙ୍ଗାଲୁରୁ, ତିରୁପତି, ଚାର୍ଲାପଲ୍ଲୀ, ଶାଲିମାର, ଧନବାଦ ଏବଂ ଇରୋଡ୍ ସମେତ ପ୍ରମୁଖ ସହରଗୁଡ଼ିକ ସହିତ ସଂଯୋଗ କରୁଥିବା ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଜନା କରିଛି।
ହୋଲି ସ୍ପେଶାଲ୍ ଟ୍ରେନଗୁଡ଼ିକର ବିବରଣୀ ନିମ୍ନଲିଖିତ:
– ୦୨୮୧୧ ଭୁବନେଶ୍ୱର – ଯଶବନ୍ତପୁର ସ୍ପେଶାଲ୍ ୨୮ ଫେବୃଆରୀ ରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶନିବାର ଚଳାଚଳ କରିବ।
– ୦୨୮୧୨ ଯଶବନ୍ତପୁର – ଭୁବନେଶ୍ୱର ସ୍ପେଶାଲ୍ ୨ ମାର୍ଚ୍ଚ ରୁ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ସୋମବାର ଚଳାଚଳ କରିବ।
– ୦୨୮୩୨ ଭୁବନେଶ୍ୱର – ଧନବାଦ ସ୍ପେଶାଲ୍ ୧ ମାର୍ଚ୍ଚ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ।
– ୦୨୮୩୧ ଧନବାଦ – ଭୁବନେଶ୍ୱର ସ୍ପେଶାଲ୍ ୨ ମାର୍ଚ୍ଚ ରୁ ୧ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ।
– ୦୮୩୧୧ ସମ୍ବଲପୁର – ଇରୋଡ୍ ସ୍ପେଶାଲ୍ ୪ ମାର୍ଚ୍ଚ ରୁ ୨୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୁଧବାର ଚଳାଚଳ କରିବ।
– ୦୮୩୧୨ ଇରୋଡ୍ – ସମ୍ବଲପୁର ସ୍ପେଶାଲ୍ ୬ ମାର୍ଚ୍ଚ ରୁ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଶୁକ୍ରବାର ଚଳାଚଳ କରିବ।
– ୦୮୫୦୮ ବିଶାଖାପାଟଣା – ଶାଲିମାର ସ୍ପେଶାଲ୍ ୩ ମାର୍ଚ୍ଚରୁ ୧୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ମଙ୍ଗଳବାର ଚଳାଚଳ କରିବ।
– ୦୮୫୦୭ ଶାଲିମାର – ବିଶାଖାପାଟଣା ସ୍ପେଶାଲ୍ ୪ ମାର୍ଚ୍ଚରୁ ୧୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ଚଳାଚଳ କରିବ।
– ୦୮୫୪୭ ବିଶାଖାପାଟଣା – ତିରୁପତି ସ୍ପେଶାଲ୍ ୪ ମାର୍ଚ୍ଚରୁ ୨୫ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ବୁଧବାର ଚଳାଚଳ କରିବ।
– ୦୮୫୪୮ ତିରୁପତି – ବିଶାଖାପାଟଣା ସ୍ପେଶାଲ୍ ୫ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଚଳାଚଳ କରିବ।
– ୦୮୫୭୯ ବିଶାଖାପାଟଣା – ଚାର୍ଲାପଲ୍ଲୀ ସ୍ପେଶାଲ୍ ୬ ମାର୍ଚ୍ଚ ୨୦୨୬ ରୁ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଶୁକ୍ରବାର ଚାଲିବ।
– ୦୮୫୮୦ ଚାର୍ଲାପଲ୍ଲୀ – ବିଶାଖାପାଟଣା ସ୍ପେଶାଲ୍ ୭ ମାର୍ଚ୍ଚରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଶନିବାର ଚଳାଚଳ କରିବ।
– ୦୮୫୮୧ ବିଶାଖାପାଟଣା – ଏସ୍. ଏମ୍. ଭି. ବି. ବେଙ୍ଗାଲୁରୁ ସ୍ପେଶାଲ୍ ୧ ମାର୍ଚ୍ଚରୁ ୨୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରବିବାର ଚଳାଚଳ କରିବ।
– ୦୮୫୮୨ ଏସ୍. ଏମ୍. ଭି. ବି. ବେଙ୍ଗାଲୁରୁ – ବିଶାଖାପାଟନମ୍ ସ୍ପେଶାଲ୍ ୨ ମାର୍ଚ୍ଚରୁ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସୋମବାର ଚଳାଚଳ କରିବ।
– ୦୮୫୮୩ ବିଶାଖାପାଟନମ୍ – ତିରୁପତି ସ୍ପେଶାଲ୍ ୨ ମାର୍ଚ୍ଚରୁ ୩୦ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସୋମବାର ଚାଲିବ।
– ୦୮୫୮୪ ତିରୁପତି – ବିଶାଖାପାଟନମ୍ ସ୍ପେଶାଲ୍ ୩ ମାର୍ଚ୍ଚରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ମଙ୍ଗଳବାର ଚଳାଚଳ କରିବ।
– ୦୮୪୩୯ ପୁରୀ-ପାଟନା ସ୍ପେଶାଲ୍ ୨୮ ଫେବୃଆରୀରୁ ୨୮ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଶନିବାର ଚଳାଚଳ କରିବ।
– ୦୮୪୪୦ ପାଟନା- ପୁରୀ ସ୍ପେଶାଲ୍ ୧ ମାର୍ଚ୍ଚରୁ ୨୯ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରବିବାର ଚଳାଚଳ କରିବ।
– ୦୩୧୦୧ ସିଆଲଦା- ମାଳତୀପାଟପୁର ସ୍ପେଶାଲ୍ ୨୭ ଫେବୃଆରୀରୁ ୨୦ ମାର୍ଚ୍ଚ ୨୦୨୬ ତାରିଖ ପର୍ଯ୍ୟନ୍ତ ଶୁକ୍ରବାର ଚଳାଚଳ କରିବ।
– ୦୩୧୦୨ ମାଳତୀପାଟପୁର-ସିଆଲଦା ସ୍ପେଶାଲ୍ ୨୮ ଫେବୃଆରୀରୁ ୨୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଶନିବାର ଚଳାଚଳ କରିବ।
– ୦୩୨୩୦ ପାଟନା-ପୁରୀ ସ୍ପେଶାଲ୍ ୫ ମାର୍ଚ୍ଚରୁ ୨୬ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ।
– ୦୩୨୨୯ ପୁରୀ-ପାଟନା ସ୍ପେଶାଲ୍ ୬ ମାର୍ଚ୍ଚରୁ ୨୭ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଶୁକ୍ରବାର ଚଳାଚଳ କରିବ।
ଯାତ୍ରୀଙ୍କ ଚାହିଦା ଏବଂ ପରିଚାଳନାଗତ ସମ୍ଭାବ୍ୟତାକୁ ଦୃଷ୍ଟିରେ ରଖି ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଶୀଘ୍ର ଆରମ୍ଭ କରାଯିବ। ଏହି ଅତିରିକ୍ତ ସେବାଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ଏବଂ ପ୍ରମୁଖ ଗନ୍ତବ୍ୟସ୍ଥଳଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଇଛି, ଯାହା ଦ୍ୱାରା ଭିଡ଼କୁ ଆହୁରି କମ କରାଯାଇପାରିବ ଏବଂ ପାର୍ବଣ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରାଯାଇପାରିବ। ଏହି ଟ୍ରେନ୍ଗୁଡ଼ିକର ବିସ୍ତୃତ ସମୟସୂଚୀ ଏବଂ ଅନ୍ୟାନ୍ୟ ବିବରଣୀ ଯଥାସମ୍ଭବରେ ସୂଚିତ କରାଯିବ।
ଏହି ବିଶେଷ ଟ୍ରେନ୍ଗୁଡ଼ିକର ଚଳାଚଳ ଫଳରେ ରେଳ ସଂଯୋଗୀକରଣ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହ ଯାତ୍ରୀମାନେ ନିଜ ଯାତ୍ରା ଯୋଜନାକୁ ଅଧିକ ସୁବିଧାଜନକ ଭାବେ କରିପାରିବେ। ଏହା ହୋଲି ପର୍ବ ଅବସରରେ ଯାତ୍ରୀମାନଙ୍କୁ ସୁରକ୍ଷିତ, ସୁବିଧାଜନକ ଓ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ସର୍ବଦା ପ୍ରତିଶୃତିବଦ୍ଧ।
ଯାତ୍ରୀମାନେ IRCTC ୱେବସାଇଟ୍ ଅନୁସରଣ କରି କିମ୍ବା ମୋବାଇଲ୍ ଆପ୍ ଯେମିତିକି ରେଲ୍ ୱାନ୍ ଆପ୍ ମାଧ୍ୟମରେ ଟିକେଟ ବୁକ୍ କରି କିମ୍ବା PRS କାଉଣ୍ଟରରୁ ଟିକେଟ ବୁକ୍ କରିବା ସହ ଅନଲାଇନରେ ସେମାନଙ୍କର ଟିକେଟ ବୁକ୍ କରିପାରିବେ |


