Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର» ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’
ଆଜିର ଖବର

 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

February 18, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’
 ଏନଏସଡିର ‘୨୫ତମ ଭାରତ ରଙ୍ଗ ମହୋତ୍ସବ’

ଦିଲ୍ଲୀ: ଜାତୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା) ଦ୍ୱାରା ଆୟୋଜିତ ବିଶ୍ୱର ସର୍ବବୃହତ ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ, ୨୫ତମ ଭାରତ ରଙ୍ଗ ମହୋତ୍ସବ (ବିଆରଏମ୍) ଶେଷ ହୋଇଛି। ଇତି ମଧ୍ୟରେ ଏହା ଭାରତ ଏବଂ ବିଶ୍ୱର ବିଭିନ୍ନ ନାଟ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିଚାଲିଛି। ଆଜି ସୁଦ୍ଧା ଏହି ମହୋତ୍ସବ ଅଧିନରେ ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଦର୍ଶନ ତଥା ଲଘୁନାଟକ ଏବଂ ଏକକ ନାଟକ ଆଦି ପ୍ରଦର୍ଶିତ ହୋଇସାରିଛି। ଦିଲ୍ଲୀ-ଏନସିଆରରେ ଥିବା କଲେଜର ବିଭିନ୍ନ ଛାତ୍ର ଗୋଷ୍ଠୀ ଦ୍ୱାରା ପ୍ରଦର୍ଶିତ ୩୧ଟି ଲଘୁନାଟକ, ୫ଟି ଏକକ ନାଟକ ଏବଂ ୯ଟି ପଥପ୍ରାନ୍ତ ନାଟକ ସମେତ ଏହି ପ୍ରଦର୍ଶନଗୁଡ଼ିକ ମହୋତ୍ସବରେ ଗଭୀରତା, ସୃଜନଶୀଳତା ଏବଂ ଯୁବଶକ୍ତି ସଂଯୋଗ କରିଛି। ଏସବୁ ନାଟକ ବ୍ୟତୀତ, ମହୋତ୍ସବରେ ବ୍ୟାଣ୍ଡ ପ୍ରଦର୍ଶନ, ଟକ୍ ଶୋ, ସାହିତ୍ୟିକ ଆଲୋଚନା, ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ଶିଶୁ ନାଟ୍ୟ କର୍ମଶାଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଛି।

ମହୋତ୍ସବ ଭାରତ ଓ ବିଶ୍ବର ବିଭିନ୍ନ ଅଞ୍ଚଳର କାହାଣୀଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିଥିଲା। ଏଥିରେ ଥିଲା ମନମୋହକ ଉର୍ଦ୍ଦୁ ଏବଂ ହିନ୍ଦୀ କାହାଣୀଠାରୁ ଆରମ୍ଭ କରି କାଶ୍ମୀରୀ ଲୋକ ନାଟକ ପର୍ଯ୍ୟନ୍ତ। ପୁଣି ପୋଲାଣ୍ଡ ଏବଂ ରୁଷ ପରି ଆନ୍ତର୍ଜାତୀୟ ପ୍ରସ୍ତୁତି ମଧ୍ୟ ଏଥିରେ ସାମିଲ ଥିଲା। ଏହାଛଡ଼ା ଏକ ଆକର୍ଷଣୀୟ ପଥପ୍ରାନ୍ତ ନାଟକ ଓ ଗୌତମ କିଶନଚନ୍ଦାନୀ ଟିଜ୍ ଯୋସେଫ୍ ଟକ୍ ଶୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା।

ଦିନର ପ୍ରଥମ ପୂର୍ଣ୍ଣାଙ୍ଗ ନାଟକ ଥିଲା “ବଦ୍‌ଜାତ”, ଯାହା ବିଲକିସ୍ ଜାଫରୁଲ୍ ହାସନଙ୍କ ଦ୍ୱାରା ଲିଖିତ ଏବଂ ଜାଭେଦ୍ ସମୀରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଏହାକୁ ଦିଲ୍ଲୀର କ୍ରିଏଟିଭ୍ ଆଡ୍ଡା ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏହା ପରେ ସୂର୍ଯ୍ୟ ମୋହନ କୁଳଶ୍ରେଷ୍ଠଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଉତ୍ତର ପ୍ରଦେଶର ଦର୍ପଣ ଲକ୍ଷ୍ନୌ ଗୋଷ୍ଠୀ ଦ୍ୱାରା ପ୍ରଦର୍ଶିତ “ଡ୍ୟାଡି” ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ପରେ କଶ୍ମୀରର ପାରମ୍ପରିକ ଲୋକନାଟ୍ୟ ‘ଭାଣ୍ଡ ପାଥର ନାଟକ “ଅକା ନନ୍ଦନ (ନୟନ ପିତୁଳା)” ପ୍ରଦର୍ଶନ ହୋଇଥିଲା। ଅରଶଦ ମୁସ୍ତାକଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଶ୍ରୀନଗରର ପଥର ବାରାୟେ’ କାଶିରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।

ଅନ୍ତର୍ଜାତୀୟ ବର୍ଗରେ ଥିଏଟର ମାଲାବାର ହୋଟେଲର ଲିକାଜ୍ ଚୋଟକୋସ୍କିଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ପୋଲିଶ୍-ଇଂରାଜୀ ନାଟକ “ଉମାଦେବୀ ଅବଜରଭର୍ସ ୱାଣ୍ଡା ଡାଇନୋୱସ୍କା” ପ୍ରଦର୍ଶିତ ହୋଇଥିଲା। ଏହା ପରେ ରୁଷୀୟ ନାଟ୍ୟ ପ୍ରତିଷ୍ଠାନ ଜିଟିସ୍ ପକ୍ଷରୁ ଆଲେକ୍ସି ବ୍ଲୋଖିନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ରୁଷୀୟ ପ୍ରଯୋଜନା “ଏ ଭେରି ସିମ୍ପଲ୍ ଷ୍ଟୋରୀ” ପ୍ରଦର୍ଶିତ ହୋଇଥିଲା। ଉଭୟ ନାଟକ ବିଶ୍ୱସ୍ତରୀୟ କଳାତ୍ମକ ଆଦାନପ୍ରଦାନ ଏବଂ ପାରସ୍ପରିକ ସାଂସ୍କୃତିକ ଆଲୋଚନା ପ୍ରତି ମହୋତ୍ସବର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରିଥିଲା।

ଏନଏସଡି ଛାତ୍ର ସଂଘର ପ୍ରୟାସ, “ଅଦ୍ବିତ୍ୟ”ର ଅଂଶ ଭାବରେ ପଥପ୍ରାନ୍ତ ନାଟକମାନ ପ୍ରଦର୍ଶନ କରାଯାଇଥିଲା। ଏହି ବର୍ଗରେ ବିଭିନ୍ନ ସଂବେଦନଶୀଳ କାହାଣୀ ପରିବେଷଣ କରାଯାଇଥିଲା।  ବିବେକାନନ୍ଦ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ରଫେସନାଲ୍ ଷ୍ଟଡିଜ୍ ର ବିଭାରଣ ଗ୍ରୁପ୍ “କୁଛ୍ ଅନସୁନେ” ନାମକ ନାଟକ ପରିବେଷଣ କରିଥିଲା ଯାହା ଯାହା ଶିଶୁ ନିର୍ଯାତନା ପରି ସମ୍ବେଦନଶୀଳ ଏବଂ ଜରୁରୀ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଥିଲା। ଏହା ପରେ ଇନ୍ଦିରା ଗାନ୍ଧୀ ଦିଲ୍ଲୀ ଟେକ୍ନିକାଲ୍ ୟୁନିଭର୍ସିଟି ଫର୍ ଓମେନ୍‌ର ରେହନୁମା ଗ୍ରୁପ୍ ପକ୍ଷରୁ “ବେବି ଶାର୍କ ଡୁ ଡୁ ଡୁ” ପରିବେଷଣ କରାଯାଇଥିଲା।

ଏହା ଅଭିଭାବନ ଶୈଳୀ ଏବଂ ପାରିବାରିକ ପରିବେଶ କିପରି ଏକ ଶିଶୁର ମାନସିକ, ଶାରୀରିକ ଏବଂ ଭାବପ୍ରବଣ ସ୍ୱାସ୍ଥ୍ୟକୁ ଗଠନ କରେ ତାହାର ଚିତ୍ରଣ କରିଥିଲା। ଏହି ବର୍ଗରେ ଫେୟାରଫିଲ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟର ଜେହାନାଲ ଗ୍ରୁପ୍ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହାକି ଜେଲ୍ରେ କଏଦୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ବିକଟ ସମସ୍ୟାର ଏକ ପ୍ରଭାବୀ ଓ ସଂବେଦନଶୀଳ ଚିତ୍ରଣ ଥିଲା।

“ଅଦ୍ବିତ୍ୟ” ବିଷୟ ଅଧୀନରେ ସଂଗୃହିତ ଚଳଚ୍ଚିତ୍ର ପ୍ରଦର୍ଶନ ବର୍ଗରେ କିଛି ବଛା ବଛା ଏଫଟିଆଇଆଇ ଡିପ୍ଲୋମା ଫିଲ୍ମ ପ୍ରଦର୍ଶିତ ହୋଇଥିଲା, ଯାହା ପ୍ରତିଷ୍ଠାନର ଦୃଢ଼ ସିନେମାଟିକ୍ କାହାଣୀ କହିବା ଐତିହ୍ୟକୁ ପ୍ରତିଫଳିତ କରିଥିଲା। ଏହି ଶୃଙ୍ଖଳାରେ ଜସମିତ ସିଂହଙ୍କ ନିର୍ଦ୍ଦେଶିତ “ଇନ୍ ଦି ସ୍ୟାଡୋ ଅଫ୍ ଷ୍ଟ୍ରାଣ୍ଡସ୍” ଅନ୍ତର୍ଭୁକ୍ତ ଥିଲା। ସେହିପରି ଅଦିତି ସିହ୍ନାଙ୍କ ‘ହୁଜ୍ ଷ୍ଟୋରିଜ୍ ଆର୍ ଦିଜ୍’, ’ବିଜୟ ଦତ୍ତକୋ ପ୍ୟାସ୍ କ୍ୟୁଁ ଲଗତି ହୈ’ ବି ପ୍ରଦର୍ଶନ ହୋଇଥିଲା। ପ୍ରତ୍ୟେକ ଚଳଚ୍ଚିତ୍ର ଭିନ୍ନ ସିନେମାଟିକ୍ ସ୍ୱର ଏବଂ ବିବିଧ ବିଷୟବସ୍ତୁ ଅନୁସନ୍ଧାନକୁ ଦର୍ଶାଇଥିଲା। ଦିବସର ଶେଷରେ ଡକ୍ଟର ଏସ୍. ବୁମିନାଥନ୍ ଏବଂ ଦୀପାଙ୍କ ନେତୃତ୍ୱରେ ଡେଭିଜଡ୍ ପ୍ଲେସ୍ ଦ୍ୱାରା ଲିଖିତ ଅତରଙ୍ଗୀ ସତରଙ୍ଗୀ ପ୍ରଦର୍ଶନ ହୋଇଥିଲା।

୧୦ ଦିନରେ ନାଟକଗୁଡ଼ିକ ବିଭିନ୍ନ ସହରରେ ମଞ୍ଚସ୍ଥ କରାଯାଇଥିଲା।  ମହୋତ୍ସବର ମୁଖ୍ୟ କେନ୍ଦ୍ର ଦିଲ୍ଲୀ ବ୍ୟତୀତ ବେଙ୍ଗାଲୁରୁ, ପାଟନା, ସଖାଲି (ଗୋଆ), କୋଲକାତା, ପାରାଦୀପ (ଓଡିଶା), ରାଞ୍ଚି, ରାୟପୁର, ସୁରଟ ଏବଂ ପୁଣେରେ ନାଟକ ମଞ୍ଚସ୍ଥ ହୋଇଥିଲା।

୨୫ତମ ଭାରତ ରଙ୍ଗ ମହୋତ୍ସବ, ଜାନୁଆରୀ ୨୭ରୁ ଆରମ୍ଭ ହୋଇଥିବାବେଳେ ତାହା ଫେବ୍ରୁଆରୀ ୨୦ରେ ଉଦଯାପିତ ହେବ। ଏହି ୨୫ ଦିନରେ ୨୨୮ଟି ଭାରତୀୟ ଓ ଅନ୍ତର୍ଜାତୀୟ ଭାଷାରେ ୨୭୭ରୁ ଅଧିକ ନାଟ୍ୟ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଏହି ମହୋତ୍ସବ ଜାତୀୟ, ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ପ୍ରସ୍ତୁତିଗୁଡ଼ିକୁ ଏକତ୍ରିତ କରେ, ଯେଉଁଥିରେ ନଅଟି ଦେଶ ଏବଂ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଟ୍ୟ ଦଳ ଅଂଶଗ୍ରହଣ କରୁଛନ୍ତି।

ଏନଏସଡି ଜାତୀୟ ନାଟ୍ୟ ବିଦ୍ୟାଳୟ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା ଭାରତ ରଙ୍ଗ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.